ପୁରୀ ସେବା ସମିତିର ବସନ ସେବା: ବସ୍ତ୍ର ପାଇ ଖୁସିରେ ଫେରିଲେ ୨ ବନ୍ଧୁ

ପୁରୀ ଅଫିସ,୨ା୧: ନୂତନ ବର୍ଷ ଅବସରରେ ପୁରୀ ସେବା ସମିତି ପକ୍ଷରୁ ମରିଚିକୋଟ ସ୍ଥିତ କାର୍ଯ୍ୟାଳୟ ଆଗରେ ବସନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବହୁ ଗରିବ, ଅସହାୟ ବ୍ୟକ୍ତିଙ୍କୁ ପ୍ୟାଣ୍ଟସାର୍ଟ, ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ତେବେ ସୁବର୍ଣ୍ଣପୁରରୁ ଆସିଥିବା ଦୁଇଜଣ ବନ୍ଧୁ ବେଳାଭୂମିରେ ନିଜ ବସ୍ତ୍ର, ଟଙ୍କା, ବ୍ୟାଗ ହରାଇ ବୁଲୁଥିବାବେଳେ ବସନ ସେବାରୁ ପିନ୍ଧିବା ଲାଗି ପୋଷାକ ପାଇ ଖୁସି ହୋଇଥିଲେ। ଉଭୟଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ପଡ଼ିଥିଲା। ସମିତିର ସହସମ୍ପାଦକ ସୌମେନ୍ଦ୍ର ଦାସ କହିଛନ୍ତି, ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ବସ୍ତ୍ର ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ଲାଗି ଯୋଜନା କରାଯିବ। ଗୁରୁଦତ୍ତ ମହାନ୍ତି, ଜିତେନ୍ଦ୍ର ବାରିକ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସଚ୍ଚିନନ୍ଦନ ଦାଶ, ଶ୍ରୀକାନ୍ତ ପଣ୍ଡା, ଦେବେନ୍ଦ୍ର ନନ୍ଦ, ସତ୍ୟକାମ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଟାଉନ ଥାନା ଅଧିକାରୀ

ବାରିପଦା ଅଫିସ,୭ା୧- ଦୀର୍ଘ ଦିନର ଦାବି ପରେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ବଦଳିଛନ୍ତି। ତାଙ୍କ ସ୍ଥାନରେ ବହଳଦା ଥାନା ଇନ୍ସପେକ୍ଟର...

ପଞ୍ଜାବରୁ କଟକ ଆସୁଥିଲା ସୁନା

କଟକ ଅଫିସ,୧୬ା୭: ପଞ୍ଜାବରୁ ଓଡ଼ିଶାକୁ ଆସୁଥିଲା ପୁଳା ପୁଳା ସୁନା। ପରେ କଟକର ବିଭିନ୍ନ ଦୋକାନରେ ବିକ୍ରି ହେଉଥିଲା। ଏଥିପାଇଁ ଦୋକାନୀଙ୍କୁ ଜିଏସ୍‌ଟି ଦେବାକୁ ପଡୁ...

ଛେଳିର ଅନ୍ତ୍ୟେଷ୍ଟିକ୍ରିୟା

ପାଟଣା,୧୭ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧୀନ ତେନ୍ତେଳା ଗ୍ରାମରେ ବୁଧବାର ପ୍ରାଣୀ ଓ ମଣିଷ ଭିତରେ ଥିବା ଅନାବିଳ ସମ୍ପର୍କ ଦେଖିବାକୁ...

ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ‘ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି’

ଭୁବନେଶ୍ୱର, ୧୭-୧୧(ବ୍ୟୁରୋ) ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି। ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ ସେତେବେଳେ ସମାଜ ଆଗକୁ...

ଟିକା ନେବାପରେ ବାପାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ପୁଅ

ନବରଙ୍ଗପୁର/ଡାବୁଗାଁ/ପାପଡ଼ାହାଣ୍ଡି,୩।୪: କରୋନା ଟିକା ନେଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ପାପଡ଼ାହାଣ୍ଡି ବ୍ଲକ ହାତୀବେଢ଼ା...

ଫାଇଲିନ୍‌କୁ ପୂରିଲା ୬ ବର୍ଷ : ମନେପଡ଼ିଲେ ଥରିଉଠେ ଛାତି

ଛତ୍ରପୁର,୧୨ା୧୦(ଡି.ଏନ.ଏ)-୨୦୧୩ ଅକ୍ଟୋବର ୧୨ ତାରିଖ ରାତିରେ ଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫାଇଲିନ’। ଏହି ବାତ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷକରି ଗଞ୍ଜାମ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ଖୋର୍ଦ୍ଧା ଅଫିସ,୩୦ା୧:  ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଆବାସ ଯୋଜନାରେ...

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କୋକସରା,୨୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ପକ୍ଷରୁ ଥାନା ଅଧିକାରୀ ପୁଷ୍ପାଞ୍ଜଳି ନେଗୀଙ୍କ ନେତୃତରେ ସଡକ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଶନିବାର...

Advertisement


Archives

Model This Week