ପୁଅ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ଗୋଟିଏ ପରିବାରର ୫ ସଦସ୍ୟ

ବିଜେପୁର,୨୩ା୪(ଡି.ଏନ୍‌.ଏ.) : କୋଭିଡ-୧୯ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଏଭଳି ସମୟରେ ପୁଅ ପାଇଁ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମରେ ମା’ଙ୍କ ସମେତ ୫ଜଣ ସଦସ୍ୟ ହୋମ୍‌ କ୍ବାରାଣ୍ଟାଇନରେ ରହିବାକୁ ପଡ଼ିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁଯାୟୀ, ଏହି ପଞ୍ଚାୟତ ସଦରମହକୁମାର ଈଶ୍ବର ମେହେର ହାରଭେଷ୍ଟର ଡ୍ରାଇଭର ଭାବେ କାମ କରନ୍ତି। ଭଦ୍ରକ ଜିଲାର ଜଣେ ମାଲିକଙ୍କ ନିକଟରେ ହାର୍‌ଭେଷ୍ଟରର ଡ୍ରାଇଭର କାମ କରିବାକୁ ପୂର୍ବରୁ ଚୁକ୍ତି ହୋଇଥିଲା। ହେଲେ ଲକ୍‌ଡାଉନ୍‌ କଟକଣା ଯୋଗୁ ସେ ନିର୍ଦ୍ଦିଷ୍ଟ ସମୟରେ ଉକ୍ତ ମାଲିକଙ୍କ ପାଖରେ ପହଞ୍ଚି ପାରି ନ ଥିଲେ। ଫଳରେ ମାଲିକ ସିଧାସଳଖ ଏକ କାର୍‌ ନେଇ ମଙ୍ଗଳବାର ରାତିରେ ଖରମୁଣ୍ଡାରେ ପହଞ୍ଚିଥିଲେ। ସଂପୃକ୍ତ ମାଲିକଙ୍କ ସହ ଆଉ ଜଣେ ତାଙ୍କର ଘରକୁ ଆସି କିଛି ସମୟ କଥାବାର୍ତ୍ତା ହେବା ପରେ ତାଙ୍କୁ ନେଇ ସେମାନେ ଭଦ୍ରକ ଫେରି ଯାଇଥିଲେ। ଏହି ଖବର ଗାଁରେ ବୁଧବାର ପ୍ରଚାରିତ ହେବା ପରେ ସ୍ଥାନୀୟ ସରପଞ୍ଚ ସୁବାସିନୀ ଡନସନା ତାଙ୍କର ଘରକୁ କଣ୍ଟା ପକାଇ ଘେରି ଦେଇଥିଲେ। ତେଣୁ ଉକ୍ତ ପରିବାରର ଈଶ୍ବର ମେହେରଙ୍କ ମା’, ସ୍ତ୍ରୀଙ୍କ ସହିତ ତିନିଜଣ ପିଲା ବନ୍ଦୀ ହୋଇ ରହିଯାଇଥିଲେ। ଦିନତମାମ ଏହି ପରିବାର ବନ୍ଦୀ ହୋଇଥିବାର ଭିଡିଓ ଭାଇରାଲ ହେବା ପରେ ସନ୍ଧ୍ୟାରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ ଉକ୍ତ ଗ୍ରାମରେ ପହଞ୍ଚି ସଂପୃକ୍ତ ପରିବାରକୁ ଉଦ୍ଧାର କରିଥିଲେ। ଗୁରୁବାରରୁ ୧୪ଦିନ ପାଇଁ ସେମାନଙ୍କୁ ହୋମ୍‌ କ୍ବାରାଣ୍ଟାଇନରେ ରହିବାକୁ ବିଡିଓ ପରାମର୍ଶ ଦେଇଥିଲେ। ତେଣୁ ତାଙ୍କର ଖାଦ୍ୟପେୟ ପାଇଁ ପ୍ରଶାସନ ପକ୍ଷରୁ ରାଶନ ସାମଗ୍ରୀ ଯୋଗାଇ ଦିଆଯାଇଛି। ସେହିପରି ପାନୀୟ ଓ ସ୍ନାନ ଶୌଚ ପାଇଁ ଟ୍ୟାଙ୍କରଟିଏ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ ସଚେତନତା କର୍ମଶାଳା: ସଚେତନତା ହିଁ ନିୟନ୍ତ୍ରଣରେ ସହାୟକ ହେବ

