ଗୋପାଳପୁର,୩ା୧୨-ବ୍ରହ୍ମପୁର ମହାନଗର ନିଗମ ଆମ୍ବପୁଆ ଦଳିତସାହିରେ ରବିବାର ରାତିରେ କୁଳ ବୈଠକ ବସିିଥିଲା। ଏଥିରେ ଅପର ଗୋଷ୍ଠୀର କେତେଜଣ ଲୋକ ପୂର୍ବ ଶତ୍ରୁତାକୁ ନେଇ ଲଙ୍କାଗୁଣ୍ଡ ଫିଙ୍ଗିବା ସହ ୩ ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆହତ ବୁଲୁ ଦାସ, ଶ୍ରୀକାନ୍ତ ଦାସ ଓ କୈଳାସ ଦାସଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଗୋପାଳପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିଲେ ମଧ୍ୟ ପୋଲିସ ୧୧ ଯୁବକଙ୍କୁ ଅଟକ ରଖିଛି। ଦଳିତ ସାହିରେ ବୈଠକ ଚାଲିଥିବା ବେଳେ କିଛି ମହିଳା ଲଙ୍କାଗୁଣ୍ଡ ଫିଙ୍ଗିବା ସହ ଯୁବକମାନେ ବୁଲୁ, ଶ୍ରୀକାନ୍ତ ଓ କୈଳାସଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ କିଛି ସମୟ ଧରି ଉକ୍ତ ସ୍ଥାନ ରଣକ୍ଷେତ୍ର ପାଲଟିଥିଲା। ଖବରପାଇ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ସୋମବାର ପୂର୍ବାହ୍ନରେ ଗୋପାଳପୁର ଥାନା ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି।

ବେଆଇନ କ୍ଲିନିକ ଉପରେ ଚଢ଼ାଉ
ଦିଗପହଣ୍ଡି,୨୦ା୧୨(ଡି.ଏନ.ଏ.)-ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳ ମାନଙ୍କରେ ବେନିୟମ ଭାବେ ବହୁ ସଂଖ୍ୟାରେ ପାଥୋଲୋଜି କ୍ଲିନିକ ଖୋଲାଯାଇଛି। ଅଭିଯୋଗ ପାଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ...

ଆସିକା ମହୋତ୍ସବ ଉଦ୍ଯାପିତ
ଆସିକା,୧୬ା୧(ଡି.ଏନ୍.ଏ.)-ଆସିକା କଳିଙ୍ଗାରୋଡ ନିକଟ ପଡିଆରେ ଗତ ୫ଦିନ ଧରି ଚାଲିଥିବା ଆସିକା ମହୋତ୍ସବ ବୁଧବାର ରାତିରେ ଉଦ୍ଯାପିତ ହୋଇଛି । ମହୋତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷା...

କୋଚିଂ ସେଣ୍ଟର ଉପରେ ଚଢ଼ାଉ
କବିସୂର୍ଯ୍ୟନଗର,୨୩ା୫-କରୋନା ଯୋଗୁ ସରକାରଙ୍କ ତରଫରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଇ-ଶିକ୍ଷାଦାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।...

କମାପଲୀ ଅଶୋକ ନଗରରେ ଜଳୁନି ଷ୍ଟ୍ରିଟ ଲାଇଟ
ବ୍ରହ୍ମପୁର ଅଫିସ,୭ା୯-ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ୩୧ନଂ ୱାର୍ଡରେ ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି । କମାପଲ୍ଲୀ ଅଞ୍ଚଳର ବୈଦ୍ୟନାଥେଶ୍ୱର ଶୈବପୀଠ ଠାରୁ ଅଶୋକ ନଗରର...

୪ ଲୁଟେରା ଗିରଫ, ୧୮ ବାଇକ୍ ଜବତ
କବିସୂର୍ଯ୍ୟନଗର,୭ା୭-କବିସୂର୍ଯ୍ୟନଗର ଥାନା ପୋଲିସ ୧୮ଟି ବାଇକ୍ ଓ ଏକ ବୋଲେରୋ ଜବତ କରିବା ସହ ୪ଜଣ ଲୁଟେରାଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ...

ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ଧାରଣା, ରାସ୍ତାରୋକୋ
ଆସିକା,୧୫ା୨ (ଡି.ଏନ୍.ଏ.) – ଆସିକା ଏନ୍ଏସି ପକ୍ଷରୁ ଗୁରୁବାର ଆସିକା ସହରର ଜନଗହଳିପୂର୍ଣ୍ଣ କୁମ୍ଭାରସାହି ଛକ, ବିନାୟକ ବଜାର, ଲକ୍ଷ୍ମୀ ବଜାର, ବସ୍ଷ୍ଟାଣ୍ଡ, କଳିଙ୍ଗା ରୋଡ...
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ରାତି ଅଧରେ ହଷ୍ଟେଲରେ ଦୁଇ ଛାତ୍ରଙ୍କ ଗୁଣ୍ଡାରାଜ
ବ୍ରହ୍ମପୁର ଅଫିସ,୧୩ା୯- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି ା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ବୁଧବାର ବିଳମ୍ବିତ ରାତିିରେ ୨ ଜଣ ସ୍ନାତକୋତ୍ତର ଛାତ୍ର ନୂତନ...

ସ୍ବେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
ଆସିକା,୩୧ା୩ (ଡି.ଏନ୍.ଏ.): ଲକ୍ଡାଉନ୍ ଲାଗି ଆସିକା ଏନ୍ଏସିରେ ନିରାଶ୍ରୟଙ୍କୁ ଦୈନିକ ରନ୍ଧାଖାଦ୍ୟ ଦିଆଯାଉଛି। ମଙ୍ଗଳବାରଠାରୁ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ନିରାଶ୍ରୟଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ...