ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ହଜାରିବାଗ,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ଏବେ ଝାଡ଼ଖଣ୍ଡରେ ପହଞ୍ଚୁଥିବା ଦେଖାଯାଇଛି। ସୋମବାର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଝାଡ଼ଖଣ୍ଡର ହଜାରିବାଗ ଗସ୍ତ କରିଛନ୍ତି। ସେଠାରେ ସେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଆମ ଦେଶରେ ମହିଳା ବିନା ଭୟରେ ଘର ବାହାରକୁ ଗୋଡ କାଢି ପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଆପଣ କେମତି ମହିଳାମାନଙ୍କୁ ରକ୍ଷା କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ହାଇଦ୍ରାବାଦ ଗଣବଳାତ୍କାର ଓ ଉନ୍ନାଓ ଗଣବଳାତ୍କାର ପରେ ଦେଶରେ ଏଭଳି ମାମଲା ବଢି ଚାଲିଥିବା ବେଳେ ଏବେ ମହିଳା ଆଉ ନିଜକୁ ସୁରକ୍ଷିତ ମଣୁ ନ ଥିବା ରାହୁଲ ପରୋକ୍ଷରେ କହିଛନ୍ତି। ଏଥିପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଙ୍ଗପାଳ ଘଉଡ଼େଇବା ପାଇଁ ବାଜୁଛି ଡିଜେ

ଭୋପାଳ,୨୮।୫: ଭାରତ ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଏବେ ଉତ୍ତରପୂର୍ବ ଭାରତର ୫ ରାଜ୍ୟର ଚାଷ ଜମିରେ ପାକିସ୍ତାନୀ ପଙ୍ଗପାଳ ଆତଙ୍କ...

ନିପାତ ହେଲେ ଆସାମର ବିରାପାନ

ଗୁଆହାଟୀ, ୧୧।୭: ଆସାମର ବିଦ୍ରୋହୀ ସଂଗଠନ ୟୁନାଇଟେଡ୍‌ ପିପୁଲ୍ସ ରିଭୋଲ୍ୟୁଶନାରୀ ଫ୍ରଣ୍ଟ (ୟୁପିଆରଏଫ୍‌)ର ମୁଖ୍ୟଙ୍କୁ ଶନିବାର ବିଳମ୍ବିତ ରାତିରେ କାର୍ବି ଆଙ୍ଗଲଙ୍ଗ ଜିଲାରେ ହତ୍ୟା କରାଯାଇଛି।...

ଭୋଟ ଗ୍ରହଣ କେନ୍ଦ୍ରର ୨ଶହ ମିଟର ଦୂରରୁ ମିଳିଲା ଆଇଇଡ଼ି

ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସ୍ଥାନୀୟ କଟେକଲ୍ୟାଣ ଅଞ୍ଚଳର ପରଚେଲି ଭୋଟଗ୍ରହଣ କେନ୍ଦ୍ରଠାରୁ ୨...

ଗୋଟିଏ ମଣ୍ଡପରେ ବିବାହ କଲେ ମା’-ଝିଅ

ଗୋରଖପୁର,୧୧ ।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ବିଚିତ୍ର ବିହାହ ଦେଖିବାକୁ ମିଳିଛି । ଏଠାରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧିନରେ ଗୋଟିଏ...

ଜୁଲାଇରେ ଜିଏସଟି ସଂଗ୍ରହ ୧.୬୫ ଲକ୍ଷ କୋଟିରୁ ଅଧିକ, ପଞ୍ଚମ ଥର ପାଇଁ ୧.୬୦ ଲକ୍ଷ କୋଟି ଟପିଲା…

ନୂଆଦିଲ୍ଲୀ,୧।୮ : ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ଜୁଲାଇରେ ୧୧ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟିରୁ ଅଧିକ ହୋଇଛି। ପରୋକ୍ଷ...

ସଂସ୍କୃତକୁ ରାଷ୍ଟ୍ରଭାଷା ଘୋଷଣା ଆବେଦନ ଖାରଜ

ନୂଆଦିଲ୍ଲୀ,୩ା୯: ସଂସ୍କୃତକୁ ଭାରତର ଜାତୀୟ ଭାଷା ଘୋଷଣା କରିବା ଲାଗି ଦାଏର ଏକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। କୌଣସି ଭାଷାକୁ ଜାତୀୟ ମାନ୍ୟତା...

ରାଜସ୍ଥାନ ରାଜ୍ୟ ସଭା ଉପ ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ମନମୋହନ

ଜୟପୁର,୧୩।୮: ରାଜସ୍ଥାନ ରାଜ୍ୟ ସଭା ଉପ ନିର୍ବାଚନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ...

ଆକାରଙ୍କୁ ବିନା ଅନୁମତିରେ ବିଦେଶ ଗସ୍ତ ମନା

ନୂଆଦିଲ୍ଲୀ,୯ା୪: ଅଦାଲତଙ୍କ ବିନା ଅନୁମତିରେ ଆମନେଷ୍ଟି ଇଣ୍ଟରନ୍ୟାଶନାଲ୍‌ର ପୂର୍ବତନ ଅଧ୍ୟକ୍ଷ ଆକାର ପଟେଲ ଦେଶ ବାହାରକୁ ଯାଇପାରିବେ ନାହିଁ। ଆକାରଙ୍କ ବିରୋଧରେ ଥିବା ଲୁକ୍‌ଆଉଟ୍‌ ସର୍କୁଲାର...

Advertisement
Archives

Model This Week