ପୁଅର ମୃତ୍ୟୁ ଖବର ଶୁଣି ଆଖିବୁଜିଲେ ମା

ଚୌଦ୍ୱାର,୨୦।୫(ଡି.ଏନ.ଏ.): ମୃତ୍ୟୁ କେତେବେଳେ କେମିତି ଆସେ ତାହା କେହି ଜାଣିପାରନ୍ତି ନାହିଁ। ବର୍ତ୍ତମାନ ରାତିପାହିଲେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ଖବର ଶୁଣିବାକୁ ମିଳୁଛି। କେଉଁଠି ମାଆବାପା ଆଗରେ ପୁଅ ଚାଲିଯାଉଛି ତ ଆଉ କେଉଁଠି ପିଲାଙ୍କ ଆଗରେ ମାଆବାପାଙ୍କ ଜୀବନ ଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ନପଙ୍ଗ ପଞ୍ଚାୟତ ଅଧୀନ ସାଇଁଟୋ ଗ୍ରାମରେ। ପୁଅର ମୃତ୍ୟୁ ଖବର ଶୁଣିବା ପରେ ମା’ର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ୭ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ସାଇଁଟୋ ଗ୍ରାମର କିଣୁ ଚରଣ ବେହେରାଙ୍କ ପୁଅ ଦୟାନିଧି (୪୨) କଟକ ଖାନନଗରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଶୁଣି ତାଙ୍କ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଖବର ପାଇବା ପରେ ନିଜକୁ ସମ୍ଭାଳି ପାରି ନ ଥିଲେ ଦୟାନିଧିଙ୍କ ମା’ ଶାନ୍ତିଲତା(୬୨)। ପୁଅର ମୃତ୍ୟୁ ଖବର ତାଙ୍କୁ ଶକ୍ତ ଧକ୍କା ଦେଇଥିଲା। ପୁଅ କଥା ଭାବିଭାବି ରାତିସାରା କାନ୍ଦିବା ପରେ ଶେଷରେ ବୁଧବାର ସକାଳ ୮ଟାରେ ହୃଦ୍‌ଘାତରେ ଶାନ୍ତିଲତାଙ୍କ ମୃତ୍ୟୁ ଘଟିଥିବା କିଣୁ ଚରଣ କହିଛନ୍ତି। କଟକ ସତୀଚଉରା ଶ୍ମଶାନରେ ମଙ୍ଗଳବାର ଦୟାନିଧିଙ୍କ ମୃତଦେହ ସତ୍କାର କରାଯାଇଥିବାବେଳେ ଶାନ୍ତିଲତାଙ୍କ ମୃତଦେହ ସାହିଭାଇ ଓ ପରିବାର ଲୋକେ ଗଁା ମଶାଣିରେ ପୋତିଥିଲେ।
ଦୟାନିଧିଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ବଡ ଝିଅଟି ୧୦ବର୍ଷର, ଅନ୍ୟ ଜଣେ ୮ବର୍ଷର ଓ ପୁଅକୁ ୩ ବର୍ଷ। ଦୟାନିଧି ମୂଲଲାଗି ପରିବାର ଚଳାଉଥିଲେ। ଏବେ ତାଙ୍କ ମୃତ୍ୟୁ ପରେ ୩ଟି ପିଲାଙ୍କୁ କେମିତି ମଣିଷ କରିବେ ବୋଲି ତାଙ୍କ ସ୍ତ୍ରୀ ସରୋଜିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟ

ରମ୍ଭା,୩।୭: ରମ୍ଭା ଟିକରପଡା ପ୍ରାଥମିକ ବିଦ୍ୟାଳୟ ୭ନମ୍ବର ୱାର୍ଡ ଏନ୍‌ଏସି ନିକଟରେ ଅବସ୍ଥିତ। ଏଠାରେ ୯୦ ଭାଗରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତିର ଛାତ୍ରୀଛାତ୍ର ପଢନ୍ତି। ୫...

ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ମାନବାଧିକାର କମିଶନ: ୩ ମାସ ମଧ୍ୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ୍‌ ଡକ୍ୟୁମେଣ୍ଟ...

ଆର୍‌ଆଇଙ୍କୁ ମାଡ଼ ମାରି ଜଣେ ଗିରଫ

ଢେଙ୍କିକୋଟ, ୩ା୬(ଡି.ଏନ୍‌.ଏ.) -ଘଟଗାଁ ତହସିଲ ଅଧୀନ ପିପିଳିଆ ରାଜସ୍ବ ନିରୀକ୍ଷକଙ୍କୁ ମାଡ଼ ମାରି ଜଣେ ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି। ପୋଲିସ...

ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରୁଥିବା ସୂଚନା ମିଳିଛି। ତାଙ୍କର...

ବିପଦରେ ବ୍ରିଟିଶ ଅମଳର ପୋଲ

ଜୟପୁର,୧୩ା୧୨(ନି.ପ୍ର.): କୋରାପୁଟ ଜିଲା ଜୟପୁର ନିକଟସ୍ଥ ପାତ୍ରପୁଟଠାରେ ଥିବା ବ୍ରିଟିଶ ଅମଳର ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏପରିକି ଭାରୀଯାନ ଏହା ମଧ୍ୟଦେଇ ଗଲେ...

ଅନାଥ ଭଉଣୀଭାଇଙ୍କ ଦାୟିତ୍ୱ ନେଲା ପ୍ରଶାସନ

ବିଶୋଇ, ୧୯।୭ (ଡି.ଏନ.ଏ) ମେଡିକାଲରେ ପହଞ୍ଚିବାରେ ବିଳମ୍ବ କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହେବା ଘଟଣା ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ମୟୂରଭଞ୍ଜ ଜିଲା ପ୍ରଶାସନ...

ଅଡିଟ୍‌ ପରେ ଗଞ୍ଜାମରେ ବଢୁଛି କରୋନା ମୃତ୍ୟୁସଂଖ୍ୟା

ଛତ୍ରପୁର,୮ା୭(ଡି.ଏନ): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ଥମୁନି। ଆଜି ଜିଲାରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଅଡିଟ୍‌ ପରେ ଏହି...

କୁମ୍‌କି ପ୍ରଶିକ୍ଷଣ ନାଁରେ ବିପୁଳ ଟଙ୍କା ବରବାଦ

ଭୁବନେଶ୍ୱର, ୧୭।୫:ଯାହା ଅନୁମାନ କରାଯାଉଥିଲା, ଶେଷରେ ତାହା ହିଁ ହେଲା। ଚନ୍ଦକା ବନ କର୍ମଚାରୀ, ଆସାମ ମାହୁନ୍ତ ଠିକାଦାର ଏବଂ ଭେଟେରିନାରି ଡାକ୍ତରଙ୍କ ଅତ୍ୟାଚାରକୁ ସହି...

Advertisement
Archives

Model This Week