ପୁରୀ ସହରରେ ବୁଲା କୁକରଙ୍କ ଦୌରାତ୍ମ୍ୟ: ୩୫୦ କୁକୁରଙ୍କର ହେଲା ବନ୍ଧ୍ୟାକରଣ

ପୁରୀ ଅଫିସ, ୨୩ା୧୦: ପୁରୀ ସହରରେ ବୁଲା କୁକୁରଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି। ଏଥିସହ ଏମାନଙ୍କ ଦୌରାତ୍ମ୍ୟ ମଧ୍ୟ ବଢୁଛି। ୨୦୧୨ରେ ହୋଇଥିବା ପଶୁ ଗଣନା ଅନୁଯାୟୀ, ବର୍ତ୍ତମାନ ପୁରୀ ସହର ଏବଂ ଏହାର ଉପକଣ୍ଠରେ ପ୍ରାୟ ୭,୦୦୦ରୁ ଊର୍ଦ୍ଧ୍ୱ ବୁଲା କୁକୁର ରହିଛନ୍ତି। ଫଳରେ ଏମାନଙ୍କ ଯୋଗୁ ଦୁର୍ଘଟଣା ଏବଂ କୁକୁର କାମୁଡା ସଂଖ୍ୟା ବି ବଢିବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୧୦ ଦିନରେ ୩୫୦ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିବା ଜଣାପଡିଛି।
ଜିଲା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ପିପିଲିସ୍ଥିତ ଘାସ ଫାର୍ମ ପରିସରରେ ଏହି ବନ୍ଧ୍ୟାକରଣ କାର୍ଯ୍ୟକ୍ରମ କରାଯାଇଛି। କଲିକତାର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଏ-୧ ଆନିମଲ୍‌ସ କମ୍‌ ଫାଷ୍ଟ ସହାୟତାରେ ଗତ ଅକ୍ଟୋବର ୧୦ରୁ ୨୦ ତାରିଖ ମଧ୍ୟରେ ୨୫୦ କୁକୁରଙ୍କ ବନ୍ଧ୍ୟାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଏହି ସମୟ ମଧ୍ୟରେ ୩୫୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିବା ସତ୍ୟବାଦୀ ବ୍ଲକର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିଶ୍ୱରଞ୍ଜନ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ତାତି: ୨୧ରୁ ଝଡ଼ବର୍ଷା

ଭୁବନେଶ୍ୱର,୧୮/୩(ବ୍ୟୁରୋ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବ। ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି...

ସମ୍ପୂର୍ଣ୍ଣାଙ୍କୁ ଗ୍ରହଣ କଲେ ବାଙ୍ଗାଲୋରର ଦମ୍ପତି

ସୋନପୁର,୧୨।୬(ନି.ପ୍ର.)ସୁବର୍ଣ୍ଣପୁରର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର(ସା)ରେ ରହୁଥିବା ଶିଶୁ କନ୍ୟା(ସମ୍ପୂର୍ଣ୍ଣା)ଙ୍କୁ ବାଙ୍ଗାଲୋରରେ ରହୁଥିବା ଦମ୍ପତି ମଙ୍ଗଳବାର ଗ୍ରହଣ କରିଛନ୍ତି। ଏହି ଶିଶୁକୁ ଜିଲା ଶିଶୁ ମଙ୍ଗଳ...

ବିନା ଭକ୍ତରେ ସ୍ନାନଯାତ୍ରା, ରଥଯାତ୍ରା ନେଇ ପ୍ରସ୍ତାବ; ଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର

ପୁରୀ ଅଫିସ, ୩୦।୫: ଚଳିତ ବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଶନିବାର ଭୁବନେଶ୍ୱର ଓ ପୁରୀରେ ଭିଡିଓ...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅସହାୟ ଶଙ୍ଖାଳି

ଗଣିଆ, ୧୪।୯ (ଡି.ଏନ.ଏ.): ଲଗାଣ ବର୍ଷା ପ୍ରଭାବରେ ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ହରିପୁର ଗ୍ରାମର ଶଙ୍ଖାଳି ବେହେରାଙ୍କ ଏକ ବଖରା ଚାଳଘର...

ପୁଣି ସୁରଟ୍‌ରୁ ୨ ବସ୍‌ରେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ

ଛତ୍ରପୁର, ୩୦।୪( ଡି.ଏନ୍‌.ଏ.)- ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡିଆ ଏବେ ଘର ବାହୁଡା ହେଉଛନ୍ତି । ଏହି କ୍ରମରେ ଗୁରୁବାର...

ରାଜ୍ୟ ବାହାରୁ ଆସି ଘରେ ଲୁଚିଥିବା ଯୁବକ ଉଦ୍ଧାର

ତିର୍ତ୍ତୋଲ, ୨୮।୩ (ଡି.ଏନ୍‌.ଏ.)-ରାଜ୍ୟ ବାହାରୁ ଆସି ସ୍ବାସ୍ଥ୍ୟା ପରୀକ୍ଷା ନ କରାଇ ଘରେ ଲୁଚି ରହିଥିବା ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତର ଜଣେ ଯୁବକଙ୍କୁ ଶନିବାର...

ବିଭିନ୍ନ କଲେଜରେ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଯାଞ୍ଚ

ବାଲେଶ୍ୱର ଅଫିସ, ୨୨।୧୨-ଭାରତ ସରକାରଙ୍କ ଯୁବନୀତି ୨୦୧୩ ଅନୁଯାୟୀ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଏଫଏମ୍‌ କନିଷ୍ଠ ମହାବିଦ୍ୟାଳୟ...

ଦିନକୁ ୧ କୋଟିଙ୍କୁ ଟିକା ଦିଅ: କଂଗ୍ରେସ

ଭୁବନେଶ୍ୱର,୫।୬(ବ୍ୟୁରୋ): ନିଃଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ୧ କୋଟି ଭାରତୀୟଙ୍କୁ ଟିକା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ...

Advertisement
Archives

Model This Week