ପୂରଣ ହେଲାନି ସହରବାସୀଙ୍କ ସ୍ବପ୍ନ

ବାଲେଶ୍ୱର ଅଫିସ, ୧୬।୩(ମାନସ ବିଶ୍ୱାଳ)-ସଂସ୍କୃତିସମ୍ପନ୍ନ ବାଲେଶ୍ୱର ସହରରେ ଜନସଂଖ୍ୟା ଓ ପରିସୀମା ବୃଦ୍ଧି ପାଉଥିବାବେଳେ ଆଧୁନିକ ଜୀବନଧାରା ସହ ତାଳ ଦେଇ ଚାଲିବା ପାଇଁ ଭିତ୍ତିଭୂମି ବିକଶିତ ହୋଇପାରୁନାହିଁ। ସହରବାସୀଙ୍କ ଚିତ୍ତବିନୋଦନ ପାଇଁ ନା ଅଛି ଅତ୍ୟାଧୁନିକ ପାର୍କ, ନା ଅନ୍ୟ କିଛି ସୁବିଧା। ଏପରିସ୍ଥଳେ ବଡ଼ଖୁଆସ୍ଥିତ ବଳାଙ୍ଗୀ କଲେଜ ସମ୍ମୁଖ ପଡ଼ିଆରେ ପ୍ରସ୍ତାବିତ ଅତ୍ୟାଧୁନିକ ପାର୍କ ଆରମ୍ଭରୁ ବିବାଦରେ ଛନ୍ଦି ହୋଇପଡିଛି। ଉକ୍ତ ପାର୍କରେ ଓପନ୍‌ ଜିମ୍‌ ଓ ବୋଟିଂ ଆଦି ସୁବିଧା କରାଯିବା ଲାଗି ଅମୃତ ଯୋଜନାରେ ୧.୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ପାର୍କ ପାଇଁ ୬.୧୪ ଏକର ଜମି ଚିହ୍ନଟ ହେବା ପରେ ପ୍ରାୟ ୨୫ ପ୍ରତିଶତ କାମ ହୋଇଥିଲା। ଏହି ପରିପ୍ରେକ୍ଷୀରେ କେତେକ ଆଞ୍ଚଳିକ ସମସ୍ୟା ନେଇ ପାର୍କ ନିର୍ମାଣକୁ ବିରୋଧ କରାଯାଇ ହାଇକୋର୍ଟ ଯାଏ କଥା ଯାଇଥିଲା। ଫଳରେ ଅତ୍ୟାଧୁନିକ ପାର୍କର ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଛି। ଏହାମଧ୍ୟରେ ପାର୍କ ଅନ୍ୟତ୍ର କରାଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଅନ୍ୟତ୍ର ଏଥିପାଇଁ ସ୍ଥାନ ମିଳୁ ନ ଥିବାରୁ ପ୍ରଶାସନ ପାଇଁ ଅଡୁଆ ସ୍ଥିତି ସୃଷ୍ଟି ହୋଇଛି। ପାର୍କ ନିର୍ମାଣ ଅବଧି ଶେଷ ହେବାକୁ ବସିଥିବାରୁ ମଞ୍ଜୁର ଟଙ୍କା ଫେରିଯିବା ଆଶଙ୍କା ପ୍ରକାଶ ପାଉଛି। ଏଣୁ ଅତ୍ୟାଧୁନିକ ପାର୍କ ନିର୍ମାଣ ସହରବାସୀଙ୍କ ପାଇଁ ସ୍ବପ୍ନ ପାଲଟିବାକୁ ଯାଉଛି।
ଉଲ୍ଲେଖନୀୟ ଯେ, ସହରକୁ ନବୀକରଣ କରିବା ସକାଶେ ଅମୃତ ଯୋଜନାରେ ଏହାକୁ ସାମିଲ କରାଯାଇ ବଳାଙ୍ଗୀରେ ଅତ୍ୟାଧୁନିକ ପାର୍କ ନିର୍ମାଣ ସମେତ କଲ୍ୟାଣନଗର, ଶାନ୍ତିକାନନ, ସହଦେବଖୁଣ୍ଟାର ଚାନ୍ଦମାରି ପଡ଼ିଆ, ଗୁଡ଼ିପଦାରେ ପାର୍କ ନିର୍ମାଣ ଲାଗି ପୌର ସଂସ୍ଥା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମୋଟ ୨କୋଟି ୬୫ଲକ୍ଷ ଟଙ୍କା ଅମୃତ ଯୋଜନାରେ ବ୍ୟୟବରାଦ ହୋଇଥିଲା। ବଳାଙ୍ଗୀ ପାର୍କ ପାଇଁ ୧କୋଟି ୧୮ଲକ୍ଷ ଟଙ୍କା ଧାର୍ଯ୍ୟ ହେବା ପରେ ମ୍ୟୁନିସିପାଲିଟି ପକ୍ଷରୁ ଚିହ୍ନଟ ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୦୧୬ ଜୁଲାଇ ୩୦ ତାରିଖରେ ତତ୍କାଳୀନ ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାସ, ପୌରାଧ୍ୟକ୍ଷ ଆଲୋକ କୁମାର ସାହ, ନିର୍ବାହୀ ଯନ୍ତ୍ରୀ ଇଂ. ସୁବାସ ଚନ୍ଦ୍ର ଜେନା ଏବଂ ୩୧ଜଣ କାଉନ୍‌ସିଲରଙ୍କ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଉପସ୍ଥିତ ଥିଲେ। ନିର୍ମାଣ କାର୍ଯ୍ୟ ୨୦୧୬-୧୭ ଆର୍ଥିକ ବର୍ଷ ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଥିଲା। ପରେ ବିବାଦୀୟ ସ୍ଥିତିକୁ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହେବାରୁ ମ୍ୟୁନିସିପାଲିଟି ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଶେଷରେ ଉଚ୍ଚ ନ୍ୟାୟାଳୟ ଅଭିଯୋଗକାରୀଙ୍କ ସପକ୍ଷରେ ରାୟ ଦେଇ ପାର୍କ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଏକ ଅତ୍ୟାଧୁନିକ ପାର୍କ ପାଇଁ ସହର ଭିତରେ ଅନ୍ୟତ୍ର ସ୍ଥାନ ନ ମିଳିବାରୁ ମଞ୍ଜୁର ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏହାମଧ୍ୟରେ ଏହି ଅର୍ଥ ଫେରାଇ ଦେବା ସକାଶେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ଜିଲାପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି ବୋଲି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଉଚ୍ଚ ନ୍ୟାୟାଳୟରେ ମାମଲାକୁ ଠିକ୍‌ ଭାବେ ପରିଚାଳନା କରାଯାଇ ନ ଥିବାରୁ ବିରୋଧକାରୀଙ୍କ ସପକ୍ଷରେ ରାୟ ଯାଇଛି। ହାଇକୋର୍ଟରେ ପୁନଃ ସମୀକ୍ଷା ପାଇଁ ଆବେଦନ କରି କାର୍ଯ୍ୟ ସମ୍ପାଦନ କରାଯାଇପାରିବ। ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଣୟ କୁମାର ଜେନା କହିଛନ୍ତି, ପାର୍କ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବା ସକାଶେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ରହିଛି। ଖର୍ଚ୍ଚ ନ ହୋଇ ପଡିରହିଥିବା ଟଙ୍କା ଚଳିତମାସ ୩୧ ତାରିଖ ସୁଦ୍ଧା ଫେରିଯିବା ଏକପ୍ରକାର ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା ବିଦେଶୀ ପକ୍ଷୀଙ୍କ ଆଗମନ

