ବଲିଉଡ୍ର ବହୁପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ’ର ନୂଆ ଗୀତ ‘ଡ୍ୟାଡି କୁଲ’ ରିଲିଜ ହୋଇଛି। ଏହି ଗୀତରେ ଶାହରୁଖ ଖାନ ଓ କରୀନା କପୁର ଖାନଙ୍କ ଲୋକପ୍ରିୟ ଯୋଡ଼ି ପୁଣିଥରେ ଏକାଠି ନଜର ଆସିଛନ୍ତି। ୨୦୧୧ରେ ରିଲିଜ ହୋଇଥିବା ଫିଲ୍ମ ‘ରାୱନ’ ପରେ ଦୀର୍ଘ ବର୍ଷର ବ୍ୟବଧାନରେ ଦୁହିଁଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଛି।‘ଛମ୍ମକ ଛଲୋ’ ଓ ‘କ୍ରିମିନାଲ’ ଭଳି ଗୀତ ପରେ ଶାହରୁଖ-କରୀନାଙ୍କ ଯୋଡ଼ି ପୁଣିଥରେ ଏକ ଜବରଦସ୍ତ ଗୀତ ସହ ଫେରିଥିବା ନେଇ ମଧ୍ୟ ପ୍ରଶଂସକମାନେ ମତ ଦେଇଛନ୍ତି। ଦୁହିଁଙ୍କ ଷ୍ଟାଇଲ ଓ କେମେଷ୍ଟ୍ରି ଗୀତର ମୁଖ୍ୟ ଆକର୍ଷଣ ପାଲଟିଛି।
ଶାହରୁଖ ଖାନଙ୍କ ଆଗାମୀ ଆକ୍ସନ ଥ୍ରିଲର୍ ଫିଲ୍ମ ‘କିଙ୍ଗ’ ୨୪ ଡିସେମ୍ବର ୨୦୨୬ରେ ବିଶ୍ୱବ୍ୟାପୀ ସିନେମା ହଲ୍ରେ ରିଲିଜ ହେବ। ଖ୍ରୀଷ୍ଟମାସ୍ର ଠିକ ପୂର୍ବଦିନ ଏହା ପରଦାକୁ ଆସିବ। ଅନ୍ୟ ବଡ଼ ଫିଲ୍ମ ସହ ମୁକାବିଲା ହେବାର ସମ୍ଭାବନା ଥିଲେ ମଧ୍ୟ ରିଲିଜ ତାରିଖରେ ପରିବର୍ତ୍ତନ ହେବ ନାହିଁ ବୋଲି ଶାହରୁଖ ସ୍ପଷ୍ଟ କରିଥିବା ଖବର ରହିଛି।
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମରେ ଶାହରୁଖ ଖାନ, ସୁହାନା ଖାନ, ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ଅନିଲ କପୁର, ରାଣୀ ମୁଖାର୍ଜୀ, ଜ୍ୟାକି ଶ୍ରଫ, ଅର୍ଶଦ ୱାର୍ସି ଭଳି କଳାକାର ଅଭିନୟ କରୁଛନ୍ତି। ଏହି ଫିଲ୍ମର ଆଉ ଏକ ବିଶେଷତ୍ୱ ହେଉଛି, ‘ଦ ଆର୍ଚିଜ’ ମାଧ୍ୟମରେ ଅଭିନୟ ଜଗତରେ ପାଦ ଥାପିଥିବା ସୁହାନା ଖାନ ପ୍ରଥମ ଥର ପାଇଁ ଏକ ଥିଏଟ୍ରିକାଲ ଫିଲ୍ମରେ ବାପା ଶାହରୁଖଙ୍କ ସହ ନଜର ଆସିବେ।
Dharitri – Odisha’s No.1 Odia Daily

