ପୂଜାଥାଳି ଖୋଜୁଛନ୍ତି ପୂଜାରୀ

ବଅଁରପାଳ,୩ା୬ – ପୂର୍ଣ୍ଣମୀ ହେଉ କି ଅମାବାସ୍ୟା, ସଂକ୍ରାନ୍ତି ହେଉ ଅବା ସୋମବାର, ସକାଳୁ ଗହଳିଚହଳିରେ ପୂରି ଉଠୁଥିଲା ମନ୍ଦିର ପରିବେଶ। ପୂଜା ପାଇଁ ଥାଳି ଧରି ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଧାଡ଼ିରେ ଅପେକ୍ଷା କରୁଥିଲେ ପୂଜାରୀଙ୍କୁ। ହେଲେ କରୋନା କଟକଣା କରିଦେଇଛି ପଟ ପରିବର୍ତ୍ତନ। ଭକ୍ତଙ୍କ ପାଇଁ ସର୍ବଦା ଖୋଲା ରହୁଥିବା ଭଗବାନଙ୍କ ଦ୍ୱାରରେ ପକାଇଦେଇଛି ତାଲା। ଧାର୍ମିକ କାର୍ଯ୍ୟରେ ଲଗାଇଦେଇଛି ବ୍ରେକ୍‌। ଫଳରେ ଦୀର୍ଘ ୨ ମାସରୁ ଅଧିକ ହେଲା ଶ୍ରଦ୍ଧାଳୁଙ୍କ ପାଦ ପଡ଼ିନି ମନ୍ଦିରରେ। ପୂର୍ବ ଭଳି ଦାନ କି ଦକ୍ଷିଣାରେ ଆଉ ଉଛୁଳି ଉଠୁନି ପୂଜାରୀଙ୍କ ଅଣ୍ଟି। ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରୁଥିବା ପୂଜାରୀମାନେ ଏବେ ଖୋଜୁଛନ୍ତି ଶ୍ରଦ୍ଧାଳୁଙ୍କ ପୂଜାଥାଳିକୁ।
ଅନୁଗୋଳ ଜିଲା ବଅଁରପାଳ ବ୍ଲକର ବିଭିନ୍ନ ଦେବଦେବୀ ପୀଠରେ ଥିବା ପୂଜାରୀମାନେ ଦୀର୍ଘମାସ ହେଲା ବଡ଼ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କରୋନା ପାଇଁ ଲକ୍‌ଡାଉନ୍‌ ପରଠାରୁ ବ୍ଲକ ଅଞ୍ଚଳର ପ୍ରାୟ ୧ ହଜାର ମନ୍ଦିରରେ ଭକ୍ତଙ୍କ ପାଇଁ ତାଲା ପକାଇ ଦିଆଯାଇଛି। ଯଦିଓ ନୀତିକାନ୍ତି ଜାରି ରହିଛି ତଥାପି ଶ୍ରଦ୍ଧାଳୁ ଆସୁ ନ ଥିବାରୁ ଦାନ, ଦକ୍ଷିଣା ଉପରେ ନିର୍ଭର କରି ଚଳୁଥିବା ପୂଜାରୀମାନଙ୍କ ରୋଜଗାର ଠପ୍‌ ହୋଇଯାଇଛି। ବିଶେଷକରି ବଅଁରପାଳର ପଞ୍ଚଶ୍ରୀକ୍ଷେତ୍ର, ତଳମୂଳ ଜଗନ୍ନାଥ ମନ୍ଦିର, ଦୁର୍ଗାମାଧବ ମନ୍ଦିର, ଅଷ୍ଟଶମ୍ଭୁ ମନ୍ଦିର, ନାଲ୍‌କୋ ଜଗନ୍ନାଥ ମନ୍ଦିର, କାଳୀ, ଶନିଶ୍ଚର, ହନୁମାନ, ସନ୍ତୋଷୀ ମା’, ସାଇବାବା, ବଳରାମପ୍ରସାଦସ୍ଥିତ ଶିବେଶ୍ୱର ଓ ଐଶ୍ୱାନେଶ୍ୱର ଏବଂ ମା’ ତାରିଣୀଙ୍କ ମନ୍ଦିର ଆଦି ଭକ୍ତ ଶୂନ୍ୟ ହୋଇପଡ଼ିଛି। ଏସବୁ ଧାର୍ମିକ ସ୍ଥଳରେ ବ୍ରାହ୍ମଣ, ମହାପାତ୍ର ଓ ଦେହୁରୀ ପରିବାର ପୂଜା କରିଥାନ୍ତି। କିନ୍ତୁ ମାସ ମାସ ହେଲା ଶ୍ରଦ୍ଧାଳୁମାନେ ଆସୁ ନ ଥିବାରୁ ଏହି ପୂଜାରୀମାନେ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ଏପରି କି ଘରେ ଦିନେ ଚୁଲି ଜଳିଲେ ଆରଦିନ ଜଳୁ ନ ଥିବା କେତେଜଣ ପୂଜାରୀ ପ୍ରକାଶ କରିଛନ୍ତି। ନାଲ୍‌କୋ କାଳୀ ମନ୍ଦିର ପୂଜକ ଅନିରୁଦ୍ଧ କର କହିଛନ୍ତି, ଦୀର୍ଘଦିନ ହେଲା ମନ୍ଦିରରୁ ତାଲା ଖୋଲୁ ନ ଥିବାରୁ ପୂଜା ପାଇଁ ଭକ୍ତମାନେ ଆସୁନାହନ୍ତି। ଫଳରେ ଆମକୁ ଦାନ ଦକ୍ଷିଣା ମିଳୁନି। ଏହି ଅର୍ଥ ଉପରେ ଆମ ପରିବାର ନିର୍ଭର କରୁଛି। ଏବେ ବହୁ ଅସୁବିଧାରେ ଦିନ କାଟିବାକୁ ପଡ଼ୁଛି। କୁଲାଡ଼ ଶିବ ମନ୍ଦିର ପୂଜକ ଇନ୍ଦ୍ରମଣି ମହାପାତ୍ର କହିଛନ୍ତି, କରୋନା କଟକଣା ହଜାର ହଜାର ପୂଜାରୀଙ୍କ ଜୀବିକା ଛଡ଼ାଇ ନେଇଛି। କେବେ ଏ ତାଲା ଖୋଲିବ ଓ ପୂଜା ଥାଳି ଧରି ଶ୍ରଦ୍ଧାଳୁ ମନ୍ଦିର ଆସିବେ ତାହାକୁ ଆମେ ଚାହିଁ ବସିଛୁ।

(ଉପେନ୍ଦ୍ର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେବା ଘଟଣା: କମ୍ପ୍ୟୁଟର ସେଣ୍ଟର ସିଲ୍‌, ମାଲିକ ଅଟକ

ବେଗୁନିଆପଡ଼ା,୮ା୧(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କ ଚାକିରି ନିମନ୍ତେ ଜାଲ୍‌ ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା କମ୍ପ୍ୟୁଟର ସେଣ୍ଟର ମାଲିକଙ୍କୁ ମଙ୍ଗଳବାରଠାରୁ ଅଟକ ରଖାଯାଇଛି। କୋଦଳା ତହସିଲଦାର ପ୍ରଭାତ...

ଗୁଳିମାଡ଼ରେ ଜଣେ ଗୁରୁତର

ବାଲେଶ୍ୱର ଅଫିସ,୨୫।୭: ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଆନନ୍ଦ ବଜାରରେ ଗୁରୁବାର ପୂର୍ବାହ୍ନରେ ୬/୭ ଜଣ ଯୁବକ  ତେଲେଙ୍ଗାସାହି ଅଞ୍ଚଳର ରୋହିତ ରାଓ(୧୮)ଙ୍କୁ...

ପୁଅକୁ ତାଲା ପକାଇ ରଖୁଥିଲେ ମା’

କଟକ ଅଫିସ,୧୮ା୧୧: ୯ ବର୍ଷର ନାବାଳକଙ୍କୁ ଘର ଭିତରେ ରଖି ବାହାର ପଟୁ ତାଲା ଦେଇ କର୍ମକ୍ଷେତ୍ରକୁ ଯାଉଥିଲେ ମା’। ସିଡିଏ ବିରେନ ମିତ୍ର ପାର୍କ...

ବିଭିନ୍ନ ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୧୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅଧୀନ ମେଦିନୀପୁର ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଗ୍ରାମବାସୀ ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ବିଦ୍ୟୁତ୍‌ ସମସ୍ୟା ଦୂର,...

ଝାରସୁଗୁଡ଼ାରେ ୩ ଶହ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଝାରସୁଗୁଡ଼ା ଅଫିସ,୨୯।୭: ଝାରସୁଗୁଡ଼ା ଜିଲାରେ ବୁଧବାର ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୩...

ପୋର୍ଟ ଭିତରେ ଜଳିଗଲା ହାଇଓ୍ବା

ପାରାଦୀପ, ୨୪।୪ (ସ୍ବ.ପ୍ର.)-ପାରାଦୀପ ପୋର୍ଟର ୧ନମ୍ବର ଗେଟ୍‌ ପାଖରେ ଚାଲିଥିବ ଏକ ନୂତନ ପ୍ରକଳ୍ପ(ଜେଏସ୍‌ଡବ୍ଲ୍ୟୁ)ରେ ଶୁକ୍ରବାର ଏକ ହାଇଓ୍ବାରେ ନିଆଁ ଲାଗି ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି।...

ଥମିନି ଶ୍ରମିକ ଶୋଷଣ ନୀତି: ଏବେ ବି ଅବହେଳିତ ଠିକା ଶ୍ରମିକ

(ଉପେନ୍ଦ୍ର ରାଉତ) ବଅଁରପାଳ, ୧।୫- ଶ୍ରମିକ ବିକାଶର ବାହକ। ପ୍ରଗତିର ପ୍ରମୁଖ ଭାଗୀଦାର। ସେମାନଙ୍କ ସହଯୋଗ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ହେଲେ ବିଭିନ୍ନ...

ବିଦ୍ୟୁତ୍‌ ଆଘାତରେ ଜଣେ ଗୁରୁତର

ବୁଗୁଡ଼ା,୨୬ା୮(ଡି.ଏନ.ଏ.)-ବୁଗୁଡ଼ା ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ଟେଲିଫୋନ ବିଭାଗରେ କାର୍ଯ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀ ବିଦ୍ୟୁତ ଆଘାତରେ ସୋମବାର ଗୁରୁତର ହୋଇଛନ୍ତି। ସେ ହେଲେ ଧୋବା ସାହୁ। ଧୋବା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *