ପୂର୍ବତନ ପାଟଣା ବିଧାୟକ ଗୌରହରୀଙ୍କ ଦେହାନ୍ତ

ପାଟଣା,୨୩/୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରୀ ନାଏକଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ସାହାରପଡା ବ୍ଲକ ହଲଦୀବଟା ଗାଁରେ ଥିବା ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ସ୍ନାୟୁ ରୋଗରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଖେଳିଯାଇଛି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଗୌରହରିଙ୍କ ପୁଅ କ୍ଷିତିଶ ନାଏକ ଓ ଝିଅ ସୁସ୍ମିତା ନାଏକ ଉପସ୍ଥିତ ଥିଲେ। ଗୁରୁବାର ସକାଳେ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ସଦରବିଧାୟକ ମୋହନ ଚରଣ ମାଝୀ, ଜିଲା ଭାଜପା ସଭାପତି ସବୁଜ ମହାନ୍ତ ବର୍ମା, ପୂର୍ବତନ କେନ୍ଦୁଝର ଏମ୍‌ପି ଅନନ୍ତ ଚରଣ ନାୟକ, ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ହୃଷିକେଶ ନାଏକ, ପୂର୍ବତନ ଜିଲା ପରିଷଦ ଅଧ୍ୟାକ୍ଷା ମମିତା ନାଏକ, ପୂର୍ବତନ ସାହାପଡା ବ୍ଲକ ଅଧକ୍ଷ ଗୌତମ ନାଏକ ପ୍ରମୁଖ ଯୋଗଦେଇ ଗୌରହରୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଭାଜପା ଦଳୀୟ ପତାକା ପ୍ରଦାନ କରିଥିଲେ। ଗୌରହରୀଙ୍କ ବିୟୋଗରେ ସଦର ବିଧାୟକ ମୋହନ ଚରଣ ମାଝୀ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଗାଁ ନିକଟ ଶ୍ମଶାନରେ ଆଜି ଗୌରହରୀଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ। ସୂଚନାଯୋଗ୍ୟ, ସେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ୨ଥର ଭାଜପା ଟିକଟରେ ପାଟଣା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ତେବେ ବିଧାୟକ ହେବା ପୂର୍ବରୁ ସେ ବାୟୁସେନାରୁ ଅବସର ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାଲଟିଛି ମରଣଯନ୍ତା

ପୁରୁଷୋତ୍ତମପୁର,୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହର ଓ କୋଦଳା ସହରକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା...

ସୋର ଷ୍ଟେଶନରେ ୩ଘଣ୍ଟା ରେଳରୋକୋ

ସୋର, ୭।୬(ଡି.ଏନ୍‌.ଏ.) ବିଭିନ୍ନ ଏକ୍ସପ୍ରେସ ରହଣି ଦାବିରେ ସୋମବାର ସକାଳେ ସୋର ନାଗରିକ ମଞ୍ଚ ଆବାହକତ୍ୱରେ ସୋର ଲେଭଲକ୍ରସିଂ ନିକଟ ଧାରଣାରେ ରେଳରୋକୋ କରାଯାଇଥିଲା। ଏଥିରେ...

‘ମାଙ୍କଡ଼ା ପଥର ଖନନ ରୋକ’ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ, ଏସ୍‌ପି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏନ୍‌ଜିଟି ନୋଟିସ

କେନ୍ଦୁଝର, ୨୨ା୧୦ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଘଷିପୁରା ତହସିଲ ଅନ୍ତର୍ଗତ ମଦନପୁର ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଖନନ ନେଇ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ...

‘ରାଜ୍ୟରେ ଧୀରେ ଧୀରେ କମିବ ଓମିକ୍ରନ ପ୍ରଭାବ’

ଭୁବନେଶ୍ୱର,୧୧।୨(ବ୍ୟୁରୋ): କୋଭିଡ୍‌ର ଭ୍ୟାରିଆଣ୍ଟକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କୋଭିଡ୍‌ର ଯେତିକି ଭ୍ୟାରିଆଣ୍ଟ ଅଛି, ସେତିକି...

ଖାଦ୍ୟ ପ୍ରସ୍ତୁତ ବେଳେ ଅଗ୍ନିକାଣ୍ଡ

ବାଉଁଶୁଣୀ,୧୧ା୧(ଡି.ଏନ.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ସାହାଜପାଲ ଛକ ନିକଟରେ ଥିବା ଏକ ହୋଟେଲରେ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି । ହେଲେ ହୋଟେଲ...

ଆଜିଠୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା: ଚଳଚଞ୍ଚଳ ଶ୍ରୀକ୍ଷେତ୍ରର ମଠ ମନ୍ଦିର

ପୁରୀ ଅଫିସ, ୯ା୮: ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଶନିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ...

ଟ୍ରାଫିକ ଜାମ୍‌ରେ ଚାଲିଗଲା ଶିଶୁର ଜୀବନ

ଭୁବନେଶ୍ୱର, ୧୨।୨(ବ୍ୟୁରେ):ରାଜଧାନୀରେ ଟ୍ରାଫିକ ଜାମ୍‌ ଆଉ ଏକ ଜୀବନ ନେଇଛି। ରାସ୍ତା ଜାମ୍‌ରେ ଆମ୍ବୁଲାନ୍ସ ଫସି ରହିବାରୁ ଜଣେ ୫ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମଙ୍ଗଳବାର...

୨୦୩୦ ସୁଦ୍ଧା ଟ୍ରେନ୍‌ରେ ୪୫% ପଣ୍ୟ ପରିବହନ ଲକ୍ଷ୍ୟ

ଭୁବନେଶ୍ୱର,୨୯। ୧୦(ବ୍ୟୁରୋ): ପଣ୍ୟ ପରିବହନ ଅଂଶ ବୃଦ୍ଧି ଲକ୍ଷ୍ୟରେ ରେଳ ମନ୍ତ୍ରଣାଳୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ବର୍ତ୍ତମାନର ୨୮% ପଣ୍ୟ ପରିବହନକୁ ୨୦୩୦ ସୁଦ୍ଧା...

Advertisement
Archives

Model This Week