ପୁରୁଣା ଅଶ୍ୱତ୍ଥ ଗଛ ଉପୁଡ଼ି ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା ଅବରୋଧ

ଧାମନଗର ,୧୩।୧୧(ଡି.ଏନ.ଏ.)- ଭଦ୍ରକ କିଲା ଧାମନଗର ବ୍ଲକଦେଇ ଯାଇଥିବା ଭଦ୍ରକ- ଆଖଣ୍ଡଳମଣି ମୁଖ୍ୟ ରାସ୍ତାର ସୂର୍ଯ୍ୟପୁର ଛକରେ ଥିବା ଏକ ପୁରାତନ ବିରାଟ ଅଶ୍ୱତ୍ଥ ଗଛ ମଙ୍ଗଳବାର ଉପୁଡି ପଡିବାରୁ ରାସ୍ତା ଅବରୋଧ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହି ଛକରେ ଦାରୁ ଗଛଟି ଶହ ଶହ ବର୍ଷ ଧରି ରାସ୍ତାକଡ଼କୁ ଲାଗି ରହିଥିଲା । ପୂର୍ବରୁ ପାଦରେ ଚାଲି ଚାଲି ଯାଉଥିବା ବାଟୋଇ ଓ ତୀର୍ଥଯାତ୍ରୀଙ୍କୁ ଖରା ସମୟରେ ଏହା ନିଜ ଛାଇରେ ଆଶ୍ରୟ ଦେଇ ଆସୁଥିଲା । ଗ୍ରାମବାସୀ ଗଛ ଚାରି ପାଖରେ ପକ୍କା ପିଣ୍ଡି କରି ବସାଉଠା କରୁଥିଲେ । ମଙ୍ଗଳବାର ହଠାତ ଗଛଟି ଉପୁଡି ମୁଖ୍ୟ ରାସ୍ତା ଉପରେ ପଡି ଯାଇଥିଲା। ତେବେ ରାସ୍ତାରେ ଏ ନେଇ କିଛି ଦୁର୍ଘଟଣା ଘଟି ନାହିଁ ା ରାସ୍ତା ଆର ପଟେ ଥିବା କେତେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଧୂଷୁରୀ ଥାନା ଆଇଆଇସି ପ୍ରଫୁଲ୍ଲ କୁମାର ସିଂ ରାସ୍ତା ସଫା କରିବା ପାଇଁ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନେ ପହଞ୍ଚି ଗଛ କାଟି ରାସ୍ତାରୁ ହଟାଇଥିଲେ । ମଙ୍ଗଳବାର ରାହାସ ପୂର୍ଣ୍ଣିମା ପାଇଁ ଆଖଣ୍ଡଳମଣିଙ୍କ ପୀଠକୁ ଭକ୍ତଙ୍କୁ ନେଇ ଯାତାୟାତ କରୁଥିବା ଶତାଧିକ ଗାଡ଼ିମୋଟର ସେଠାରେ ଅଟକି ରହିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପି ଦାୟିତ୍ୱ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିନୟତୋଷ ମିଶ୍ର

ପୁରୀ, ୧୬।୮ (ଅଜିତ୍ କୁମାର ମହାନ୍ତି): ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ର ରବିବାର ରାତିରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀ…

ଅଧିକାର ପାଇଁ ଆନ୍ଦୋଳନ: ସମୁଦ୍ର ଆଁରୁ ଭିଟାମାଟି ବଞ୍ଚାଇବାକୁ…

ଛତ୍ରପୁର, ୧୭।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀଠାରେ ସମୁଦ୍ର କୂଳ ଲଙ୍ଘିବା ଘଟଣା ଏବେ ଆନ୍ଦୋଳନର ରୂପ ନେଇଛି। ସମୁଦ୍ରର…

ସମୁଦ୍ରରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ, ୨ ଟ୍ରଲର ସହ ୫ କ୍ୱିଣ୍ଟାଲ ମାଛ ଜବତ କରି…

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପୁଣିଥରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଆନ୍ଧ୍ର ପ୍ରଦେଶର…

ବିପଦ ସଙ୍କେତ ଟପିଲା ସାଳନ୍ଦୀ, ତଳେ ବୈତରଣୀ: ଜିଲାର ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୧୭।୮ (ସନାତନ ରାଉତ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ବିପଦ ସଙ୍କେତ ତଳେ…

ନୃତ୍ୟାଶା ସମ୍ମାନ ୨୦୨୬: ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର ସମ୍ମାନୀତ

ଭୁବନେଶ୍ୱର,୧୭।୮: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର, ପ୍ରସାର ଏବଂ ଏହାର ଅମୂଲ ପରମ୍ପରାର ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟରତ ଅନୁଷ୍ଠାନ ‘ନୃତ୍ୟାଶା’ ପକ୍ଷରୁ ଆୟୋଜିତ ଅଷ୍ଟମ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଧର୍ମଶାଳାରେ ବିଧାୟକ….

ଧର୍ମଶାଳା,୧୭ା୮(ଶିବ ପ୍ରସାଦ ମହାନ୍ତି): ରାଜ୍ୟର କେତେକ ଜିଲାରେ ପୁନର୍ବାର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏହାକୁ…

ବ୍ରିଜ୍‌ତଳୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବରଗଡ଼,୧୭ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ବ୍ରିଜତଳୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ…

ବକେୟା ବିଲ୍ ପୈଠ କଲାନି ପଞ୍ଚାୟତ; ବିଦ୍ୟୁତ କାଟିଲା ବିଭାଗ, ରାଶନ ହିତାଧିକାରୀ ହନ୍ତସନ୍ତ

ମୋହନା,୧୭ା୮( ମନ୍ମଥ ମିଶ୍ର ): ବିଦ୍ୟୁତ ବକେୟା ପାଇଁ ପଞ୍ଚାୟତର ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ଆଉ ବିଦ୍ୟୁତ ନଥିବାରୁ ଠପ୍‌ ହୋଇଗଲା ରାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri