ପୂର୍ବ ଶତ୍ରୁତାରୁ ଖଣ୍ଡାରେ ହାଣି ୨ ଜଣଙ୍କୁ ହତ୍ୟା ଉଦ୍ୟମ

ଦିଗପହଣ୍ଡି,୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ଦେଓଖାଳି ଛକରେ ହୋଟେଲ କରିଥିବା କୃଷ୍ଣ ସାହୁଙ୍କୁ ପୂର୍ବ ଶତ୍ରୁତାରୁ ୪ ଯୁବକ ଶୁକ୍ରବାର ଅପରାହ୍ନରେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଛନ୍ତି। ସେହିପରି କରପଡ଼ା ଗାଁର ବିଜୟ ସେଠୀ(୪୫)ଙ୍କୁ ଉକ୍ତ ଯୁବକମାନେ ମଧ୍ୟ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି। ବିଜୟ ଗାଁ ନିକଟ ତାଙ୍କ ଚାଷଜମିରେ ଧାନ କଟା କାମ ସାରି ବାଇକ୍‌ରେ ଫେରୁଥିଲେ। ଗାଁ ସ୍କୁଲ ନିକଟ ଶ୍ମଶାନ ସମ୍ମୁଖ ରାସ୍ତାରେ ୨ଟି ବାଇକ୍‌ରେ ଆସି ୪ ଜଣ ଯୁବକ ତାଙ୍କୁ ଅଟକାଇ ଖଣ୍ଡାରେ ହାଣି ଫେରାର ହୋଇଯାଇଛନ୍ତି। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କୁ କିଛି ଗ୍ରାମବାସୀ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସେହିପରି କୃଷ୍ଣଙ୍କୁ ପ୍ରଥମେ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ମାସ ପରେ ମାଟିତଳୁ କଙ୍କାଳ ଉଦ୍ଧାର

କଣ୍ଟାବାଞ୍ଜି,୩୧ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ପୋଲିସ ଓ ଜିଆରପି ଦୀର୍ଘ ୧ବର୍ଷ ୩ ମାସ ପରେ ଝାରଖଣ୍ଡର ଲତିଫ୍‌ ଅନସାରୀ (୧୯) ହତ୍ୟାକାଣ୍ଡର ପର୍ଦ୍ଦାଫାଶ...

ନିର୍ମାଣାଧୀନ ଡ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ପରଜଙ୍ଗ,୭ା୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ରୋଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଏକ ନିର୍ମାଣାଧୀନ ଡ୍ରେନ୍‌ରୁ ଶନିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର...

ମଞ୍ଚରୁ ଆଉ ଶୁଭିବନି ‘ମୁଁ ଅନ୍ଧ ଭିକାରି’ ଗୀତ

ଖଣ୍ଡପଡ଼ା,୬ା୧୧(ସ୍ବ.ପ୍ର.): ଭଜନ ମଣ୍ଡପରୁ ଆଉ ଶୁଭିବନି ‘ମୁଁ ଅନ୍ଧ ଭିକାରି, ହାତ ଧରି ମୋତେ କରିଦେ ପାରି..’ ଗୀତ। ଜୀବନବ୍ୟାପୀ ଜଗନ୍ନାଥ ସଙ୍ଗୀତର ସଫଳ ସାଧକ...

ମାସ୍କ, ସାନିଟାଇଜର୍‌ ବଣ୍ଟନ

ବାସୁଦେବପୁର,୧୧ା୫(ଡି.ଏନ୍‌.ଏ.)-ବାସୁଦେବପୁର ଠାରେ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ତାଙ୍କ ଆଞ୍ଚଳିକ ଅନୁଦାନ ପାଣ୍ଠିରୁ କରୋନା ଯୁଦ୍ଧାଙ୍କୁ ମାସ୍କ, ସାନିଟାଇଜର୍‌, ଗ୍ଲୋବସ୍‌, କ୍ୟାପ ଆଦି ସାମଗ୍ରୀ ସୋମବାର...

୮ମ ରାଉଣ୍ଡ: ବିଜେଡି ପ୍ରାର୍ଥୀ ଆଗରେ

ଖଇରା, ୨୩।୫(ଡି.ଏନ.ଏ.)-ସିମୁଳିଆ ନିର୍ବାଚନମଣ୍ଡଳୀରେ ୮ମ ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମଲୋଚନ ପଣ୍ଡାଙ୍କଠାରୁ ୩୨୯୧ଖଣ୍ଡ...

ମାନସ ହତ୍ୟା ମାମଲା: ଚାନ୍ଦବାଲି ଥାନାରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌

ଚାନ୍ଦବାଲି,୨୪।୩ (ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ଥାନରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ ପହଞ୍ଚିଛନ୍ତି। ବୁଧବାର କ୍ରାଇମବ୍ରାଞ୍ଚର ତଦନ୍ତ...

ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର...

୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ

ଚଣ୍ଡିଖୋଲ,୧୯ା୨(ଡି.ଏନ.ଏ.): ବଡ଼ଚଣା ବ୍ଲକରେ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ବ୍ଲକର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁରଠାରେ ଜଣେ ଯୁବକଙ୍କୁ...

Advertisement
Archives

Model This Week