ପିଲା କଳିରୁ ବୃଦ୍ଧଙ୍କୁ ହତ୍ୟା

ଫୁଲବାଣୀ ଅଫିସ, ୬ା୧-ଦୁଇ ଛୋଟ ପିଲାଙ୍କ ମଧ୍ୟରେ ଖେଳକୁଦ ଚାଲିଥିଲା। ଜଣେ ଅନ୍ୟ ଜଣଙ୍କ ହାତକୁ କାମୁଡ଼ି ଦେଲା ା ଏହାକୁ ନେଇ ଉଭୟ ପିଲାଙ୍କ ଜେଜେ ଓ ଅଜାଙ୍କ ମଧ୍ୟରେ ପ୍ରଥମେ ବଚସା ହେଲା। ଏପରିକି ଜଣେ ଅନ୍ୟ ଜଣଙ୍କ ତଣ୍ଟି ଚିପି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କନ୍ଧମାଳ ଜିଲା ଫୁଲବାଣୀ ସହର ପିଅନପଡ଼ା ପାଖ କବରଖାନା ସାହିରେ ରବିବାର ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି କବରଖାନା ସାହିର ଲଡୁବାବା ମହାରଣା(୫୫) ା ଅଭିଯୁକ୍ତ ତଥା ଲଡୁବାବାଙ୍କ ପଡ଼ୋଶୀ କାଳିଆ ସାହୁଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଏ ନେଇ ନଂ. ୩/୨୦ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ ନରେଶ କୁମାର ସାହୁ ପ୍ରକାଶ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଲଡୁବାବାଙ୍କ ୮ ବର୍ଷୀୟ ନାତି ଓ କାଳିଆଙ୍କ ନାତି (ଝିଅର ପୁଅ) ଏକାଠି ଖେଳୁଥିଲେ ା କୌଣସି କାରଣକୁ ନେଇ କାଳିଆଙ୍କ ନାତି ଲଡୁବାବାଙ୍କ ନାତି ହାତକୁ କାମୁଡି ଦେଇଥିଲେ। ଲଡ଼ୁବାବାଙ୍କ ପୁଅ ଶିବରାମ ଏ ନେଇ କାଳିଆଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କାଳିଆ ଏବଂ ଅନ୍ୟମାନେ ତାଙ୍କୁ ମାରଧର କରିଥିଲେ। ପଡୋଶୀମାନେ ଶିବରାମଙ୍କୁ ଧରି କିଛି ଦୂର ନେଇ ଆସିଥିଲେ ା ଶିବରାମଙ୍କ ବାପା ଲଡୁବାବା ଏହା ଜାଣିବା ପରେ କାଳିଆଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ତାଙ୍କ ତଣ୍ଟି ଚିପି ଧରି ପାଖରେ ଥିବା ଡ୍ରେନକୁ ଫୋପାଡି ଦେଇଥିଲେ ା ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଫୁଲବାଣୀ ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ଏ ନେଇ ଲଡ଼ୁବାବାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୋଲିସ ମେଡିକାଲକୁ ଆସି ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟାରେ ଶତାୟୁ ଶିକ୍ଷାନୁଷ୍ଠାନ

ଢେଙ୍କାନାଳ ଅଫିସ,୨।୪: ଢେଙ୍କାନାଳର ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ (ବି.ବି ହାଇସ୍କୁଲ) ସମ୍ପ୍ରତି ସମସ୍ୟା ଭିତରେ ଗତି କରୁଛି। ଏହି ଐତିହ୍ୟସମ୍ପନ୍ନ ପୁରାତନ...

ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରିଲେ ଗୁଣ୍ଠାୱାଡ଼ା ପଞ୍ଚାୟତବାସୀ

ଚିତ୍ରକୋଣ୍ଡା,୧୬।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡ଼ା ପଞ୍ଚାୟତର ବିିଭିନ୍ନ ଗ୍ରାମରେ ଦୁଇଦିନ ହେଲା ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଛି। ଫଳରେ ଖରାଦିନରେ ଲୋକେ ଅସହ୍ୟ...

ଡିକି ଭାଙ୍ଗି ୫୦ ହଜାର ଲୁଟିନେଲେ ଦୁର୍ବୃତ୍ତ

ଖଣ୍ଡପଡା,୯।୮(ସ୍ବ.ପ୍ର.) : ନୟାଗଡ ଜିଲା କଣ୍ଟିଲୋ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ଓ ରାହାଜାନି ବୃଦ୍ଧି ପାଉଥିବାବେଳେ ଗୁରୁବାର ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ଜଣେ...

ମଦ ଦୋକାନକୁ ସିଲ୍‌ କଲା ଅବକାରୀ ବିଭାଗ

ଉଦଳା,୧।୪(ଡି.ଏନ୍‌.ଏ.)- ଲକ୍‌ଡାଉନ ସମୟରେ ମଦ ଦୋକାନ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସିଲ୍‌ ଭାଙ୍ଗି ଚୋରା ମଦ କାରବାର ଚାଲିଥିଲା। ଅବକାରୀ ବିଭାଗ...

ଏମିତି ଆସେ ମୃତ୍ୟୁ: ମୁଣ୍ଡନ ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ୧୨ ଆହତ

ସାକ୍ଷୀଗୋପାଳ, ୧୦।୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ...

‘ଗଣତନ୍ତ୍ରରେ ଭୋଟର ସବୁଠାରୁ ଶକ୍ତିଶାଳୀ’

ବ୍ରହ୍ମପୁର ଅଫିସ,୨୫।୧: ଉପଖଣ୍ଡ ଜିଲା ପ୍ରଶାସନ ପକ୍ଷରୁ ୧୦ମ ଜାତୀୟ ଭୋଟର ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ...

ପିଏମ୍‌ଏୱାଇ ଅନୁଦାନରେ ପାତରଅନ୍ତର

ଯାଜପୁର ଅଫିସ,୧୩ା୩:ଯାଜପୁର ଜିଲାରେ ୨ଟି ପୌରାଞ୍ଚଳ ରହିଛି। ତା’ହେଲା ଯାଜପୁର ଓ ବ୍ୟାସନଗର। ଯାଜପୁରରେ ୧୮ ଏବଂ ବ୍ୟାସନଗରରେ ୨୬ ୱାର୍ଡ ରହିଛି। ୱାର୍ଡ ଓ...

ଜିଲା କୃଷକ ସଂଘର ରାସ୍ତାରୋକୋ ଆନ୍ଦୋଳନ: ୧୫ ଗିରଫ

ଦେବଗଡ,୬ା୧୨(ଡ଼ି.ଏନ୍‌.ଏ.)- ପଶ୍ଚିମ ଓଡିଶା କୃଷକ ସଙ୍ଗଠନର ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିର ଦୃଢ ପ୍ରତିବାଦ କରାଯିବା ସହ ଚାଷୀଙ୍କର ବିଭିନ୍ନ ସମସ୍ୟାର ସମାଧାନ...

Advertisement
Archives

Model This Week