Posted inଜାତୀୟ

ପୁଣି ଆସିବ ତିନି ତଲାକ୍‌ ବିଲ୍‌

ନୂଆଦିଲ୍ଲୀ,୪ା୬(ପି.ଟି.)-ତତ୍କାଳ ତିନି ତଲାକ୍‌ ପ୍ରଥାକୁ ନିଷିଦ୍ଧ କରିବା ଲାଗି ସରକାର ପାର୍ଲାମେଣ୍ଟରେ ପୁଣି ଥରେ ବିଲ୍‌ ଆଣିବେ। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୋମବାର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ବିଲ୍‌ ନିମ୍ନ ସଦନରେ ଗୃହୀତ ହୋଇ ରାଜ୍ୟ ସଭାର ଅନୁମୋଦନ ଅପେକ୍ଷାରେ ପଡିରହିଥିବାବେଳେ ଷୋଡ଼ଶ ଲୋକ ସଭା ଭଙ୍ଗ ହେବାରୁ ତାହା ରଦ୍ଦ ହୋଇଯାଇଥିଲା। ସରକାରଙ୍କର ସଂଖ୍ୟାଗରିଷ୍ଠତା ନ ଥିବା ରାଜ୍ୟ ସଭାରେ ବିପକ୍ଷ ଦଳ ବିଲ୍‌ର ବିଭିନ୍ନ ଧାରାକୁ ବିରୋଧ କରିବାରୁ ତାହା ଗୃହୀତ ହୋଇପାରି ନ ଥିଲା। ତିନି ତଲାକ ଭାଜପା ନିର୍ବାଚନୀ ଇସ୍ତାହାରର ଅଂଶବିଶେଷ ହୋଇଥିବାରୁ ଏହା ଉପରେ ପୁନର୍ବାର ବିଲ୍‌ ଆସିବ ବୋଲି ରବିଶଙ୍କର କହିଛନ୍ତି। ୟୁନିଫର୍ମ ସିଭିଲ କୋଡ୍‌ (ସମାନ ନାଗରିକ ସଂହିତା) ସମ୍ପର୍କରେ ପ୍ରଶ୍ନ ହେବାରୁ ଆଇନ ମନ୍ତ୍ରୀ କହିଥିଲେ, ଆଇନ କମିଶନଙ୍କ ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି। ଏଥିସହିତ ଏହି ପ୍ରସଙ୍ଗରେ ସରକାର ରାଜନୈତିକ ପରାମର୍ଶ ଗ୍ରହଣ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଭାବବିହ୍ବଳ ହେଲେ ସିଦ୍ଦାରାମାୟା, କହିଲେ ମୁଁ କେବେ ବି…

ବେଙ୍ଗାଲୁରୁ,୨୮ା୫: କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସିଦ୍ଦାରାମାୟା ଭାବବିହ୍ବଳ ହୋଇପଡ଼ିଛନ୍ତି। ସେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ଦଳର ହାଇକମାଣ୍ଡ ମୋତେ ଯାହା କହିଥିଲେ, ମୁଁ…

କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା, କାନ୍ଦବୋବାଳିରେ ଫାଟି ପଡୁଛି…

ନୂଆଦିଲ୍ଲୀ,୨୮ା୫: କାନାଡା ମାଟିରେ ଜଣେ ଭାରତୀୟ ମହିଳାଙ୍କ ହତ୍ୟା ସହିତ ଜଡିତ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଗୁଜରାଟର ଜଣେ ୨୨ ବର୍ଷୀୟ ମହିଳାଙ୍କୁ ଛୁରି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

୨୫ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା, ବିଧାୟକ ଅସ୍ଥାୟୀ ମଣ୍ଡପରେ ପହଞ୍ଚି…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର। ଗୁରୁବାର ଯାତ୍ରାର ୨୫ଦିନ ଅବସରରେ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୨୮ା୫: କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଦାରାମାୟା। ବେଙ୍ଗାଲୁରୁ ରାଜଭବନ ଯାଇ ସେ ଇସ୍ତଫା ଦେଇଛନ୍ତି। ଏନେଇ ସିଦ୍ଦାରାମାୟା ଏକ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି।…

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri