Posted inଜାତୀୟ

ପୁରୁଣା ଟିମ୍‌ ସହିତ କେଜରିଓ୍ବାଲଙ୍କ ନୂଆ ଇନିଂସ୍‌

ନୂଆଦିଲ୍ଲୀ,୧୬।୨: ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ଶପଥ ନେଇଛନ୍ତି। କେଜରିଓ୍ବାଲଙ୍କ ସହିତ ତାଙ୍କ ପୁରୁଣା ଟିମ୍‌ର ସଦସ୍ୟ ମଧ୍ୟ ଶପଥ ପାଠ କରିଛନ୍ତି। କେଜରିଓ୍ବାଲ ପୁରୁଣା ଟିମ୍‌ ସହିତ ନୂଆ ଇନିଂସ୍‌ ଆରମ୍ଭ କରିଛନ୍ତି। ପୁରୁଣା ଟିମ୍‌ର ସଦସ୍ୟଙ୍କ ମଧ୍ୟରେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ୍‌, ଗୋପାଳ ରାୟ, କୈଳାସ ଗେହଲଟ, ଇମରାନ୍‌ ହୁସେନ୍‌ ଏବଂ ରାଜେନ୍ଦ୍ର ପାଲ୍‌ ଗୌତମ ପ୍ରମୁଖ କେଜରିଓ୍ବାଲଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇଛନ୍ତି।ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଯେତେଜଣ ଶପଥ ନେଇଛନ୍ତି, ସମସ୍ତେ ରାଜ ନିବାସକୁ ବାଛିଛନ୍ତି। କିନ୍ତୁ କେଜ୍‌ରିଓ୍ବାଲ ପ୍ରଥମଥର ପାଇଁ ଏହି ପରମ୍ପରାକୁ ଭାଙ୍ଗି ରାମଲୀଲା ମଇଦାନରେ ଶପଥ ନେଇଛନ୍ତି। କେଜ୍‌ରିଓ୍ବାଲଙ୍କ ପରେ ମନୀଷ୍‌ ସିସୋଡିଆ, ସତ୍ୟେନ୍ଦ୍ର ଜୈନ, ଗୋପାଲ ରାଏ, କୈଳାଶ ଗେହଲଟ, ଇମ୍ରାନ୍‌ ହୁସେନ ଓ ରାଜେନ୍ଦ୍ର ଗୌତମ ମନ୍ତ୍ରୀ ରୂପେ ଶପଥ ନେଇଥିଲେ। ତେବେ ଦିଲ୍ଲୀ କ୍ୟାବିନେଟ ୨୦୨୦-୨୫ରେ ଜଣେ ହେଲେ ମହିଳାଙ୍କୁ ମନ୍ତ୍ରୀ ଭାବେ ସାମିଲ କରାଯାଇ ନାହିଁ। କ୍ରମାଗତ ତୃତୀୟଥର ପାଇଁ ଶାସନ ଭାର ଗ୍ରହଣ ପରେ କେଜ୍‌ରିଓ୍ବାଲ ଦିଲ୍ଲୀବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ କହିଥିଲେ, ରାଜଧାନୀରେ ସୁଶାସନ ଆଣିବା ଲାଗି ସେ କେନ୍ଦ୍ର ସରକାରଙ୍କ ସହ ମିଳିମିଶି କାମ କରିବାକୁ ଚାହାନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ମଧ୍ୟ ଆବଶ୍ୟକ। ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଥିଲେ। ମୋଦିଜୀ ସମ୍ଭବତଃ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଯୋଗଦେଉଥିବାରୁ ଆସିପାରି ନାହାନ୍ତି। ତେବେ ଏହି ମଞ୍ଚରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଆଶୀର୍ବାଦ ନେବା ପାଇଁ ଚାହୁଁଥିବା କେଜ୍‌ରିଓ୍ବାଲ ପ୍ରକାଶ କରିଥିଲେ। ଏଏପି ମୁଖ୍ୟ ଆହୁରି କହିଥିଲେ ଯେ, ନିର୍ବାଚନ ପ୍ରଚାର ବେଳେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିରୋଧୀମାନଙ୍କୁ ସେ କ୍ଷମା କରିଦେଇଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ବିଜୟ ନୁହେଁ, ବରଂ ସମସ୍ତ ଦିଲ୍ଲୀବାସୀଙ୍କ ବିଜୟ। ନିର୍ବାଚନ ଶେଷ ହୋଇଯାଇଛି। କିଏ କାହାକୁ ଭୋଟ ଦେଲେ ବା ନ ଦେଲେ ସେଥିରେ ଆଉ କିଛି ଯାଏଆସେ ନାହିଁ। ଏବେ ସେ ସମସ୍ତଙ୍କ ପାଇଁ କାମ କରିବେ। ଯେକୌଣସି ଜାତି, ଧର୍ମ, ବର୍ଣ୍ଣର ହୋଇଥିଲେ ମଧ୍ୟ କିଛି ଭେଦଭାବ ରହିବ ନାହିଁ। ସେ କେବଳ ଏଏପିର ମୁଖ୍ୟମନ୍ତ୍ରୀ ନୁହନ୍ତି ବରଂ ଭାଜପା, କଂଗ୍ରେସ ଏବଂ ସର୍ବୋପରି ସମସ୍ତ ଦିଲ୍ଲୀବାସୀଙ୍କ ମୁଖ୍ୟମନ୍ତ୍ରୀ ବୋଲି କେଜ୍‌ରିଓ୍ବାଲ ସ୍ପଷ୍ଟ କରିଛନ୍ତି।
ଉକ୍ତ ଶପଥ ଗ୍ରହଣ ଉତ୍ସବକୁ ସ୍କୁଲ ଶିକ୍ଷକମାନଙ୍କ ସହ ବିଭିନ୍ନ କ୍ଷେତ୍ରର ୫୦ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଦିଲ୍ଲୀ ପୋଲିସ ମଧ୍ୟ ଏଥିଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିଥିଲା। ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ପ୍ରାୟ ୩,୦୦୦ ସୁରକ୍ଷା କର୍ମୀ ରାମଲୀଲା ମଇଦାନରେ ମୁତୟନ ହୋଇଥିଲେ। ଏହାସହ ସମ୍ପୂର୍ଣ୍ଣ ପଡ଼ିଆକୁ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଥିଲା। ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ‘ବେବି ମଫଲରମ୍ୟାନ୍‌’। ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଭଳି ବେଶ ଧାରଣ କରିଥିବା ଏହି କୁନି ବାଳକଙ୍କ ସହ ଶପଥଗ୍ରହଣ ଉତ୍ସବରେ ଅନେକ ଦଳର ଅନେକ ନେତା ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା। ଛୋଟା କେଜ୍‌ରିଓ୍ବାଲ ନାମରେ ପରିଚିତ ଆଭ୍ୟାନ ତୋମାରଙ୍କ ଫଟୋ ଓ ଭିଡିଓ କ୍ଲିପ୍‌ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରକାଶ ଯେ, ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଗତ ୮ ତାରିଖରେ ନିର୍ବାଚନ ହୋଇଥିଲା। ଭୋଟ ଗଣତି ୧୧ରେ କରାଯାଇଥିଲା। ଶାସକ ଏଏପି ୬୨ ଆସନ ଦଖଲ କରି ପୂର୍ଣ୍ଣସଂଖ୍ୟାଗରିଷ୍ଠତା ଲାଭ କରି ତୃତୀୟଥର ପାଇଁ ସରକାର ଗଠନ କରିଛି। ଭାଜପାକୁ ମାତ୍ର ୮ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ କଂଗ୍ରେସ ଏଥର ମଧ୍ୟ ଖାତା ଖୋଲିପାରି ନାହିଁ।

ପୁରୁଣା ମନ୍ତ୍ରୀ ମଣ୍ଡଳରେ ମନୀଷଙ୍କ ହାତରେ ଅର୍ଥ, ଶିକ୍ଷା,ପର୍ଯ୍ୟଟନ, କଳା-ସଂସ୍କୃତି ଆଦି ୧୧ଟି ବିଭାଗ ରହିଥିଲା। ସେ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସେହିପରି ସତ୍ୟେନ୍ଦ୍ର ସ୍ବରାଷ୍ଟ୍ର, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ଉଦ୍ୟୋଗ, ସହରୀ ବିକାଶ ଆଦି ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ। ଗୋପାଳ ରାୟଙ୍କ ପାଖରେ ଶ୍ରମ, ରୋଜଗାର, ସାଧାରଣ ପ୍ରଶାସନ ଆଦି ବିଭାଗ ରହିଥିଲା। କୈଳାସ ଗେହଲଟଙ୍କ ପାଖରେ ପରିବହନ, ରାଜସ୍ବ ଏବଂ ଆଇନ ବ୍ୟବସ୍ଥା ବିଭାଗ ରହିଥିଲା। ସେହିପରି ଇମରାନ୍‌ ହୁସେନ୍‌ଙ୍କ ପାଖରେ ଖାଦ୍ୟ, ଉତ୍ପାଦନ, ବନ ଓ ପରିବେଶ ଆଦି ବିଭାଗ ଥିଲା। ରାଜେନ୍ଦ୍ର ପାଲ୍‌ ଗୌତମ ସାମାଜିକ କଲ୍ୟାଣ ସମେତ ଅନ୍ୟ କିଛି ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ। ଏବେ ନୂଆ କ୍ୟାବିନେଟରେ ପୁରୁଣା ଟିମ୍‌ର ବିଭାଗ ସମାନ ରହିବ ନା ଏହାର ପରିବର୍ତ୍ତନ କରାଯିବ ସେ ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତିି ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri