ପୁରୀକୁ ଗଡ଼ିବ ୨୦୦ ସ୍ବତନ୍ତ୍ର ବସ୍‌

କଟକ ଅଫିସ, ୧୧।୬: ରଥଯାତ୍ରା ପାଇଁ ପୁରୀକୁ ଅଧିକ ସ୍ବତନ୍ତ୍ର ୨୦୦ ବସ୍‌ ଚାଲିବ। ୪ ଦିନ ଏହି ବସ୍‌ ଚାଲିବ। ଜୁଲାଇ ୪ ତାରିଖରେ ରଥଯାତ୍ରା। ରଥଯାତ୍ରା ଦିନ ଓ ତା’ପରଦିନ ଏହି ସ୍ବତନ୍ତ୍ର ବସ୍‌ ପୁରୀକୁ ଗଡ଼ିବ। ସେହିପରି ଜୁଲାଇ ୧୩ ତାରିଖରେ ବାହୁଡ଼ା ପଡ଼ୁଥିବାରୁ ବାହୁଡ଼ା ଦିନ ଓ ପରଦିନ ଏହି ସ୍ବତନ୍ତ୍ର ବସ୍‌ ପୁରୀକୁ ଚଳାଚଳ କରିବ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ପକ୍ଷରୁ ସୋମବାର କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସମ୍ମିଳନୀ କକ୍ଷରେ ରଥଯାତ୍ରା ପାଇଁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦୈନନ୍ଦିନ ପୁରୀକୁ କଟକ ଓ ଭୁବନେଶ୍ୱରରୁ ପାଖାପାଖି ୨୩୦ ବସ୍‌ ଚାଲୁଥିବା ବେଳେ ରାତିରେ ୩୦ଟି ନାଇଟ୍‌କୋଚ୍‌ ବସ୍‌ ଚାଲୁଛି। ମାତ୍ର ରଥଯାତ୍ରା ପାଇଁ ଏହି ବସ୍‌ ଯଥେଷ୍ଟ ନୁହେଁ। ତେଣୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅଧିକ ୨୦୦ ସ୍ବତନ୍ତ୍ର ବସ୍‌ ଚଳାଚଳ କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଏହି ସ୍ବତନ୍ତ୍ର ବସ୍‌ଗୁଡ଼ିକୁ ପରିବହନ ବିଭାଗ ପକ୍ଷରୁ ଅସ୍ଥାୟୀ ପର୍‌ମିଟ୍‌ ପ୍ରଦାନ କରାଯିବ। ବସ୍‌ରେ ଯାତ୍ରୀ ଭଡ଼ା ଉଲ୍ଲେଖ ରହିବ। ବରମୁଣ୍ଡା, ବାଦାମବାଡ଼ି, ପୁରୀ, ପିପିଲି, କୋଣାର୍କ ଆଦି ଅଞ୍ଚଳରେ ଚଳାଚଳ କରୁଥିବା ବସ୍‌ ଓ ଅଟୋଗୁଡ଼ିକରେ ମଧ୍ୟ ଯାତ୍ରୀଭଡ଼ା ଉଲ୍ଲେଖ ରହିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରତିବର୍ଷ ଘରୋଇ ବସ୍‌ଗୁଡ଼ିକ ରଥଯାତ୍ରା ସମୟରେ ଅଧିକ ଭଡ଼ା ଦାବି କରୁଥିବା ଓ ବସ୍‌ ଛାତ ଉପରେ ଯାତ୍ରୀ ପରିବହନ କରୁଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଭଳି ଘଟଣା ନଜରକୁ ଆସିଲେ କଡ଼ା ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆର୍‌ଡିସି ତଥା ପରିବହନ କମିଶନର ଅନିଲ କୁମାର ସାମଲ ଚେତାବନୀ ଦେଇଛନ୍ତି। କୋଣାର୍କ, ସତ୍ୟବାଦୀ, ବ୍ରହ୍ମଗିରି ଓ ପିପିଲି ଥାନାରେ ୪ ଜଣ ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ରଥଯାତ୍ରା ସମୟରେ ମୁତୟନ ରହିବେ। ସେହିପରି ୩ ଜଣ ଟ୍ରାଫିକ ଇନ୍ସପେକ୍ଟର ପୁରୀ ତାଳବଣିଆ ଅସ୍ଥାୟୀ ବସ୍‌ ଟର୍ମିନାଲରେ ମୁତୟନ ରହିବେ। ଜାତୀୟ ରାଜପଥ ଉପରେ ଯାନଗୁଡ଼ିକ ନିରୀକ୍ଷଣ ନିମନ୍ତେ ୪ ଜଣ ଟ୍ରାଫିକ ଇନ୍ସପେକ୍ଟର ମହଜୁଦ ରହିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ପୁରୀ ଆର୍‌ଟିଓଙ୍କ ପକ୍ଷରୁ ଜୁଲାଇ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୋଟିଏ ସୂଚନା କେନ୍ଦ୍ର ଖୋଲାଯିବ। ଏହି କେନ୍ଦ୍ରର ନମ୍ବର ୦୬୭୫୨-୨୨୩୪୭୮ ରଖାଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସ୍ବତନ୍ତ୍ର ବସଗୁଡ଼ିକ ନିମନ୍ତେ ପୁରୀର ତାଳବଣିଆଠାରେ ଅସ୍ଥାୟୀ ବସ୍‌ ଟର୍ମିନାଲ କରାଯିବ। ତାଳବଣିଆଠାରେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ଗୋଟିଏ ଅସ୍ଥାୟୀ ରେଷ୍ଟ ସେଡ୍‌ ଖୋଲାଯିବ। ସେଠାରେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ସୁଲଭ ମୂଲ୍ୟ ଅର୍ଥାତ୍‌ ୨୦ ଟଙ୍କାରେ ଖାଦ୍ୟ ଯୋଗାଇଦେବାକୁ ବ୍ୟବସ୍ଥା ହୋଇଛି। ସେହିପରି ତାଳବଣିଆରୁ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ୫ଟି ବ୍ୟାଟେରିଚାଳିତ ଗାଡି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ପୁରୀ ରାସ୍ତାରେ କ୍ରେନ୍‌, ଆମ୍ବୁଲାନ୍ସ ଆଦି ମହଜୁଦ ରହିବ। ଦୁର୍ଘଟଣାଜନିତ ପରିସ୍ଥିତି ଉପୁଜିଲେ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯିବା ସହିତ ରାସ୍ତା ସଫା ପାଇଁ କ୍ରେନକୁ ବ୍ୟବହାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ପୁରୀ ଏସ୍‌ପି ଉମାଶଙ୍କର ଦାସଙ୍କ ସମେତ ପରିବହନ ବିଭାଗର ଅଧିକାରୀ ଓ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri