ପୁଅର ସମାଧି ଉପରେ ପୂଜାର୍ଚ୍ଚନା, ଗୁଣିଗାରେଡି ସନ୍ଦେହ କଲେ ବାପା

ପାଟଣାଗଡ଼,୧୩ା୯ (ଡି.ଏନ.ଏ.): ବିଜ୍ଞାନର ଢେର ଅଗ୍ରଗତି ଘଟିଛି। ଅନ୍ଧବିଶ୍ୱାସ, କୁସଂସ୍କାର ଦୂର ହୋଇଛି ବୋଲି ପ୍ରଚାର ଚାଲିଛି । ହେଲେ ଆଜି ବି ଗୁଣିଗାରେଡି ପ୍ରତି ଲୋକଙ୍କ ବିଶ୍ୱାସ ରହିଛି । ବଲାଙ୍ଗୀର ଜିଲା ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ ଗ୍ରାମରେ ଏପରି ଏକ ଘଟଣା ସାମ୍‌ନାକୁ ଆସିଛି ା ଜଣେ ଶିଶୁର ମୃତ୍ୟୁର ୨୩ଦିନ ପରେ ତାଙ୍କ ସମାଧି ଉପରେ କେହି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ସମାଧିର ଗୋଟିଏ ଥାକ ଇଟା କାଢି କେହି ଧୂପ, ଦୀପ, ସିନ୍ଦୁର ଦେଇ ପୂଜାର୍ଚ୍ଚନା କରିଛନ୍ତି । ମୃତ ଶିଶୁଙ୍କ ବାପା ଏହା ଦେଖିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଭୟଭୀତ ହୋଇ ପଡିଛନ୍ତି। ଗୁଣିଗାରେଡି ପାଇଁ ଏପରି ପୂଜାର୍ଚ୍ଚନା କରାଯାଇଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗଁ।ର ନାରାୟଣ ବରିହାଙ୍କ ଦେଢବର୍ଷର ପୁଅ ଲକି ଗତ ଅଗଷ୍ଟ ୨୧ତାରିଖରେ ଜ୍ୱରରେ ପୀଡିତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ବାଟରେ ଶିଶୁଟିର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ମୃତଦେହକୁ ନିଜ ଜମିକୁ ନେଇ ମାଟି ଖୋଳି ପୋତି ଦେଇଥିଲେ। ପୋତାଯାଇଥିବା ସ୍ଥଳରେ ଇଟା ବାଡ ଦେଇ ଆବଦ୍ଧ କରିଥିଲେ। ମୃତ୍ୟୁର ୨୩ଦିନ ପରେ ଗୁରୁବାର ନାରାୟଣ ତାଙ୍କ ନିଜ ଜମିକୁ ଯାଇଥିଲା ବେଳେ ସାମାଧୀ ସ୍ଥଳର ଗୋଟିଏ ଥାକ ଇଟା କଢାଯାଇଥିବା ଦେଖିବାକୁ ପାଇଥିଲେ। ମାଟିତଳୁ ପୁଅର ମୃତଦେହ କାଢି କେହି ଗୁଣି ଗାରେଡି କରିବାକୁ ଚାହୁଁଥିବା ସେ ସନ୍ଦେହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ସଚିବଙ୍କୁ ଭେଟିଲେ ସୁରେନ୍ଦ୍ର

ଗଞ୍ଜାମ, ୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ନବ ନିର୍ବାଚତ ଉପ ନଗରପାଳ ସୁରେନ୍ଦ୍ର ବାରିକି ଗୁରୁବାର ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଭୁବନେଶ୍ୱରଠାରେ...

୬ ହଜାର ତଣ୍ଡ ଗଣିଲେ ବାଇକ୍‌ ଚାଳକ

ଭଦ୍ରକ ଅଫିସ, ୪।୩- ବାଇକ୍‌ ଚଲାଉଥିବା ବେଳେ ମୋବାଇଲରେ କଥା ହେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ଜରିମାନା ଦେବାକୁ ପଡ଼ିଛି। ବୁଧବାର...

କାନ୍ଥପଡ଼ି ମହିଳା ମୃତ, ଜଣେ ଗୁରୁତର: ଅଳ୍ପକେ ବର୍ତ୍ତିଲେ ଶିଶୁପୁତ୍ର

କଣ୍ଟାମାଳ,୭।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ପରାଗାଁରେ କାନ୍ଥପଡି ଶନିବାର ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ...

ନିଶା ଦେଇ ଲୁଟିନେଲେ ଟଙ୍କା, ଗହଣା

ବ୍ରହ୍ମପୁର ଅଫିସ,୨୬।୧୨: ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବାରେ ଲାଗିଛନ୍ତି। ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଗ୍ୟାଙ୍ଗ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ କରୁଛନ୍ତି। ଦୁଇଦିନ...

ଡାକ୍ତର ନାହାନ୍ତି: ଖରାସାହାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ବାହାନଗା, ୧୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ଶନିବାର ଗ୍ରାମବାସୀ ତାଲାପକାଇ ଧାରଣାରେ ବସିଛନ୍ତି। ପ୍ରାଥମିକ...

୩ ବର୍ଷ ନ ପୂରୁଣୁ ରାସ୍ତା ଫାଟି ଆଁ

ବୁଗୁଡ଼ା,୨୪ା୧୦(ଡି.ଏନ୍‌.ଏ.): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ୩ ବର୍ଷ ନପୂରୁଣୁ ଫାଟି ଆଁ ହୋଇଗଲାଣି। ଏମିତି ଅବସ୍ଥା...

ଦେଶୀ ଧାନ ସଂରକ୍ଷକ ରାଇମତି

କୁନ୍ଦୁରା,୧୦ା୧୦ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ଲିମା ପଞ୍ଚାୟତ ଅନ୍ତର୍ଗତ ନୂଆଁଗୁଡା ଗ୍ରାମର ଆଦିବାସୀ ମହିଳା ରାଇମତି ଘିଉରିଆ। ୧୩୬ କିସମର ଦେଶୀ ଧାନ...

ଶ୍ୱାସ ନେବାକୁ ସଂଘର୍ଷ

ତାଳଚେର,୨୨ା୬(ନି.ପ୍ର.) ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। କୋଭିଡ୍‌ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ହୋଇଥିଲେ, ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ। କରୋନାକୁ କାବୁ କରିବାକୁ ମହାମାରୀ ପରିଚାଳନା...

Advertisement
Archives

Model This Week