ପୁଣି ଡିଜେଲ ୨୧ପଇସା କମିଲା

ଭୁବନେଶ୍ୱର,୨୧।୮: କ୍ରମାଗତ ତୃତୀୟ ଦିନ ଲାଗି ସାରା ଦେଶରେ ଡିଜେଲ ଦର ହ୍ରାସ ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ଶୁକ୍ରବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୨୧ ପଇସା କମିଛି। ଫଳରେ ଏଠାରେ ଡିଜେଲ ମୂଲ୍ୟ ୯୭.୨୭ ଟଙ୍କାରେ ବିକ୍ରି ହେଉଛି। ଏହା କୋଭିଡ୍‌ ସମୟରେ ପରିବହନ କ୍ଷେତ୍ରକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ ମଧ୍ୟ ଡିଜେଲର ସର୍ବକାଳନୀ ରେକର୍ଡ ଯୋଗୁ ଖାଉଟିଙ୍କ ଉପରେ ଏହାର ବ୍ୟାପକ ପ୍ରଭାବ ପଡୁଛି। ଅପରପକ୍ଷରେ ଗତ ୫ ସପ୍ତାହ ହେବ ପେଟ୍ରୋଲ ଦର ସ୍ଥିର ରହିଥିଲେ ମଧ୍ୟ ଏହାର ମୂଲ୍ୟ ହ୍ରାସ ହୋଇନାହିଁ। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୨.୬୬ ଟଙ୍କାରେ କାରବାର ହେଉଛି।
ସେହିଭଳି ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ଉପରେ ୨୦ ପଇସା ହ୍ରାସ ଘଟିଥିବା ଜଣାପଡିଛି। ଏହି ଦର ହ୍ରାସ ଫଳରେ ସେଠାରେ ଡିଜେଲ ଲିଟର ପିଛା ୮୯.୨୭ ଟଙ୍କାରେ କାରବାର ହେଉଛି। ସେହିପରି ନୂଆଦିଲ୍ଲୀରେ ମଧ୍ୟ ପେଟ୍ରୋଲ ଦର ସ୍ଥିର ରହିବା ସହ ଲିଟର ପିଛା ୧୦୧.୮୪ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ଡିଜେଲ ଦର ଯଥାକ୍ରମ ୯୩.୮୪ ଟଙ୍କା, ୯୨.୩୨ ଟଙ୍କା ଏବଂ ୯୬, ୮୪ ଟଙ୍କା ରହିଛି। ଏହିସବୁ ମେଟ୍ରୋ ସହରରେ ମଧ୍ୟ ପେଟ୍ରୋଲ ପୂର୍ବ ପରି ସ୍ଥିର ଅଛି।
କୋଭିଡ୍‌ ମହାମାରୀ ସମୟରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ଯୋଗୁ ତା’ର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡୁଛି। ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନରୁ ପରିବା ହାଟ ସବୁ ସ୍ତରରେ ଦର ବୃଦ୍ଧି ଘଟୁଛି। ଫଳରେ ଏହାକୁ ନେଇ ବିରୋଧୀ ଓ ଖାଉଟି ଏପରିକି ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ସହ ବିରୋଧ ପ୍ରଦର୍ଶନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳ ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ଅନୁଗୋଳ ଅଫିସ,୧୪।୧୨: ଅନୁଗୋଳ ଗସ୍ତରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ। ଏହି ଅବସରରେ ସେ ଅନୁଗୋଳ ସର୍କିଟ...

ପ୍ରକଳ୍ପ ପାଇଁ ଉଜୁଡୁଛି ସବୁଜ ବଳୟ

ଭୁବନେଶ୍ୱର,୬।୬(ବ୍ୟୁରୋ): ବିକାଶ ନାଁରେ  ରାଜ୍ୟରେ ଛାରଖାର ହୋଇଯାଉଛି ଜଙ୍ଗଲ ସମ୍ପଦ। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା...

ଆସନ୍ତା ୨୬ରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ପୁରୀ ଅଫିସ, ୮।୪: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା। ବାହାର ଚନ୍ଦନ ଯାତ୍ରାରେ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ...

ଝାରପଡ଼ା ଜେଲ୍‌ରେ ଆକ୍ରାନ୍ତଙ୍କ ସ୍ଥିତି ବିଗୁଡୁଛି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଝାରପଡା ଜେଲ୍‌ର ଆଇସୋଲେଶନରେ ଥିବା କରୋନା ଆକ୍ରାନ୍ତଙ୍କ ସ୍ଥିତି ବିଗିଡିବାରେ ଲାଗିଛି। ଆଜୀବନ ସଜା କାଟୁଥିବା ଜଣେ ୭୨ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ...

‘ବ୍ରାହ୍ମଣୀ ରାଷ୍ଟ୍ରୀୟ ଜଳମାର୍ଗ ପ୍ରକଳ୍ପ ଆରମ୍ଭ କର’

ଢେଙ୍କାନାଳ ଅଫିସ,୭ା୭ ଢେଙ୍କାନାଳ, ଅନୁଗୋଳ ଓ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ହେବ ରାଷ୍ଟ୍ରୀୟ ଜଳମାର୍ଗ। ଏହି ଜଳପଥ ଦେଇ ଦେଶ ବିଦେଶକୁ...

କନ୍ୟାସନ୍ତାନଙ୍କ ସୁରକ୍ଷା ନେଇ ଆଲୋଚନା

ଅନୁଗୋଳ ଅଫିସ,୨୫ ।୧କନ୍ୟା ସନ୍ତାନର ଗୁରୁତ୍ୱକୁ ଉପଲବ୍ଧି କରିବା ଓ ସେମାନଙ୍କ ସଂଖ୍ୟା ପୁଅମାନଙ୍କ ତୁଳନାରେ କିପରି ଅଧିକ ହେବ, ଏହାକୁ ଦୃଷ୍ଟିରେ ରଖି ଜାତୀୟ...

ନନ୍ଦନକାନନ, ନୀଳାଚଳ ଏକ୍ସପ୍ରେସର ସମୟ ପରିବର୍ତ୍ତନ

ଭୁବନେଶ୍ୱର,୩।୧୨:(ବ୍ୟୁରୋ): ପୁରୀ-ନୂଆଦିଲ୍ଲୀ ଆନନ୍ଦବିହାର ଟର୍ମିନାଲ ନନ୍ଦନକାନନ ଓ ପୁରୀ-ନୂଆଦିଲ୍ଲୀ ଆନନ୍ଦବିହାର ଟର୍ମିନାଲ ନୀଳାଚଳ ଏକ୍ସପ୍ରେସର ଗୟା ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ଶନ ମଧ୍ୟରେ ଚଳାଚଳ...

ଖୁବ୍‌ଶୀଘ୍ର ୧୨ ନୂଆ ବିମାନ ସେବା

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଓଡ଼ିଶାବାସୀ ଗତ ୨୦ ତାରିଖରେ ୨ ନୂଆ ବିମାନ ସେବା ପାଇଛନ୍ତି। ଖୁବ୍‌ଶୀଘ୍ର ଆଉ ୧୨ ନୂଆ ବିମାନ ସେବା ପାଇବେ। ଏନେଇ ରାଜ୍ୟ...

Advertisement
Archives

Model This Week