ପୁରୀ: ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୧୦।୭(ବ୍ୟୁରୋ): ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚାଲିଥିବା ସମୟରେ ବସ୍‌ଷ୍ଟାଣ୍ଡ ଭଳି ଜନଗହଳି ସ୍ଥାନରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଛି ା ଏହା ପୁରୀ ତଥା ସମଗ୍ର ରାଜ୍ୟକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି। ଏହି ଘଟଣାରେ ବିରୋଧୀ ଦଳଗୁଡିକ ରାଜ୍ୟ ସରକାରଙ୍କୁ ମଙ୍ଗଳବାର କଡା ସମାଲୋଚନା କରିଛନ୍ତି।
ଦଳୀୟ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ପୁରୀ ରଥଯାତ୍ରାକୁ ସୁପରିଚାଳିତ କରିବା ଏବଂ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସରକାର ୧୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛନ୍ତି। ଏହା ସତ୍ତ୍ୱେ ବି ଗୁଣ୍ଡିଚା ମନ୍ଦିର ପାଖରେ ଥିବା ପୁରୀ ବସ୍‌ଷ୍ଟାଣ୍ଡ ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ଅତନ୍ତ୍ୟ ନିନ୍ଦନୀୟ ା ପୁରୀ ସହର ସାରା ପୋଲିସ ଛାଉଣୀ ହୋଇଥିବାବେଳେ ବସ୍‌ଷ୍ଟାଣ୍ଡରେ ଏଭଳି ଘଟଣା ଘଟିବା ସ୍ଥାନୀୟ ପୋଲିସ ସମେତ ରାଜ୍ୟ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହିଳାଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କ କୌଣସି ପ୍ରତିବଦ୍ଧତା ନାହିଁ । ତେଣୁ ମହିଳାଙ୍କୁ ସୁରକ୍ଷା ଏବଂ ସଂରକ୍ଷଣ ଦେବା ନାଁରେ ନବୀନବାବୁ ଲୋକଦେଖାଣିଆ ନାଟକ କରୁଥିବା ଲେଖାଶ୍ରୀ କହିଛନ୍ତି। ସେହିପରି ବଳାତ୍କାର ଘଟଣା ପରେ ପୋଲିସ ପୀଡିତାଙ୍କୁ ରାସ୍ତାରେ ଚଲାଇ ଚଲାଇ ନେବା ଅତନ୍ତ୍ୟ ଲଜ୍ଜାଜନକ ଘଟଣା ବୋଲି କୁହାଯାଇଛି। ସ୍ଥାନୀୟ ଲୋକେ ପୀଡିତାଙ୍କ ଫଟୋ ଏବଂ ଭିଡିଓ ଉଠାଇ ସଂପୃକ୍ତା ନାବାଳିକାଙ୍କ ବ୍ୟକ୍ତିଗତ ଅଧିକାରକୁ କ୍ଷୁଣ୍ଣ କରିଛନ୍ତି। ପୂର୍ବରୁ ବଳାତ୍କାରର ଶିକାର ହୋଇଥିବା ଇତିଶ୍ରୀ, ବେବିନା, ମାଧବୀଲତା, ସସ୍ମିତା ଆଦି ଅନେକ ପୀଡିତା ଏଯାବତ ନ୍ୟାୟ ପାଇନାହାନ୍ତି। ଏହା ପୋଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତଥାକଥିତ ପାରିବାପଣିଆର ନଗ୍ନ ଉଦାହରଣ ବୋଲି ଲେଖାଶ୍ରୀ କହିଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସମୟରେ ବଳାତ୍କାର ବୃଦ୍ଧି ପାଇଛି। ୨୦୧୮ରେ କେବଳ ୨୨୦୦ରୁ ଅଧିକ ବଳାତ୍କାର ଘଟଣା ଘଟିଛି, ସେଥିରୁ ୪୦ ପ୍ରତିଶତ ନାବାଳିକା। ୨୦୧୯ରେ ଏହି ସଂଖ୍ୟା ୨୫୧୩କୁ ବୃଦ୍ଧି ପାଇଛି, ଏଥିରେ ୩୫ ପ୍ରତିଶତ ନାବାଳିକା ଅଛନ୍ତି। ସାରା ରାଜ୍ୟର ପ୍ରଶାସନ ଯେଉଁଠି ରହିଛି, ସେହି ସ୍ଥାନରେ ଆଦିବାସୀ ନାବାଳିକାଟିର ବଳାତ୍କାର ଦୁର୍ଭାଗ୍ୟଜନକ। ଏହାର ତୁରନ୍ତ ନ୍ୟାୟିକ ତଦନ୍ତ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯଦ୍ଦ୍ବାରା ଭବିଷ୍ୟତରେ ଏପରି ଦୁଃସାହସ କରିବା ପାଇଁ କେହି ଆଗଭର ହେବେ ନାହିଁ ବୋଲି ସୁରେଶ କହିଛନ୍ତି। ବିରୋଧୀଙ୍କ ସମାଲୋଚନା ଏବଂ ଗଣମାଧ୍ୟମରେ ଘଟଣା ନେଇ ଆଲୋଡନ ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ତତ୍ପରତା ପ୍ରକାଶ କରିଛନ୍ତି। ପଦ୍ମନାଭ କହିଛନ୍ତି ଯେ, ଘଟଣାର ତଦନ୍ତ ଆରମ୍ଭ ହୋଇସାରିଛି। ପରିବହନ ବିଭାଗ ପକ୍ଷରୁ ତଦନ୍ତରେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପଦ୍ମନାଭ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସାଜିଛି ବାଧକ, ଚାଷ ଆଗେଇ ପାରୁନି୨ ମାସରେ ୪୦୫ ମି.ମି. ବର୍ଷା ହୋଇଛି

