Posted inଖେଳ

ପୂର୍ବାଞ୍ଚଳ ଟେନିସ କ୍ରିକେଟ: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ (ଓଏସଟିସିଏ) ଆନୁକୂଲ୍ୟରେ ପୂର୍ବାଞ୍ଚଳ ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ର ୩ୟ ସଂସ୍କରଣ ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ କଲେଜ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ପଶ୍ଚିମବଙ୍ଗକୁ ୬ ଉଇକେଟରେ ହରାଇ ଓଡ଼ିଶା ଚାମ୍ପିୟନ ହୋଇଛି। ଝାଡ଼ଖଣ୍ଡକୁ ତୃତୀୟ ସ୍ଥାନ ମିଳିଛି।
ଟସ୍‌ ଜିତି ଓଡ଼ିଶା ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଶ୍ଚିମବଙ୍ଗ ନିର୍ଦ୍ଧାରିତ ୧୫ ଓଭରରେ ୯୮ ରନ କରି ଅଲଆଉଟ ହୋଇ ଯାଇଥିଲା। ଦଳ ପକ୍ଷରୁ ରାହୁଲ ଶାହି ୨୩ ଓ ଆଶିଷ ୨୨ ରନ କରିଥିଲେ। ଓଡ଼ିଶା ପକ୍ଷରୁ ପ୍ରବୀଣ ୩ଟି ଏବଂ ସହଦେବ, ଓ ବିମଲ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ୯୯ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ୧୫ ଓଭରରେ ୪ ଉଇକେଟ ହରାଇ ୧୦୦ ରନ ସଂଗ୍ରହ କରି ନେଇଥିଲା। ଦଳ ପକ୍ଷରୁ ତୁଷାର ୧୯ ବଲ୍‌ରୁ ୩୭, ବିମଲ ୨୦ ବଲ୍‌ରୁ ୩୫ ରନ କରିଥିବାବେଳେ ପ୍ରତିପକ୍ଷ ଦଳର ତଲ୍‌ହା ଖାଁ ୩ଟି ଉଇକେଟ ପାଇଥିଲେ। ଓଡ଼ିଶାର ବିମଲ ମ୍ୟାନ ଅଫ ଦି ଫାଇନାଲ ଓ ତୁଷାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଥିଲେ। ପଶ୍ଚିମବଙ୍ଗର ତଲ୍‌ହା ଖାଁ ଶ୍ରେଷ୍ଠ ବୋଲର ଓ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇଥିଲେ। ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଟେନିସ କ୍ରିକେଟ ଆସୋସିଏଶନ ଅଫ୍‌ ଇଣ୍ଡିଆର ପ୍ରଶାସନିକ ମୁଖ୍ୟ ଆଶିଷ କୁମାର ସିଂ, ଓସିଏ ଅମ୍ପାୟର ଚଣ୍ଡି ପ୍ରସନ୍ନ ମହାପାତ୍ର, ଶରତ ଚନ୍ଦ୍ର ସାହୁ, ବାରିଜ ରଞ୍ଜନ ମହାନ୍ତି, ସୋଭେନ୍ଦ୍ର ମହାରଣା, ପ୍ରଫେସର ଏଲ.କେ. ରାୟ, ଦକ୍ଷବ୍ରହ୍ମା ରାଉତରାୟ, ଦୀପକ ହଂସ, ଚୌଧୁରୀ ଅଶୋକ ଚନ୍ଦ୍ର, ବୁଦେଶ୍ୱର ବେହେରା, ଅଖିଳେଶ୍ୱର ତିଓ୍ବାରୀ, ବାସୁଦେବ ଓଝା, ବଦ୍ରିନାରାୟଣ ପାତ୍ର, ଶଶିକାନ୍ତ ବେଉରା, ଜଗମୋହନ ସ୍ବାଇଁ, ରିଣ୍ଟୁ ମିତ୍ର, ରାଗିଣୀ ମିତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମା ମୋ ସ୍ତ୍ରୀ ନୁହଁନ୍ତି: ଶିଖର ଧାଓ୍ବନ

ନୂଆଦିଲ୍ଲୀ, ୧୫।୫: ଆଇପିଏଲ ମହାସମର ଶେଷ ହେବା ପରେ ଏବେ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ୱକପ ଉପରେ ସମସ୍ତଙ୍କ ନଜର ରହିଛି।...

ସାନିଆ, ଶ୍ରୀକାନ୍ତଙ୍କ ବିଦାୟ, କ୍ୱାର୍ଟରରେ ପ୍ରଣୀଥ

ବ୍ୟାଙ୍କକ୍‌,୧।୮(ପିଟି)- ଦେଶର ଅଗ୍ରଣୀ ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ପରାଜୟ ସହ...

‘ଓସିଏଲ୍‌’ ପାଇଁ ପ୍ରସ୍ତୁତ ହେଉଛି ଓସିଏ

କଟକ ଅଫିସ,୨୯ା୧୧- ପେସାଦାର କ୍ରିକେଟ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫର୍ମାଟକୁ ଓହ୍ଲାଇବ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)। ପୂର୍ବରୁ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା। ୨୦୧୧...

ଟୋକିଓ ଅଲିମ୍ପିକ୍‌ କୋଟା: ମହିଳା ଆର୍ଚରଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ: ଦୀପିକା

ନୁଆଦିଲ୍ଲୀ,୧୫।୧୦ (ପି.ଟି.): ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ଫୁଲ୍‌ କୋଟା ହାସଲ କରିବା ପାଇଁ ଭାରତୀୟ ମହିଳା ତୀରନ୍ଦାଜ ବଡ଼ ଚ୍ୟାଲେଞ୍ଜ ତଥା...

ବର୍ଷାରେ ଭିଜିଲେ ଏହି କ୍ରିକେଟ କିମ୍ବଦନ୍ତୀ, ଜାଣନ୍ତୁ କାହିଁକି

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଜିକାଲି ମୁମ୍ବାଇରେ ମୌସୁମୀ ବର୍ଷା ଉପଭୋଗ କରୁଛନ୍ତି। ସଚିନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ...

ଏଟିପି ଫାଇନାଲ୍ସ: ଥିମ୍‌, ସିତ୍‌ସିପାସ ବିଜୟୀ

ଲଣ୍ଡନ, ୧୯।୧୧(ଏପି)- ଏଠାରେ ଚାଲିଥିବା ଏଟିପି (ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ) ଫାଇନାଲ୍ସ ଟେନିସ ଟୁର୍ନାମେଣ୍ଟରେ ରାଫାଲ ନାଡାଲଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ଡୋମିନିକ୍‌...

ଆଶେସ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ଅଗ୍ରଣୀ

ଲଣ୍ଡନ, ୧୪।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ପଛୁଆ...

ସାନିଆ ମିର୍ଜା, ଶୋଏବ ମଲିକଙ୍କ ତଲାକରେ ଲାଗିଲା ମୋହର!

ଇସଲାମାବାଦ,୧୦ ।୧୧: କିଛିଦିନ ହେବ ଶୁଣିବାକୁ ମିଳୁଛି କି ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ କ୍ରିକେଟର ପତି ଶୋଏବ ମଲିକ ପରସ୍ପରଠାରୁ ଅଲଗା...

Advertisement
Archives

Model This Week