ପୂରଣ ହେଲାନି ସହରବାସୀଙ୍କ ସ୍ବପ୍ନ

ବାଲେଶ୍ୱର ଅଫିସ, ୧୬।୩(ମାନସ ବିଶ୍ୱାଳ)-ସଂସ୍କୃତିସମ୍ପନ୍ନ ବାଲେଶ୍ୱର ସହରରେ ଜନସଂଖ୍ୟା ଓ ପରିସୀମା ବୃଦ୍ଧି ପାଉଥିବାବେଳେ ଆଧୁନିକ ଜୀବନଧାରା ସହ ତାଳ ଦେଇ ଚାଲିବା ପାଇଁ ଭିତ୍ତିଭୂମି ବିକଶିତ ହୋଇପାରୁନାହିଁ। ସହରବାସୀଙ୍କ ଚିତ୍ତବିନୋଦନ ପାଇଁ ନା ଅଛି ଅତ୍ୟାଧୁନିକ ପାର୍କ, ନା ଅନ୍ୟ କିଛି ସୁବିଧା। ଏପରିସ୍ଥଳେ ବଡ଼ଖୁଆସ୍ଥିତ ବଳାଙ୍ଗୀ କଲେଜ ସମ୍ମୁଖ ପଡ଼ିଆରେ ପ୍ରସ୍ତାବିତ ଅତ୍ୟାଧୁନିକ ପାର୍କ ଆରମ୍ଭରୁ ବିବାଦରେ ଛନ୍ଦି ହୋଇପଡିଛି। ଉକ୍ତ ପାର୍କରେ ଓପନ୍‌ ଜିମ୍‌ ଓ ବୋଟିଂ ଆଦି ସୁବିଧା କରାଯିବା ଲାଗି ଅମୃତ ଯୋଜନାରେ ୧.୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ପାର୍କ ପାଇଁ ୬.୧୪ ଏକର ଜମି ଚିହ୍ନଟ ହେବା ପରେ ପ୍ରାୟ ୨୫ ପ୍ରତିଶତ କାମ ହୋଇଥିଲା। ଏହି ପରିପ୍ରେକ୍ଷୀରେ କେତେକ ଆଞ୍ଚଳିକ ସମସ୍ୟା ନେଇ ପାର୍କ ନିର୍ମାଣକୁ ବିରୋଧ କରାଯାଇ ହାଇକୋର୍ଟ ଯାଏ କଥା ଯାଇଥିଲା। ଫଳରେ ଅତ୍ୟାଧୁନିକ ପାର୍କର ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଛି। ଏହାମଧ୍ୟରେ ପାର୍କ ଅନ୍ୟତ୍ର କରାଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଅନ୍ୟତ୍ର ଏଥିପାଇଁ ସ୍ଥାନ ମିଳୁ ନ ଥିବାରୁ ପ୍ରଶାସନ ପାଇଁ ଅଡୁଆ ସ୍ଥିତି ସୃଷ୍ଟି ହୋଇଛି। ପାର୍କ ନିର୍ମାଣ ଅବଧି ଶେଷ ହେବାକୁ ବସିଥିବାରୁ ମଞ୍ଜୁର ଟଙ୍କା ଫେରିଯିବା ଆଶଙ୍କା ପ୍ରକାଶ ପାଉଛି। ଏଣୁ ଅତ୍ୟାଧୁନିକ ପାର୍କ ନିର୍ମାଣ ସହରବାସୀଙ୍କ ପାଇଁ ସ୍ବପ୍ନ ପାଲଟିବାକୁ ଯାଉଛି।
ଉଲ୍ଲେଖନୀୟ ଯେ, ସହରକୁ ନବୀକରଣ କରିବା ସକାଶେ ଅମୃତ ଯୋଜନାରେ ଏହାକୁ ସାମିଲ କରାଯାଇ ବଳାଙ୍ଗୀରେ ଅତ୍ୟାଧୁନିକ ପାର୍କ ନିର୍ମାଣ ସମେତ କଲ୍ୟାଣନଗର, ଶାନ୍ତିକାନନ, ସହଦେବଖୁଣ୍ଟାର ଚାନ୍ଦମାରି ପଡ଼ିଆ, ଗୁଡ଼ିପଦାରେ ପାର୍କ ନିର୍ମାଣ ଲାଗି ପୌର ସଂସ୍ଥା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମୋଟ ୨କୋଟି ୬୫ଲକ୍ଷ ଟଙ୍କା ଅମୃତ ଯୋଜନାରେ ବ୍ୟୟବରାଦ ହୋଇଥିଲା। ବଳାଙ୍ଗୀ ପାର୍କ ପାଇଁ ୧କୋଟି ୧୮ଲକ୍ଷ ଟଙ୍କା ଧାର୍ଯ୍ୟ ହେବା ପରେ ମ୍ୟୁନିସିପାଲିଟି ପକ୍ଷରୁ ଚିହ୍ନଟ ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୦୧୬ ଜୁଲାଇ ୩୦ ତାରିଖରେ ତତ୍କାଳୀନ ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାସ, ପୌରାଧ୍ୟକ୍ଷ ଆଲୋକ କୁମାର ସାହ, ନିର୍ବାହୀ ଯନ୍ତ୍ରୀ ଇଂ. ସୁବାସ ଚନ୍ଦ୍ର ଜେନା ଏବଂ ୩୧ଜଣ କାଉନ୍‌ସିଲରଙ୍କ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଉପସ୍ଥିତ ଥିଲେ। ନିର୍ମାଣ କାର୍ଯ୍ୟ ୨୦୧୬-୧୭ ଆର୍ଥିକ ବର୍ଷ ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଥିଲା। ପରେ ବିବାଦୀୟ ସ୍ଥିତିକୁ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହେବାରୁ ମ୍ୟୁନିସିପାଲିଟି ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଶେଷରେ ଉଚ୍ଚ ନ୍ୟାୟାଳୟ ଅଭିଯୋଗକାରୀଙ୍କ ସପକ୍ଷରେ ରାୟ ଦେଇ ପାର୍କ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଏକ ଅତ୍ୟାଧୁନିକ ପାର୍କ ପାଇଁ ସହର ଭିତରେ ଅନ୍ୟତ୍ର ସ୍ଥାନ ନ ମିଳିବାରୁ ମଞ୍ଜୁର ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏହାମଧ୍ୟରେ ଏହି ଅର୍ଥ ଫେରାଇ ଦେବା ସକାଶେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ଜିଲାପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି ବୋଲି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଉଚ୍ଚ ନ୍ୟାୟାଳୟରେ ମାମଲାକୁ ଠିକ୍‌ ଭାବେ ପରିଚାଳନା କରାଯାଇ ନ ଥିବାରୁ ବିରୋଧକାରୀଙ୍କ ସପକ୍ଷରେ ରାୟ ଯାଇଛି। ହାଇକୋର୍ଟରେ ପୁନଃ ସମୀକ୍ଷା ପାଇଁ ଆବେଦନ କରି କାର୍ଯ୍ୟ ସମ୍ପାଦନ କରାଯାଇପାରିବ। ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଣୟ କୁମାର ଜେନା କହିଛନ୍ତି, ପାର୍କ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବା ସକାଶେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ରହିଛି। ଖର୍ଚ୍ଚ ନ ହୋଇ ପଡିରହିଥିବା ଟଙ୍କା ଚଳିତମାସ ୩୧ ତାରିଖ ସୁଦ୍ଧା ଫେରିଯିବା ଏକପ୍ରକାର ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?