Posted inଜାତୀୟ

ପୃଥିବୀର ଖରାପ ଆର୍ଥିକ ସ୍ଥିତି ପାଇଁ ଦାୟୀ ଭାରତ: ଗୀତା ଗୋପିନାଥ

ନୂଆଦିଲ୍ଲୀ,୨୧।୧: ସମ୍ପ୍ରତି ପୃଥିବୀରେ ଦେଖାଦେଇଥିବା ଖରାପ ଆର୍ଥିକ ସ୍ଥିତି ପାଇଁ ଭାରତ ଦାୟୀ। ଭାରତ ଯୋଗୁ ଅନ୍ତର୍ଜାତୀୟସ୍ତର ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ ୮୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଏନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥଶାସ୍ତ୍ରୀ ତଥା ମୂଳ ଭାରତୀୟ ଗୀତା ଗୋପିନାଥ କହିଛନ୍ତି। ୨୦୧୯-୨୦ରେ ଭାରତର ଆନୁମାନିକ ସାମୁହିକ ଆର୍ଥିକ ବିକାଶ ହାରକୁ ଗୀତା ୬ ପ୍ରତିଶତରୁ ୪.୮ ପ୍ରତିଶତକୁ କମାଇ ଦେଇଛନ୍ତି। ଆଇଏମ୍‌ଏଫ୍‌ ଅନୁସାରେ ଦେଶର ଆନୁମାନିକ ସାମୁହିକ ଆର୍ଥିକ ବିକାଶ ହାର ୨୦୨୦ରେ ୫.୮ ପ୍ରତିଶତ ଏବଂ ୨୦୨୧ରେ ୬.୫ ପ୍ରତିଶତ ହେବ। ଏହି ସମୟ ମଧ୍ୟରେ ପୃଥିବୀର ଆନୁମାନିକ ସାମୁହିକ ଆର୍ଥିକ ବିକାଶ ହାର ପୂର୍ବ ଆକଳନ ତୁଳନାରେ ଯଥାକ୍ରମେ ୧.୨ ପ୍ରତିଶତ ଏବଂ ୦.୯ ପ୍ରତିଶତ କମ ରହିବ ବୋଲି ଗୀତା ସୂଚନା ଦେଇଛନ୍ତି। ପୃଥିବୀର ଜିଡ଼ିପି ପ୍ରାୟ ୫୬୯ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଭାରତର ଜିଡ଼ିପି ୧୯ ଲକ୍ଷ କୋଟି ଟଙ୍କା ରହିଛି। ଏହା ପୃଥିବୀ ଅର୍ଥ ବ୍ୟବସ୍ଥାର ପ୍ରାୟ ୩ ପ୍ରତିଶତ ହେବ। ଭାରତରେ ଦେଖାଦେଉଥିବା ଗରିବ ସମସ୍ୟା ଏବଂ ବ୍ୟାଙ୍କ କାରବାରରେ ଜାରି ରହିଥିବା ନିଷ୍କ୍ର୍ରିୟତା ଯୋଗୁ ଆର୍ଥିକ ସ୍ଥିତି ଅଧିକ ଖରାପ ହୋଇଥିବା ଗୀତା କହିଛନ୍ତି। ଭାରତର ଆର୍ଥିକ ଅସ୍ଥିରତାର ପ୍ରଭାବ ଅନ୍ତର୍ଜାତୀୟସ୍ତରରେ ପଡ଼ିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ମୂଳ ଭାରତୀୟ ଗୀତା ୧୯୭୧ ଡିସେମ୍ବର ୮ରେ କୋଲକତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାରମ୍ଭିକ ଶିକ୍ଷା କର୍ନାଟକର ମହୀଶୂରରେ ଆରମ୍ଭ ହୋଇଥିଲା। ଏହାପରେ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନମିକ୍ସ୍‌ରେ ସେ ଡିଗ୍ରୀ ପାଠପଢ଼ି ଥିବାବେଳେ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟରୁ ପିଜି ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ପିତା ଟି.ଭି. ଗୋପିନାଥ କେରଳର କୁନ୍ନୁର ମୂଳ ବାସିନ୍ଦା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri