ପୁଓର ସୁଧିକାଯ୍‌ ଲାଗି ବଁଧା ପଡ଼ଲା ରାଶନକାର୍ଡ

ପର୍ଲା, ୨୩।୧ (ଡି.ଏନ୍‌.ଏ.)-  କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ସୁବାସ ଦୋରୁଆନ(୫୦) ଅନେକ ଦିନ୍‌ ହେଲା କୁଷ୍ଠ ରୋଗ୍‌ରେ ପୀଡ଼ିତ ଥିଲେ। ଗଲା ୧୭ ତାରିଖ୍‌ ତାକର ମୁର୍‌ତୁ ହେଇଥିଲା। ହେଲେ ଜାତିଭାଇ କେହି ତାକର ଶବକେ ଖଁଦ୍‌ ନାଇଁଦେଲେ। ଇ ଘଟନାଟା ଅଂଚଲରେ ତଥା ଜିଲାରେ ଚରଚାର ବିଷେ ହେଇଥିଲା। ଏହେଦେ ସୁବାସକଁର ମା’ ସୁଲୋଚନା(୬୫) ଅଭାବ୍‌ ଅନାଟନ ଲାଗି ପୁଓର ସୁଧି କାଯ୍‌ କରି ନାଇଁ ପାରୁଥିବାର କହିଛନ୍‌।
ସୂଚନା ଅନ୍‌ସାରେ ବେହେରାଗୁଡ଼ା ଗଁାର ସୁଲୋଚନା ଦୋରୁଆନ ପୁଓବହ, ନାତିନାତେନକୁଁ ନେଇ ଖୁସିରେ ଥିଲେ। ପୁଓ ବି ଦୁଖ୍‌ସୁଖ୍‌ କରି ଦୁଇପଏସା ରୁଜଗାର କରୁଥିଲେ। ହେଲେ ଆଏଜ୍‌କେ ୪ ବଛର ତଲେ ସେ କୁଷ୍ଠ ରୋଗ୍‌ରେ ଆକ୍‌ରଁାତ ଥିବାର ଜାନ୍‌ବାକେ ପାଇଥିଲେ। ଅନେକ ଚିକିଛା କଲା ଉତାରୁ ବି ସେ ସବୁବେଲେ ମାନ୍‌ସିକ୍‌ ଚାପରେ ରହୁଥିଲେ। ଶେଷେ କାମ୍‌ଧଁଦା କରବାର ଛାଡ଼ି ଦେଇଥିଲେ। ରୋଗ୍‌କେ ଅସ୍‌କଟେଇ ମାଏକିନା ବି ବଛ୍‌ରେ ତଲେ ଝି’ ଦିବ୍ୟାଭାରତୀ(୭), ପୁଓ ମାନସ(୪)କେ ଶାଶ୍‌ ପାସେ ଛାଡ଼ି ସାନ୍‌ଛୁଆ ବାହୁବଳୀ(୨)କେ ଧରି ଘରଛାଡ଼ି ପଲେଇ ଗଲେ। ସେଦିନ୍‌ଠାନୁ ଆଇବୁଢ଼ୀ ସୁଲୋଚନା ନାତିନାତେନକଁୁ ପାଲ୍‌ପୋଷ କରୁଛନ୍‌। ଏନ୍‌ତା ପରିସ୍ଥିତିରେ ଗଲା ୧୭ ତାରିଖ ସୁବାସ ବି ଆରପାରକେ ଚାଲିଗଲେ। ହେଲେ ପାଖ୍‌ପଡ଼ିଶା, ଜାତିଭାଇ କେହି ଖଁଦ୍‌ ନାଇଁଦେଲାରୁ ନିଜର କକା ପୁତୁରା ସାଇକେଲରେ ଶବ ନେଇ ସତ୍‌କାର କରିଥିଲେ। ଇଆଡ଼େ ସୁବାସ କୁଷ୍ଠ ରୋଗ୍‌ରେ ମରିଥିବାର ଘଟନାକେ ନେଇ ସମାଜ ଲୋକ୍‌ ପରିବାରକେ ଆଜେତ୍‌ କରିଛନ୍‌। ଜାତି ହେବାର ଲାଗି ଭୁଜିଭାତ ସଂଗେ ଛେଲମେଢ଼ି ଦେବାକେ ଜାତିଭାଇ କହୁଥିବାର ସୁଲୋଚନା କହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ସୁଲୋଚନା ନିଜର ରାଶନକାର୍ଡକେ ଗହନା ପକେଇଥିବାର କହିଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌, ଜମିବାଡ଼ି, ସଁପତି ବଲି କିଛି ନାଇଁ। ସୁଲୋଚନା ଇ ବୁଢ଼ୀ ବଏସେ ପରହର କାମ୍‌ବୁତା କରି ନାତିନାତେନର ପେଟ୍‌ ପାଲୁଛନ୍‌। ରାଶନକାର୍ଡ ଖଁଡ଼କ ପରିବାରର ସାହାଭରସା, ସଁପତି ବଲି ଥିଲା। ହେଲେ ସେଟା ବି ପୁଓର ସୁଧିକାଯ୍‌ରେ ଗହନା ପକେଇଛନ୍‌। ଏନ୍‌ତାଥି ଆଗ୍‌କେ ମୋତେ ସବୁ ଅଁଧାର ଦିଶୁଛେ ବଲି ସେ କଁାଦି କଁାଦି କହିଛନ୍‌। ଇ ଘଟନା ବାବ୍‌ଦେ ସୂଚନା ପାଇ ମୂଳ ନିବାସୀ ଯୁବ ଫେଡେରେଶନ ସୁବାସକଁର ଘରେ ପୁହୁଁଚି ସୁଲୋଚନାକୁଁ ଭେଟିଛନ୍‌। ସେନ୍‌ତା ସେମାନେ ସୁଲୋଚନାକଁର ସଂଗେ ଆଲୋଚନା କରବାର ସଂଗେ ଦିବ୍ୟାଭାରତୀ ଆର ମାନସକେ ଭବାନୀପାଟଣା ଶିଶୁ ସୁରକ୍ଷା ୟୁନିଟରେ ଥଇଥାନ କରବାକେ ଫେଡେରେଶନର ନିରଦେଶକ ଯୁଗେଶ ତାଣ୍ଡି, ସମାଜିକ କରମୀ ଢଗମାଳିଆ ନାଏକ, ଶ୍ୟାମସୁନ୍ଦର ମାଝି, ଭକତରାମ ସୁନାନୀ ସୂଚନା ଦେଇଛନ୍‌। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ସୁଲୋଚନାକୁଁ ପୁଓର ସୁଧିକାଯ୍‌ ଲାଗି ଟଁକା ପଏସା ସଂଗେ ଗହନା ପଡ଼ିଥିବାର ରାଶନକାର୍ଡ ମୁକ୍‌ଲାବାର ଦିଗେ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଘଣ୍ଟା ପରେ ମୋବାଇଲ ଟାଓ୍ବାରରୁ ଉଦ୍ଧାର ହେଲେ ଯୁବକ

