Posted inଖେଳ

ପୁଣି ଶତକ ନିକଟରେ ରୋହିତ

ପୁଣି ଶତକ ନିକଟରେ ରୋହିତ
ବିଶାଖାପାଟଣା,୫।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୭୬ ରନ୍‌ର ଶତକୀୟ ଇନିଂସ ଖେଳିଥିବା ରୋହିତ ଶର୍ମା ଦ୍ୱିତୀୟ ପାଳିରେ ମଧ୍ୟ ଶତକ ଆଡ଼େ ଅଗ୍ରସର ହେଉଛନ୍ତି। ମ୍ୟାଚ୍‌ର ୪ର୍ଥ ଦିନ ଚା’ ପାନ ବିରତି ସୁଦ୍ଧା ରୋହିତ ୮୪ ରନ୍‌ କରି ଅପରାଜିତ ରହିଛନ୍ତି। ଶନିବାର ଦକ୍ଷିଣ ଆଫ୍ରିକା ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୮୫/୮ରୁ ବ୍ୟାଟିଂ ଆରମ୍ଭ କରି ୪୩୧ ରନ୍‌ରେ ସୀମିତ ରହିଥିଲା। ସେନୁରାନ ମୁଥୁସାମି ୩୩ ରନ୍‌ କରି ନଟ୍‌ଆଉଟ୍‌ ଥିବାବେଳେ ପୂର୍ବରୁ କ୍ୱିଣ୍ଟନ ଡିକକ୍‌ ୧୧୧ ଓ ଡିନ ଏଲଗାର ୧୬୦ ରନ୍‌ କରିଥିଲେ। ଘରୋଇ ଦଳ ପାଇଁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୭ ଓ ରବୀନ୍ଦ୍ର ଜାଡେଜା ୨ ଉଇକେଟ ନେଇଥିଲା। ପ୍ରଥମ ଇନିଂସରେ ୫୦୨ ରନ୍‌ କରିଥିବା ଟିମ୍‌ ଇଣ୍ଡିଆ ୭୧ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଭାରତୀୟ ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ଚା’ ପାନ ବିରତି ସୁଦ୍ଧା ଦ୍ୱିତୀୟ ଇନିଂସରେ ୪୮ ଓଭର ଖେଳି ୧ ଉଇକେଟ ହରାଇ ୧୭୫ ରନ୍‌ କରିଛି। ରୋହିତ ୮୪ ଓ ଚେତେଶ୍ୱର ପୂଜାରା ୭୫ ରନ୍‌ କରି ଅପରାଜିତ ରହିଛନ୍ତିି। ଏପର୍ଯ୍ୟନ୍ତ ଭାରତୀୟ ଦଳ ୨୪୬ ରନ୍‌ ଆଗରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉଡନ୍ତା କାର୍‌ କିଣିବାକୁ ଚାହୁଁଛନ୍ତି ଏହି କ୍ରିକେଟ୍‌ର

କରୋନା ଭାଇରସ କାରଣରୁ କୌଣସି କ୍ରିକେଟ ସିରିଜ୍‌ ଅନୁଷ୍ଠିତ ହୋଇପାରୁନାହିଁ। ଏହି କାରଣରୁ ଅଧିକାଂଶ କ୍ରିକେଟ ଖେଳାଳି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଏହି ମହାମାରୀ...

ନେପାଳରେ ଟାଇଟଲ ଜିତିଲେ ଓଡ଼ିଶାର ଦେବାଶିଷ

ଭୁବନେଶ୍ୱର, ୫।୨: ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ କରି ସମ୍ପ୍ରତି ଚର୍ଚ୍ଚାରେ ରହିଥିବା ଓଡ଼ିଶା ଟେନିସ ପ୍ରତିଭା ଦେବାଶିଷ ସାହୁ କ୍ୟାରିୟରରେ ଆଉ ଏକ ବଡ଼...

ଏହି ଖେଳାଳିଙ୍କ ସହ ମସ୍ତିକଲେ ବଲିଉଡ୍‌ର ବାଜିରାଓ: ଫଟୋ ଶେୟାର କରି କହିଲେ…

ଗୋଟିଏ ପଟେ ଆଇପିଏଲ୍‌ ୨୦୨୧ କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଭରିରହିଥିବା ବେଳେ ଅନ୍ୟପଟେ ବଲିଉଡ୍‌ କଳାକାରମାନେ ନିଜର ଫିଲ୍ମ ମାଧ୍ୟମରେ ପ୍ରଶଂସକଙ୍କ ମନୋରଞ୍ଜନ...

ହାମିଲଟନଙ୍କୁ ପୋଲ ପୋଜିଶନ

ମୁଗେଲୋ (ଇଟାଲୀ), ୧୩ା୯ (ଏପି)-ଟସ୍କାନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ପାଇଁ ଲୁଇସ୍‌ ହାମିଲଟନ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲଟେରି ବୋଟାସ୍‌ଙ୍କୁ .୦୫୯...

ଜାତୀୟ ସିନିୟର ଖୋଖୋ: ଓଡିଶା ମହିଳା ଦଳକୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- ଛତିଶଗଡରେ ଅନୁଷ୍ଠିତ ୫୩ତମ ଜାତୀୟ ସିନିୟର ଖୋଖୋ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ ଓଡ଼ିଶା ମହିଳା ଦଳ ବ୍ରୋଞ୍ଜ ପଦକ...

ଆଇପିଏଲ୍‌ରେ ଦର୍ଶକ ଅନୁମତି ସମ୍ଭାବନା

ନୂଆଦିଲ୍ଲୀ, ୧।୬ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ବିସିସିଆଇ...

ରୋଚ୍‌ଙ୍କ ଜନ୍ମଦିନ ପାଳିଲେ ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଲଣ୍ଡନ, ୨।୭- କରୋନା ଭାଇରସ ସଂକ୍ରମଣ ଯୋଗୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରିତ ହେବା କିମ୍ବା କୌଣସି କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇଛି। ଏ...

ପରାଜୟ ସ୍ୱୀକାର କଲା ଡିସି …

ମୁମ୍ବାଇ, ୨।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ବିଜୟ ହାସଲ କରିଛି । ୧୪...

Advertisement
Archives

Model This Week