କର୍ଲାମୁଣ୍ଡା,୬।୮(ଡି.ଏନ.ଏ.) ଦିନକୁ ଦିନ ଗଡି ଚାଲିଥିଲେ ହେଁ ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ଚାଷ କାର୍ଯ୍ୟ ଏବେ ଠପ୍‌ ହୋଇଯାଇଛି । କଳାହାଣ୍ଡି ଜିଲା...

ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ‘ଦେବଦୂତ’

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଈଶା ଭିଜନ ବ୍ୟାନରରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବଦୂତ’ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସା ସାଉଁଟିଛି। ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅନୁଷ୍ଠିତ ରୋଷନି...

ପୋଲିସ ଉଠାଇନେଲା ୩୭ ଗାଡ଼ି, ଉତ୍ତେଜନା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ପୋଲିସ ମନ ଇଚ୍ଛା କାର୍ଯ୍ୟ କରୁଛି। ହଠାତ୍‌ କଟକଣା ଲଗାଇ ଲୋକଙ୍କୁ ହଇରାଣ କରୁଛି। କେଉଁଠି କଟକଣା ଲାଗିଛି, ଲୋକେ ଜାଣିପାରୁନାହାନ୍ତି। ପୂର୍ବ ସୂଚନା...

ରାଜ୍ୟରେ କୁମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୬ ଜଣ ପିଲା ରହିଛନ୍ତି। ସେହିପରି ୧୭୧ ଜଣ...

ଭୁବନେଶ୍ୱରରେ ୨୩ରୁ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର, ୧୦।୮ (ବ୍ୟୁରୋ): ଆସନ୍ତା ୨୩ ତାରିଖରୁ ରାଜଧାନୀରେ ମନ୍ଦିର ଓ ଧର୍ମାନୁଷ୍ଠାନ କଟକଣା ମଧ୍ୟରେ ଖୋଲିବ। କରୋନା ସ୍ଥିତି ତଥା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦେଖି...

ଗଞ୍ଜେଇ ମାଫିଆଙ୍କ ଅଭିନବ ଉପାୟ : କଦଳୀ ଟ୍ରକ୍‌ରୁ ୨.୫ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ବେପାରୀମାନେ ଏବେ ବେଶ୍‌ ସକ୍ରୀୟ। ଦିନକୁ ଦିନ ଅଭିନବ ଉପାୟ ଅବଲମ୍ବନ କରି କୋଟିକୋଟି ଟଙ୍କାର ଗଞ୍ଜେଇ ଚାଲାଣ କରୁଛନ୍ତି। କେତେବେଳେ...

୨ ଫୁଟ ଉଠିଲା ୨ ମହଲା କୋଠା

କେନ୍ଦୁଝର,୨୧ା୧: ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏକ ଦୁଇ ମହଲା କୋଠାଘରକୁ ୨ଫୁଟ ଉପରକୁ ଉଠାଯିବା ଘଟଣା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି। ବିହାର ଅଞ୍ଚଳର ପପୁ...

କମୁଛି ଶୀତ ଫେବୃୟାରୀରୁ ବଢ଼ିପାରେ ତାତି

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ଶୀତ ହ୍ରାସ ପାଇଛି। ଆଗାମୀ ଦିନରେ ଆହୁରି କମିବ। ମଙ୍ଗଳବାରଠାରୁ ଆସନ୍ତା ୯ ତାରିଖଯାଏ ପାରଦ ଉପରକୁ ଉଠିବ। ୧୦ ତାରିଖରୁ ୧ରୁ...

Advertisement
Archives

Model This Week