Posted inଖେଳ

ପୂର୍ବତନ ଶୁଟର ପୂର୍ଣ୍ଣିମାଙ୍କ ପରଲୋକ

ନୂଆଦିଲ୍ଲୀ, ୨୩ା୬ (ପି.ଟି.)-କର୍କଟ ରୋଗରେ ପୀଡ଼ି ଥିବା ଭାରତର ପୂର୍ବତନ ଶୁଟର ପୂର୍ଣ୍ଣିମା ଜାନାନେଙ୍କର ପରଲୋକ ଘଟିଛି। ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଦେଶର ଶୁଟିଂ ମହଲରେ ଶୋକର ଛାୟା ଖେଳିଯାଇଛି। ଅଲିମ୍ପିକ ଚାମ୍ପିୟନ ଅଭିନବ ବିନ୍ଦ୍ରା ଶୋକ ପ୍ରକାଶ କରିଛନ୍ତି। ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋର୍ଟ ଫେଡେରେଶନ ଲାଇସେନ୍ସପ୍ରାପ୍ତ କୋଚ୍‌ ଜାନାନେ ଦୁଇବର୍ଷ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ସେ ଚିକିତ୍ସିତ ହେଉଥିଲେ। ସେ କ୍ରମେ ଆରୋଗ୍ୟ ଲାଭ କରି ଆସୁଥିଲେ। ଜାନାନେ ଭାରତର ତରଫରୁ ଏକାଧିକ ଥର ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍ଡ କପ୍‌, ଏସିଆନ ଚାମ୍ପିୟନଶିପ୍‌, ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍‌ ସମେତ ଅନ୍ୟ କେତେକ ପ୍ରଅତିଯୋଗିତାରେ ଭାଗ ନେଇ ଥିଲେ। ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ସେ ଜାତୀୟ ରେକର୍ଡ ହାସଲ କରିଥିଲେ। ପରେ ସେ ନିଜକୁ କୋଚିଂ କାର୍ଯ୍ୟରେ ନିୟୋଜିତ କରିଥିଲେ। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ସେ ଶିବଛତ୍ରପତି ସ୍ପୋଟର୍‌ସ ଆଓ୍ବାର୍ଡରେ ସମ୍ମାନିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିତା ହେଲେ ଏହି କ୍ରିକେଟର୍‌, ମେଡିକାଲ ଯିବା ପୂର୍ବରୁ ଫ୍ୟାନ୍‌ଙ୍କୁ ଦେଇଥିଲେ ସୂଚନା

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରେମିକା ନତାଶା ଷ୍ଟାନକୋଭିକ୍‌ ଏକ ପୁତ୍ର ସନ୍ତାନ ଜନ୍ମ...

ଗୋଟିଏ ବର୍ଷରେ ସର୍ବାଧିକ ଶତକ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଧିକ ସଂଖ୍ୟାରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ଏଥିରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ବିରାଟ...

ର଼୍ୟାକେଟ ବାଡ଼େଇ ଭାଙ୍ଗିଲେ ଟେନିସ ଖେଳାଳି

ସିନସିନାଟି,୧୫।୮(ଏଏଫ୍‌ପି)- ଟେନିସ କୋର୍ଟରେ କ୍ୱଚିତ ଖେଳାଳିମାନଙ୍କ ନିରାଶା ଦେଖିବାକୁ ମିଳେ। କୌଣସି ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଖେଳାଳି ଦର୍ଶକଙ୍କୁ ଗାଳି ଦେବା ସହ ସେମାନଙ୍କ ଉପରକୁ...

ଇଂଲଣ୍ଡ ଦଳର ନେତୃତ୍ୱ ନେବାକୁ ଷ୍ଟୋକ୍ସ ପ୍ରସ୍ତୁତ

ଲଣ୍ଡନ, ୧୪।୬(ପି.ଟି.): ଆସନ୍ତା ଜୁଲାଇରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ପରେ ଇଂଲଣ୍ଡରେ...

ଡନ ଗ୍ରାଣ୍ଡସ୍ଲାମ ଟେନିସ: ପ୍ରଥମ ରାଉଣ୍ଡରୁ ଓସାକା, ଜେଭରେଭଙ୍କ ବିଦାୟ

ଲଣ୍ଡନ, ୨।୭-ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଓ୍ବିମ୍ବେଲଡନ ଓପନ ସୋମବାରଠାରୁ ଆରମ୍ଭ ହୋଇଛି। ଏହାର ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରୁ ହାରି ବିଦାୟ ନେଇଛନ୍ତି...

ଗ୍ରାଉଣ୍ଡରେ ବୁଲି ଅଭିବାଦନ ଗ୍ରହଣ କଲେ କିମ୍ବଦନ୍ତୀ କ୍ରିକେଟର

କୋଲକାତା,୨୩।୧୧- ଚା’ ପାନ ବିରତିରେ ଏକାଧିକ ପୂର୍ବତନ କ୍ରିକେଟର ଗାଡିରେ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଗଲ୍ଫ କାର୍ଟରେ ବୁଲିଥିଲେ ଓ ହାତ ହଲାଇ ଦର୍ଶକଙ୍କୁ ଠାରୁ...

ଭାରତୀୟ ଦଳର ବୃଦ୍ଧା ଫ୍ୟାନଙ୍କୁ ଟିକେଟ୍‌ ଦେବେ କୋହଲି

ବର୍ମିଂହାମ,୩।୭(ପିଟି)- ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ମ୍ୟାଚ୍‌ ଦେଖିବା ଲାଗି ଚାରୁଲତା ପଟେଲ ନାମ୍ନୀ ଜଣେ ବୃଦ୍ଧା (୮୭) ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଦଳକୁ...

ସଚିନଙ୍କ ଗୋଟିଏ ରେକର୍ଡ ଭାଙ୍ଗିପାରିବେନି କୋହଲି: ସେହଓ୍ବାଗ

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି କ୍ରିକେଟ ପିଚରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ହେଲେ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ...

Play 250+ Trending Games
Archives

Model This Week

Why Dharitri