ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ: ସାପ କାମୁଡ଼ିଥିବା ସନ୍ଦେହ

ଛେଣ୍ଡିପଦା, ୨୩।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମର ପୂର୍ବତନ ସମିତି ସଭ୍ୟଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ କୋଶଳା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କପିଳ ଗଡ଼ନାୟକ(୩୭)। ପ୍ରକାଶ ଯେ, କପିଳ ସୋମବାର ରାତିରେ ଘରେ ଖାଇ ସାରିବା ପରେ ଶୋଇଥିଲେ। ମଙ୍ଗଳବାର ସକାଳୁ ପରିବାର ଲୋକେ ତାଙ୍କୁ ଉଠାଇବାରୁ ସେ ଉଠି ନ ଥିଲେ। ତେବେ କପିଳଙ୍କ ଦେହର ରଙ୍ଗ କଳା ପଡ଼ିଯାଇଥିବାରୁ ସାପ କାମୁଡିଥିବା ସନ୍ଦେହକରି ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଛି । ଏ ନେଇ ଛେଣ୍ଡିପଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରଦ୍ଦ ହେଲା ବିକ୍ରମ ସାହୁଙ୍କ ମଦ ଲାଇସେନ୍ସ

ଅନୁଗୋଳ ଅଫିସ, ୨୭।୬ – ଲକ୍‌ଡାଉନ ବେଳେ ସିଲ୍‌ ହୋଇଥିବା ଅନୁଗୋଳ କରଡାଗାଡିଆସ୍ଥିତ ମଦ ଭାଟିରେ ଚୋରା କାରବାର ଅଭିଯୋଗରେ ଗତ ଏପ୍ରିଲ୍‌ ୨୩ ବିଳମ୍ବିତ...

ଅନୁଗୋଳ ବନମଣ୍ଡଳରେ ୭୫,୬୦୭ ପକ୍ଷୀ: ୨୦୧୯ ତୁଳନାରେ ୧୩ ହଜାର ୩୦୭ ବୃଦ୍ଧି

ବନ୍ତଳା,୨୨ା୧(ଡି.ଏନ.ଏ.) – ଅନୁଗୋଳ ବନମଣ୍ଡଳ ସର୍କଲରେ ଗତ ୧ ତାରିଖରେ କରାଯାଇଥିବା ପକ୍ଷୀ ଗଣନା ରିପୋର୍ଟ ମଙ୍ଗଳବାର ବନ ବିଭାଗ ପ୍ରକାଶ କରିଛି। ଏଥିରେ ଅନୁଗୋଳ,...

ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଆଠମଲ୍ଲିକ, ୨୯ା୧(ଡି.ଏନ.ଏ.) – ଆଠମଲ୍ଲିକ ଆଡିଶନାଲ ସେସନ୍ସ ଜଜ୍‌ ଏସ୍‌. ଆର୍‌. ସାମନ୍ତ ମଙ୍ଗଳବାର ଏକ ହତ୍ୟା ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ...

ଅଧାପନ୍ତରିଆ ଆଶ୍ରୟସ୍ଥଳ

ଅନୁଗୋଳ ଅଫିସ୍‌, ୮ା୬:  କେହି ରହିବେନି ଖୋଲା ଆକାଶ ତଳେ। ବର୍ଷା, ଶୀତ କାକର ଭିଜା ରାତିରୁ ବାସହରାଙ୍କୁ ତ୍ରାହି ମିଳିବ। ଏପରି ମହତ୍‌ ଉଦ୍ଦେଶ୍ୟ ନେଇ...

କର୍ଫ୍ୟୁ ସମୟରେ ଘରୁ ଗୋଡ଼ କାଢ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ଅନୁଗୋଳ ପୋଲିସ

ଅନୁଗୋଳ ଅଫିସ,୮ା୫: ଅନୁଗୋଳ ପୋଲିସ ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଏହି ଫ୍ଲାଗ୍‌ମାର୍ଚ୍ଚ ସମୟରେ କରୋନା ଭାଇରସ୍‌ ସଂକ୍ରମଣ ସମ୍ପର୍କରେ ଲୋକଙ୍କୁ ସଚେତନ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଛେଣ୍ଡିପଦା,୨୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଶୁକ୍ରବାର ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଲୋକଲଜ୍ଜା ଭୟରେ ଘରେ କେହି ନ ଥିବା...

ଅସହାୟ ଅବସ୍ଥାରେ ମା’,ପୁଅ: ବିଛଣାରେ ବିତିଲାଣି ୨୦ ଦିନ

ବନ୍ତଳା,୫।୧(ଡି.ଏନ.ଏ.) – ପୁଅ ମାନସିକ ରୋଗୀ। ୫୦ ବର୍ଷ ହେଲା ପୁଅର ସେବା କରୁଥିବା ମା’ ବି ଏବେ ଶଯ୍ୟାଶାୟୀ। ଶରୀରର ଗୋଟିଏ ପାର୍ଶ୍ୱ ଅଚଳ...

ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମ ଯାତ୍ରାପଡ଼ିଆରୁ ଉଚ୍ଛେଦ ଦାବିରେ ଶନିବାର ଗ୍ରାମବାସୀଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।...

Play 250+ Trending Games
Archives

Model This Week

Why Dharitri