ପୀରାହାଟ ଓ ପଞ୍ଚୁଟିକ୍ରିରେ ଗାନ୍ଧୀ

ଶ୍ରୀମନ୍ତ ଖୁଣ୍ଟିଆ
ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଆସିଛନ୍ତି। ସେଥିମଧ୍ୟରୁ ଭଦ୍ରକ ଜିଲାକୁ ୩ ଥର ଆସିଛନ୍ତି। ତନ୍ନଧ୍ୟରୁ ହରିଜନ ପଦଯାତ୍ରା ଓ ଖଦିର ପ୍ରଚାର ପ୍ରସାର ପାଇଁ ଆସିଥିବା ଖବର ରହିଛି। ସେ ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପଦାର୍ପଣ କଲେ ଓଡ଼ିଶାର ଦୁର୍ଭିକ୍ଷ ବିଷୟରେ ଶୁଣିଥିଲେ। ଉକ୍ତ ଦୁର୍ଭିକ୍ଷ ପରବର୍ତ୍ତୀ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଠକ୍କର ବାପାଙ୍କ ନେତୃତ୍ୱରେ ସେ ଏକ ପାଣ୍ଠି ଗଠନ କରିଥିଲେ। ଉକ୍ତ ପାଣ୍ଠି ମାଧ୍ୟମରେ ଭାରତବାସୀଙ୍କ ସହ ଓଡ଼ିଶାବାସୀଙ୍କ ସେବା କରିପାରିଲେ ସେ ଆତ୍ମସନ୍ତୋଷ ଲାଭ କରିପାରିବେ ବୋଲି କହୁଥିଲେ। ସେ କହୁଥିଲେ, ଓଡ଼ିଶା ମୋ ପ୍ରିୟ ଭୂମି। ଏଭଳି ଏକ ଗୌରବୋଜ୍ଜ୍ୱଳ ବୀରତ୍ୱପୂର୍ଣ୍ଣ ରାଜ୍ୟ ତଥାପିି ଦାରିଦ୍ର୍ୟରେ ଉତ୍‌ପୀଡ଼ିତ। ଏହାର କର୍ମୀମାନେ ସର୍ବୋତ୍ତମ କର୍ମଠ ଅଥଚ ଅସହାୟ। ଓଡ଼ଶାର ଏ ଦୁଃଖ ସମୟରେ ସମଭାଗୀ ହେବା ପାଇଁ ସେ ଦେଶବାସୀଙ୍କୁ ଆହ୍ବାନ କରିଥିଲେ। ସେ କହିଥିଲେ କର୍ମୀମାନେ ଓଡ଼ିଶାର ଗାଁ ଗହଳିରେ ପଶି ଦେଖନ୍ତୁ, ସେଥିରୁ ବୁଝିପାରିବେ ଭାରତର ଅବସ୍ଥା କ’ଣ? ଯଦି ଲୋକେ ଖାଇବାକୁ ପାଇବେ ନାହିଁ, ତେବେ ସ୍ବରାଜର ଅର୍ଥ କ’ଣ? ୧୯୨୭ ଡିସେମ୍ବର ୧୬ ତାରିଖର ଶୀତୁଆ ସକାଳ, ଡ. ହରେକୃଷ୍ଣ ମହତାବଙ୍କୁ ସାଙ୍ଗରେ ଧରି ପୂର୍ବ ନିଦ୍ଧାରିତ ସମୟରେ ଗାନ୍ଧୀ ଭଦ୍ରକରୁ ୩୦ କି.ମି. ଦୂର ଚାନ୍ଦବାଲି ରାସ୍ତାର ପୀରାହାଟଠାରେ ପହଞ୍ଚିଥିଲେ। ଦୁର୍ଭିକ୍ଷ, ବନ୍ୟା, ବାତ୍ୟାର କ୍ଷତିଗ୍ରସ୍ତ ଜନସାଧାରଣଙ୍କ ରିଲିଫ କାର୍ଯ୍ୟର ତଦାରଖ, ଖଦିର ପ୍ରଚାର ପ୍ରସାର, କନିକା ପ୍ରଜାମେଳିର ଉତ୍ପୀଡ଼ିତ ଜନତାଙ୍କୁ ସାକ୍ଷାତ କରିବା ସହିତ ଚାନ୍ଦବାଲି ବ୍ଲକ୍‌ର ପଞ୍ଚୁଟିକ୍ରି ଓ ବାଲିଆପାଳ ପର୍ଯ୍ୟନ୍ତ ମନ୍ତେଇ ନଦୀରେ ମୋଟର ଲଞ୍ଚ ମାଧ୍ୟମରେ ଯାତ୍ରା କରିଥିଲେ ଏବଂ ସେଠାରୁ ଫେରି ଚାରବାଟିଆଠାରେ ରାତ୍ରିଯାପନ କରିଥିଲେ। ସେଠାରୁ ଫେରି କଟକ ଚାଲିଯାଇଥିଲେ। ଗାନ୍ଧୀଙ୍କ ଆଗମନ ସମୟରେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରି ନିମନ୍ତ୍ରଣପତ୍ର ବଣ୍ଟନ କରାଯାଇଥିଲା ଏବଂ ସମସ୍ତେ ଉକ୍ତ ସଭାକୁ ଖଦିବସ୍ତ୍ର ପିନ୍ଧି ଆସିଥିଲେ। ଏଥିରୁ ଜଣାପଡୁଥିଲା, ଦେଶର କୌଣସି ପ୍ରାନ୍ତରେ କୌଣସି ସମସ୍ୟା ଦେଖାଦେଲେ ସେ କେତେ ଉଦ୍‌ବିଗ୍ନ ହୋଇପଡୁଥିଲେ, ନିଜ ମାଧ୍ୟମରେ ସମସ୍ୟା ସମାଧାନର ପନ୍ଥା ଖୋଜୁଥିଲେ॥ ଏଥିରୁ ତାଙ୍କର ପ୍ରତିବଦ୍ଧତା ଜଣାପଡ଼େ। ସେ ସମସ୍ତ ସେବାକାର୍ଯ୍ୟ ନିଜ ତତ୍ତ୍ୱାବଧାନରେ କରୁଥିଲେ। ମଣିଷର ଅସମୟରେ ତା’ ଦୁଃଖରେ ସହଭାଗୀ ହେଉଥିଲେ। ଆଜକୁ ୯୨ ବର୍ଷ ବିତିଯାଇଥିଲେ ମଧ୍ୟ ଭଦ୍ରକ ଜିଲାର ପୀରାହାଟର ସେହି ଅପହଞ୍ଚ ଅବହେଳିତ ଇଲାକା ଗାନ୍ଧୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିରଖିଛି। ଗାନ୍ଧୀ ପାଦରେ ଚାଲି ଚାଲି ଯାଇଥିବା ସେ ପଥ ସେହିଭଳି ଅବହେଳିତ ଅବସ୍ଥାରେ ଅଛି। ଗାନ୍ଧୀଙ୍କ ପରିକଳ୍ପିତ ସ୍ବରାଜ୍ୟ ଓ ରାମରାଜ୍ୟ ଜନସାଧାରଣଙ୍କ ନିକଟରୁ ବହୁଦୂରକୁ ଚାଲିଯାଇଛି।
ମୋ- ୯୪୩୮୧୭୮୨୪୫


