ପୂଜାରେ ନିଶା, ଆଧୁନିକ ସଙ୍ଗୀତ ମନା

ବାରିପଦା ଅଫିସ,୨୩ା୯:ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ପାଇଁ ମୟୂରଭଞ୍ଜ ଜିଲା ବାରିପଦା ସହରଠାରୁ ପୁରପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି। ମୂର୍ତ୍ତି ତିଆରି ସାଙ୍ଗକୁ ତୋରଣ ସାଜସଜ୍ଜା କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ପୂଜା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପଡ଼ୋଶୀ ରାଜ୍ୟର କାରିଗରମାନଙ୍କୁ ନିୟୋଜିତ କରାଯାଇଛି। ସହରର ୨୬ଟି ମଣ୍ଡପରେ ଚଳିତ ବର୍ଷ ପୂଜା ହେବାକୁ ଯାଉଛି। ତେବେ ୧୩ ବର୍ଷରେ ପଦାର୍ପଣ କରିଥିବା ବାରିପଦା ମଧୁବନ ଅଞ୍ଚଳର ବାରୁଣେଶ୍ୱର ଦୁର୍ଗାପୂଜା କମିଟି ସହରର ଶୃଙ୍ଖଳିତ ପୂଜା କମିଟି ଭାବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପୂଜା ସମୟରେ ଏଠାରେ ପକ୍ଷରୁ ନିଶା ସେବନ ଓ ଆଧୁନିକ ସଙ୍ଗୀତ ପରିବେଷଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମଣ୍ଡପରେ ଭଜନ, କୀର୍ତ୍ତନ ଓ ପ୍ରବଚନ ଭଳି ଶୃଙ୍ଖଳିତ ଭାବଧାରା ଏକତା ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିଛି।
ପ୍ରସ୍ତୁତି ବୈଠକଠାରୁ ଆରମ୍ଭ କରି ମୂର୍ତ୍ତି ଓ ମେଢ଼ ନିର୍ମାଣ, ଘଟ ଉତ୍ତୋଳନ, ପୂଜା, ଭୋଗବଣ୍ଟନ ଓ ବିସର୍ଜନ ସବୁଥିରେ ବରୁଣେଶ୍ୱର ପୂଜା କମିଟିର ୩୫୦ସଦସ୍ୟ ଶୃଙ୍ଖଳାକୁ ବଜାୟ ରଖିଥାନ୍ତି। ବିସର୍ଜନ ସମୟରେ ଧାର୍ମିକ ପରିବେଶରେ କେବଳ ଭଜନକୀର୍ତ୍ତନ ମାଧ୍ୟମରେ ମା’ଙ୍କୁ ମେଲାଣି ଦେଇଥାନ୍ତି। ନବମୀ ଦିନ ଏକ ହଜାରୁ ଊର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନ୍ନଭୋଗ ବଣ୍ଟନ କରାଯିବାର ସ୍ବତନ୍ତ୍ରତା ରହିଛି।
କାର୍ଯ୍ୟ ପରିଚାଳନା ପାଇଁ ନୂତନ କମିଟି ଗଠନ ହୋଇଛି। ବରିଷ୍ଠ ନାଗରିକ ସଂଘ ଓ ମଧୁବନ ଉନ୍ନୟନ ପରିଷଦର କର୍ମକର୍ତ୍ତାମାନେ ମଧ୍ୟ ଏହି ପୂଜା କମିଟି ସହିତ ଯୋଡ଼ି ହୋଇଛନ୍ତି। କମିଟି ପକ୍ଷରୁ ମଣ୍ଡପ ନିକଟରେ ଏକ ୨୪ଘଣ୍ଟିିଆ ଏକ କାର୍ଯ୍ୟାଳୟ ଖୋଲାଯାଇଛି। ୨୦୧୦ରେ ତତ୍କାଳୀନ ସଭାପତି ଉଦୟନାଥ ଜେନାଙ୍କ ନେତୃତ୍ୱରେ ପୂଜା ଆରମ୍ଭ ହୋଇଥିଲା। ୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୂଜା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯିବା ବୋଲି ଆକଳନ କରାଯାଇଛି। କମିଟିର ସଭାପତି କୁଞ୍ଜବନ ପୃଷ୍ଟି କୁହନ୍ତି, ଅଞ୍ଚଳବାସୀଙ୍କ ଆଗ୍ରହ ଓ ଭକ୍ତିକୁ ନେଇ ମା’ଦୁର୍ଗାଙ୍କ ପୂଜାକାର୍ଯ୍ୟ ହୋଇଆସୁଛି। ଏକ ଶୃଙ୍ଖଳିତ କମିଟିର ପ୍ରତିଛବିକୁ ଅକ୍ଷୁର୍ଣ୍ଣ ରଖିବାକୁ ଆମେ ଅଙ୍ଗିକାରବଦ୍ଧ ଭାବେ କାର୍ଯ୍ୟ କରୁଛୁ। ସେହିପରି ସାଧାରଣ ସମ୍ପାଦକ ବିକ୍ରମ କେଶରୀ ଜେନା କୁହନ୍ତି, କରୋନା କଟକଣା ହଟିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ା
ସଦସ୍ୟ ଓ ଶୁଭେଚ୍ଛୁଙ୍କ ସହଯୋଗରେ ପୂଜା କାର୍ଯ୍ୟପାଇଁ ଚଳିତ ବର୍ଷ ଅଧିକ ବ୍ୟୟବରାଦ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ମଝିରେ ଜଳିଗଲା ଚଳନ୍ତା କାର

ନିଶ୍ଚିନ୍ତକୋଇଲି,୮।୨(ଡି.ଏନ୍‌.ଏ.): ରାସ୍ତା ମଝିରେ ଚଳନ୍ତା କାର୍‌ରେ ନିଆଁ ଲାଗି ଜଳିଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲା ମାହାଙ୍ଗା ମଧୁପୁର ରାସ୍ତାରେ।...

ଫନୀ କ୍ଷୟକ୍ଷତି : ସହାୟତା ଦାବି କଲା ମତ୍ସ୍ୟଜୀବୀ ମହାସଂଘ

କୃଷ୍ଣପ୍ରସାଦ,୧୧ା୬(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସାମୁଦ୍ରିକ ଝଡ଼ ଫନୀ ତାଣ୍ଡବ କରିବା ଇତି ମଧ୍ୟରେ ଏକ ମାସ ବିତିଯାଇଛି। ରିଲିଫ୍‌ ବାବଦରେ ୩ ହଜାର ଟଙ୍କା,...

ନନ୍ଦିରା ଉପରେ ନିର୍ଭର

ବଅଁରପାଳ,୧ା୬(ଡି.ଏନ.ଏ.)  ପ୍ରତି ଘରେ ପହଞ୍ଚିବ ପାଇପ୍‌ ପାଣି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ବର୍ଷ ବର୍ଷ ଧରି ଏପରି ଆଶ୍ୱାସନା ଦେଉଛନ୍ତି ସରକାର। ହେଲେ ଘର...

ବନ୍ୟାକୁ ବର୍ଷେ, ମରାମତି ହେଲାନି ରାସ୍ତା

ବିଞ୍ଝାରପୁର,୧୯ା୧୨(ଡି.ଏନ.ଏ.): ଖରସ୍ରୋତା ନଦୀରେ ଗତବର୍ଷ ବନ୍ୟା ଆସି ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ମଲ୍ଲିପୁର ଗ୍ରାମର ରାସ୍ତା ଭାଙ୍ଗିଥିଲା। ଇତିମଧ୍ୟରେ ବନ୍ୟାକୁ ବର୍ଷେ ପୂରିଥିଲେ ମଧ୍ୟ...

କଙ୍କାଳ ବେଶରେ କରୋନା ସଚେତନତା

ପାଲଲହଡ଼ା, ୧୫ା୪(ଡି.ଏନ.ଏ.)- ମହାମାରୀ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଅଭିନବ ଉପାୟ ବାଛିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳର ସ୍ବେଚ୍ଛାସେବୀ ଦିଲୀପ...

ଭିତରକନିକାରେ ଡଲ୍‌ଫିନ ଗଣନା ଆରମ୍ଭ

ରାଜନଗର,୧୯।୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଦିନିକିଆ ଡଲ୍‌ଫିନ ଗଣନା ରବିବାର ସକାଳୁ ଆରମ୍ଭ ହୋଇଛି। ଉଦ୍ୟାନରେ ପ୍ରବାହିତ ହେଉଥିବା ନଦୀ, ନାଳ ବରୁଣେଇ, ଗହୀରମଥା, ସାତଭାୟା,...

ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ: ଏନ୍‌ଏସି ଇଓଙ୍କୁ ଦାବିପତ୍ର

ଗଞ୍ଜାମ, ୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ସହର ଜୟଶ୍ରୀ ଛକଠାରେ ଏନ୍‌ଏସି ପକ୍ଷରୁ ୨୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏକ ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି...

ଲକ୍‌ଡାଉନ ବେଳେ ବଢୁଛି ମଦ କାରବାର

କେନ୍ଦୁଝର,୧୬ା୪(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା କରାଯାଇ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ ରହିଛି। ସେହିପରି ମଦ ଦୋକାନ...

Advertisement
Archives

Model This Week