ପୁଣି ଇଭିଏମ୍‌ ଦୋଷ: ପ୍ରଶ୍ନ ଉଠାଇଲେ ବିରୋଧୀ

ମୁମ୍ବାଇ/ଲକ୍ଷ୍ନୌ,୨୪।୪(ପି.ଟି.): ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ତ୍ରୁଟି ଦେଖାଦେଇଛି। ଏହାକୁ ନେଇ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଇଭିଏମ୍‌କୁ ଦୋଷ ଦେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।
ଏନ୍‌ସିପି, ଟିଡିପି, ଟିଏମ୍‌ସି, ଏଏପି, ସିପିଆଇ, ସିପିଆଇଏମ୍‌ ଏବଂ ଡିଏମ୍‌କେ ପକ୍ଷରୁ ଆୟୋଜିତ ଏକ ମିଳିତ ଖବରଦାତା ସମ୍ମିଳନୀରେ ପାଓ୍ବାର କହିଛନ୍ତି, ଦେଶବାସୀ ମୋଦିଙ୍କ ନେତୃତ୍ୱାଧୀନ ସରକାରକୁ ହଟାଇ ନୂଆ ସରକାର ଗଠନ ପାଇଁ ଚାହୁଁଛନ୍ତି। କିନ୍ତୁ ଇଭିଏମ୍‌ରେ ହେରଫେର ହେଉଛି ଚିନ୍ତାର ବିଷୟ। ସେହିପରି ଭାଜପା କେବଳ ଚାଲବାଜି କରି ଭୋଟ ହାତଉଛି ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସମାଲୋଚନା କରିଛନ୍ତି। ଏଏପି ନେତା ସଞ୍ଜୟ ସିଂ କହିଛନ୍ତି, ଯେଉଁ ବଟନ ଦବାଇଲେ ଭାଜପାକୁ ଭୋଟ ଯାଉଛି। ନିର୍ବାଚନ କମିଶନ ଏସବୁ ଜାଣି ଧୃତରାଷ୍ଟ୍ରଙ୍କ ଭଳି ଅଭିନୟ କରୁଛନ୍ତି। ଉତ୍ତରପ୍ରଦେଶର ୮୦ ଲୋକ ସଭା ଆସନରୁ ୧୦ଟିରେ ଭୋଟଗ୍ରହଣ କରାଯାଇଛି। ଅନେକ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଯାଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ଡିଜିଟାଲ ଇଣ୍ଡିଆରେ ଏତେସଂଖ୍ୟକ ଇଭିଏମ୍‌ କାହିଁକି ଖରାପ ହେଉଛି। ଏଥିଯୋଗୁ ସନ୍ଦେହ ଜାତ ହେଉଛି। ନିର୍ବାଚନ କମିଶନ ଏହାକୁ ନେଇ ଯାଞ୍ଚ କରାଇବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଅଖିଳେଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୩ ମଧ୍ୟଭାଗରେ ଆରମ୍ଭ ହୋଇପାରେ ଚନ୍ଦ୍ରାୟନ-୩, ଆଦିତ୍ୟ-ଏଲ୍‌-୧: ଇସ୍ରୋ…

ବେଙ୍ଗାଲୁରୁ,୨୨।୩ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଙ୍ଶନ (ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ବୁଧବାର କହିଛନ୍ତି ଯେ ଚଳିତ ବର୍ଷ ମଧ୍ୟଭାଗରେ ଭାରତର ତୃତୀୟ ଚନ୍ଦ୍ର...

ସିଙ୍ଗାପୁର ଯାତ୍ରାକୁ ଅନୁମତି ନ ଦେବା ଅନ୍ୟାୟ, ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିଓ୍ବାଲ…

ନୂଆଦିଲ୍ଲୀ,୧୭।୭ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କହିଛନ୍ତି...

ହସ୍ପିଟାଲରେ ଭର୍ତ୍ତି ହେବାକୁ ରାସ୍ତାରେ ଲାଇନ୍‌ ଲଗାଇଲେ କରୋନା ପଜିଟିଭ୍‌

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ରୋଗୀଙ୍କ ସହ ବଡ଼ ଅବହେଳା କରାଯାଇଥିବା ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କରୋନା ରୋଗୀମାନେ ରାସ୍ତାରେ...

ଖାଲି ପଡ଼ିଛି ୫ ଲକ୍ଷ ୨୮ ହଜାରରୁ ଅଧିକ ପୋଲିସ ପଦବୀ: ଉତ୍ତରପ୍ରଦେଶରେ ଏକ ଲକ୍ଷ; ଓଡ଼ିଶାରେ ୧୦ ହଜାର

ନୂଆଦିଲ୍ଲୀ, ୭।୭: ଦେଶରେ ୫ ଲକ୍ଷ ୨୮ ହଜାର ୩ ଶହ ୯୬ ପୋଲିସ ପଦବୀ ଖାଲି ପଡ଼ିଛି। ସେଥି ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ଏକ...

ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ: ସଂସଦର ଶୀତ ଅଧିବେଶନ ନେଇ ଅନିଶ୍ଚିତତା !

ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଙ୍କଟ...

ବିଶ୍ୱର ଖେଳନା ହବ୍‌ ହୋଇପାରିବ ଭାରତ

ନୂଆଦିଲ୍ଲୀ, ୩୧।୮(ପି.ଟି.): ବିଶ୍ୱରେ ୭ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖେଳନା ବଜାର ରହିଥିବାବେଳେ ଏଥିରେ ଭାରତର ଅଂଶ ନଗଣ୍ୟ। ଭାରତକୁ ବିଶ୍ୱର ଖେଳନା କେନ୍ଦ୍ରରେ...

ୟେଦୁରପ୍ପା କ୍ଷମତାକୁ ଆସିବା ପରେ ଟିପୁ ଜୟନ୍ତୀ ବାତିଲ

ବେଙ୍ଗାଲୁରୁ, ୩୧ା୭(ପି.ଟି.): କର୍ନାଟକରେ କ୍ଷମତାକୁ ଆସିବାର ୩ ଦିନ ପରେ ୟେଦୁରପ୍ପା ସରକାର ଟିପୁ ଜୟନ୍ତୀ ମହୋତ୍ସବକୁ ମଙ୍ଗଳବାର ରଦ୍ଦ କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ଏହି...

ଦୈନିକ ସଂକ୍ରମଣ ପୁଣି ଟପିଲା ୫୦ ହଜାର…

ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

Advertisement
Archives

Model This Week