ଜୁନାଗଡ,୯।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଣିଜରା ପଞ୍ଚାୟତ ପୁରୁଣାସର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ ସମସ୍ୟାକୁ ନେଇ ଗ୍ରାମର...

ଚିନ୍ମୟୀ ମୃତ୍ୟୁ ମାମଲା: ଆସିଲା ପୁରୁଷବନ୍ଧୁଙ୍କ ଲାଏ ଡିଟେକ୍ସନ ରିପୋର୍ଟ

ସମ୍ବଲପୁର,୭।୩(ବ୍ୟୁରୋ): ବୁର୍ଲା ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲାରେ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ରିପୋର୍ଟ...

ରାଜପଥରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଗଞ୍ଜାମ,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ପୋଲିସ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ...

ଦରମା ନ ଦେଇ ଛଟେଇ

ଅନୁଗୋଳ ଅଫିସ,୧୭ା୫ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ହେଲ୍ପଡେସ୍କ ମ୍ୟାନେଜର ଓ ଭଲ୍ୟୁଣ୍ଟରମାନଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଏପରି କି ୭ମାସ...

ବେରୋଜଗାରୀଙ୍କୁ ଦେଖାଇଛି ବାଟ

ଖଇରା, ୫।୯(ଡି.ଏନ.ଏ.)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ଚଳିତବର୍ଷ ୬୦ଜଣ ମୋ ପୋଖରୀ ଯୋଜନାରେ ଉପକୃତ...

ବାଲେଶ୍ୱର ଜିଲା ପାଲିସ ଲାଇନ୍‌ ପଡ଼ିଆରେ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ବାଲେଶ୍ୱର ଅଫିସ, ୨୬।୧: ବାଲେଶ୍ୱର ଜିଲାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି । ଜିଲା ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଏହି...

ବଞ୍ଚିଥିବା ପର୍ଯ୍ୟନ୍ତ ଭଞ୍ଜ ମାଟିର ବିକାଶ କରିବି

ଭଞ୍ଜନଗର/ଜଗନ୍ନାଥପ୍ରସାଦ,୬।୬(ଡି.ଏନ.ଏ)- ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ...

ଜାଣନ୍ତୁ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ କ’ଣ କୁହନ୍ତି କେନ୍ଦୁଝର ଜିଲା ଟପ୍ପର

କେନ୍ଦୁଝର,୧୯।୮(ସ୍ବ.ପ୍ର.): ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ତେବେ କେନ୍ଦୁଝର ଜିଲାରେ ପାସହାର ୬୫.୯୪ ପ୍ରତିଶତ ରହିଛି। ତେବେ ସ୍ଥାନୀୟ କେନ୍ଦୁଝର ଉଚ୍ଚ...

Advertisement
Archives

Model This Week