ସମ୍ବଲପୁର,୧୧।୧(ବ୍ୟୁରୋ):  ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା ରିପୋର୍ଟ ସୋମବାର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ ଚଳିତବର୍ଷ ବିଦେଶୀ...

ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ମକ୍‌ଡ୍ରିଲ୍‌

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ମଙ୍ଗଳବାର ବିପଦପୂର୍ଣ୍ଣ ସମୟରେ ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ...

ଜଗନ୍ନାଥଙ୍କ ଭଜନ ଗାଇଲେ ହ୍ୟୁମାନ ସାଗର

ନିଶ୍ଚିନ୍ତକୋଇଲି, ୨୪ା୫(ସ୍ବ.ପ୍ର): ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ରବିବାର ରାତିରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଚାଲିଥିବା ମାହାଙ୍ଗା ମହୋତ୍ସବରେ...

ଦହି ଖାଇ ୨୦ରୁ ଉର୍ଦ୍ଧ୍ୱ ଅସୁସ୍ଥ

ସମ୍ବଲପୁର,୨୩।୧୨(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଲୁନ୍ଦୁରୁଡିହି ଗ୍ରାମରେ ଦହି ଖାଇ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଜଣ ଅସୁସ୍ଥ ହୋଇଛନ୍ତି। ସେଥିରେ ୫ ଜଣ ଶିଶୁ...

ଜଗନ୍ନାଥପ୍ରସାଦରେ ଖୋଲିବ ଜେଏମ୍‌ଏଫ୍‌ସି କୋର୍ଟ

ଭଞ୍ଜନଗର,୨୩ା୮(ଡି.ଏନ୍‌.ଏ.) ଜଗନ୍ନାଥପ୍ରସାଦରେ ଜେଏମ୍‌ଏଫସି କୋର୍ଟ ଆସନ୍ତା ୩୧ ତାରିଖରେ ଉଦ୍‌ଘାଟିତ ହେବ। ନିଜସ୍ବ କୋଠା ନିର୍ମାଣ ହୋଇ ନ ଥିବା ଯୋଗୁ ରାଜସ୍ବ ବିଭାଗ ଡାକ...

ବିଜେଡି ଛାଡ଼ିଲେ ବ୍ଲକ ଅଧ୍ୟକ୍ଷ

ରାଇରଙ୍ଗପୁର,୨୦ା୯: ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଟାଣୁଆ ଆଦିବାସୀ ନେତା ତଥା ତିରିଂ ବ୍ଲକ୍‌ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼୍‌ ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ...

ବିନା ସୂଚନାଫଳକରେ ଚାଲିଛି ନିର୍ମାଣ

ଚମ୍ପୁଆ, ୨୦।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସିରେ ନିର୍ମାଣ ନିୟମ ବାଟବଣା ହୋଇଛି। ଆବଶ୍ୟକ ସୂଚନା ନ ଦେଇ କରାଯାଉଛି ଲକ୍ଷ ଲକ୍ଷ ଟଙ୍କାର ନିର୍ମାଣ...

ଗାଁ ଦାଣ୍ଡ ଧୋଇଲେ, ଘର କାନ୍ଥ ବିଶୋଧନ କଲେ ଗ୍ରାମବାସୀ

କଣ୍ଟାପଡା, ୫|୪(ଡି.ଏନ.ଏ.) – ମହାମାରୀ କରୋନା ପ୍ରକୋପରୁ ଗାଁକୁ ସୁରକ୍ଷା ଦେବାପାଇଁ ଗତ ୩ ଦିନହେଲା କଟକ ଜିଲା ଅନ୍ତର୍ଗତ କଣ୍ଟାପଡା ଗାଁର ବିଭିନ୍ନ ରାସ୍ତାକୁ...

Advertisement
Archives

Model This Week