ଅନୁଗୋଳ ଅଫିସ୍‌, ୧୨।୨ – ଦେଶର ୧୦୨ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ଅନୁଗୋଳ ଅନ୍ୟତମ। ଓଡ଼ିଶାରେ ଅନୁଗୋଳ ସମେତ ୭ଟି ସହର ଏହି ସର୍ବାଧିକ...

CORONAVIRUS UPDATE: ବାଲେଶ୍ୱରରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ୧୭୫ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୫(ବ୍ୟୁରୋ): ବାଲେଶ୍ୱରରୁ ଆଉ ଜଣେ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୨୪ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ...

ବିରଞ୍ଚି ନାରାୟଣ ବାଳିକା ବିଦ୍ୟାଳୟରେ ଶିକ୍ଷକ ଅଭାବ

ବୁଗୁଡ଼ା,୨୬।୬(ଡି.ଏନ୍‌.ଏ.): ୧୯୬୪ରେ ସ୍ଥାପିତ ବୁଗୁଡ଼ା ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଯୋଗୁ ପିଲାଙ୍କ ପାଠପଡ଼ା ଏବେ ସଙ୍କଟଜନକ ପରିସ୍ଥିତି ଦେଇ...

ହାଇଦର ପୁଅଙ୍କ ଜାମିନ ଆବେଦନ ଖାରଜ

କେନ୍ଦ୍ରାପଡ଼ା ଅଫିସ, ୨୯ା୭: ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଅଲ୍ଲୀଙ୍କର ଗତ ୨୪ତାରିଖରେ ପୋଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ପାରମ୍ପରିକ ସଂସ୍କାର କାର୍ଯ୍ୟକ୍ରମରେ...

ପରୀ ହତ୍ୟାକାଣ୍ଡ: ଚିଲ୍‌ଡ୍ରେନ୍‌ କୋର୍ଟରେ ଚାର୍ଜଫ୍ରେମ୍‌

ନୟାଗଡ ଅଫିସ,୨୦।୮: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଶୁଣାଣି ଆରମ୍ଭ ହେବା ପାଇଁ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ଚିଲଡ୍ରେନ୍‌ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର ଗୁରୁବାର...

୯ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୮,୭୦୧ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୧୩।୭: କନ୍ଦାଇଲାଣି କରୋନା। ବେଳକୁ ବେଳ ଏହା ସୁଅ ଭଳି ମାଡି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮,୭୦୧ ନୂଆ ସଂକ୍ରମିତ ଚିହ୍ନଟ ହେବା...

ମାଛ ଭାଗବଣ୍ଟାକୁ ନେଇ ଅସନ୍ତୋଷ, ପୋଖରୀ କୂଳରେ ପଡ଼ିରହିଲା ୫୦ କିଲୋ ମାଛ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା କୋରଡା ଗ୍ରାମରେ ବଡ଼ବନ୍ଧ ପୋଖରୀ ମାଛ ଭାଗବଣ୍ଟାକୁ କେନ୍ଦ୍ରକରି ରବିବାର ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳରେ ବଡବନ୍ଧ ପୋଖରୀ...

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ବାଲିଗୁଡା,୧୫ା୧୨(ଡି.ଏନ୍‌.ଏ.)-ବାଲିଗୁଡା ପାତ୍ରସାହି ନିକଟରେ ଚଳିତ ମାସ ୧୦ ତାରିଖରେ ବାଟାଗୁଡାର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ...

Advertisement
Archives

Model This Week