Enter your email to get our daily news in your inbox.

All Right Reserved By Dharitri.Com

ବଦଳି ପାଲା

କେନ୍ଦ୍ରରେ ମୋଦି ସରକାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ୧୮ ଜଣ ସଚିବଙ୍କୁ ବଦଳି କରାଯାଇ ସେମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟ...

ଏଇ ଭାରତରେ

ଭଲ ବର୍ଷା ପାଇଁ ଖୋଲା ଆକାଶ ତଳେ ୪ ମାସ ହେବ ତପସ୍ୟା କରୁଛନ୍ତି ଜଣେ ସାଧୁ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏପରି...

ବାତ୍ୟାପ୍ରବଣ ମାସ ଅକ୍ଟୋବର

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଆମ ଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେଉଥିଲା ବେଳେ ପୂର୍ବ ଉପକୂଳରେ ଅଧିକ ବାତ୍ୟା ସୃଷ୍ଟି...

ବେରୋଜଗାରୀର ବିସ୍ଫୋରକ ସ୍ଥିତି

ଭାଲଚନ୍ଦ୍ର ଷଡ଼ଙ୍ଗୀ   ଗତ ଜାନୁୟାରୀ ଶେଷ ସପ୍ତାହରେ ବିହାରର ପାଟନାଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶର ପ୍ରୟାଗରାଜ ପର୍ଯ୍ୟନ୍ତ ବେରୋଜଗାର ଯୁବତୀ ଯୁବକଙ୍କ ରଣହୁଙ୍କାର...

ଏଇ ଭାରତରେ

ସ୍କୁଲର ନାମ ଘାଟ୍‌ଓ୍ବାଲା ସ୍କୁଲ୍‌। ଗଙ୍ଗା କୂଳ କମଳେଶ୍ୱର ଘାଟରେ ଚାଲୁଛି ଏମିତି ଏକ ନିଆରା ସ୍କୁଲ,ଯେଉଁଠି ୨୦୦ ଅସହାୟ ପିଲା ମାଗଣାରେ ପଢୁଛନ୍ତି। ଏହି...

କୃପା ବୃକ୍ଷ

ଦ୍ୱିତୀ ଚନ୍ଦ୍ର ସାହୁ ନୂଆ ଘର ହେଲା। ରଙ୍ଗ କାମ ହେଲା। ପ୍ରତିଷ୍ଠା ବି ସରିଲା। ପୁରୁଣା ଅଟୁଜଟୁ ଜିନିଷ ପାଇଁ ଘର ଶେଷରେ ଗୋଟିଏ...

ଚନ୍ଦ୍ର ଓ ରାତ୍ରିଚର ଜୀବ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଜୀବନ ଉପରେ ଚନ୍ଦ୍ରାଲୋକର ପ୍ରଭାବ ରହିଛି। ଏହା ପ୍ରଜନନ, ଶିକାର, ଯାତାୟାତ, ଯୋଗାଯୋଗ ଓ ପ୍ରାଣିଜଗତର ଅନ୍ୟ କେତେକ କ୍ରିୟାକୁ...

ସମ୍ପାଦକୀୟ/ କାଗଜ ଓ କଦଳୀ ପଟୁଆ

ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ବହନ କରୁଛି ବାଲିଯାତ୍ରା। କାର୍ତ୍ତିକ ପୂର୍ଣ୍ଣମୀରେ ନଦୀ ଓ ପୁଷ୍କରିଣୀରେ ଡଙ୍ଗା ଭସାଇ ଅତୀତର ସ୍ମୃତିକୁ ମନେପକାଯାଉଛି। ପୂର୍ବରୁ ଥର୍ମୋକୁଲ...

Advertisement
Archives

Model This Week