ପିଲାଙ୍କ ସହ ଡଙ୍ଗାରେ ବୁଲିଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୧୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ମହାସମାରୋହରେ ପାଳିତ ହୋଇଛି। ଭୋର୍‌ ସମୟରେ ମହିଳାମାନେ ସ୍ନାନ କରି ବିଭିନ୍ନ ଜଳାଶୟରେ ବୋଇତ ଭସାଇଥିଲେ। କାଠପାଳ ଅଞ୍ଚଳର ସୋନ ନଦୀରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଆରା ଢ଼ଙ୍ଗରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି। ସେ କୁନି କୁନି ପିଲାଙ୍କ ସହ ନଦୀ ବାଲିରେ ଖେଳକୁଦ କରିବା ସହ ଡଙ୍ଗାରେ ବୁଲିବାର ମଜା ନେଇଥିଲେ। ଏହାସହ ନୀଳଗିରିର ବାଲିଗୋହିରି କଦମସାହି, ଘାଟଘରସାହି, ଶଙ୍କରାଖୁଣ୍ଟା, ସିମୁଳିଆ ଆଦି ସ୍ଥାନରେ ବଡ଼ ବଡ଼ ବୋଇତ ନିର୍ମାଣ କରାଯାଇ ଭସାଯାଇଛି। ବିଭିନ୍ନ ସ୍ଥାନରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ଲାଗି ୩ ଗ୍ରାମ ଶଟ୍‌ଡାଉନ

ଜଟଣୀ,୧୦ା୬(ଡି.ଏନ୍‌.ଏ.): ଜଟଣୀ ବ୍ଲକ ଅଞ୍ଚଳରେ ଜଣେ ଦୋକାନୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଶଟ୍‌ଡାଉନ୍‌ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା...

‘ମିଶନ ଶକ୍ତି କାଫେ’: ଏସ୍‌ଏଚ୍‌ଜି ମହିଳାଙ୍କୁ ଜୀବିକା

ସୁନ୍ଦରଗଡ଼, ୧୮।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ବ୍ଲକ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’।...

୫୦ ଏକର ଫସଲ ନଷ୍ଟ କଲେ ହାତୀପଲ

ରୂପ୍‌ସା, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା, ପଶ୍ଚିମସିମୁଳିଆ, ଜହତା, ଓଡ଼ିଆଶାସନ ଆଦି ମୌଜାରେ ହାତୀପଲ ପଶି ଶନିବାର ରାତିରେ ୫୦ଏକରରୁ...

ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ ଅଫିସ,୧୯।୩ : ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁବାରଠାରୁ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ...

ମାଟ୍ରିକ୍‌ ଏ-୧ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଧର୍ମଶାଳା,୪।୬(ଡି.ଏନ୍‌.ଏ.)- ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଗ୍ରେଡ୍‌ ପାଇଥିବା ୪ଜଣ ଛାତ୍ରୀଛାତ୍ରଙ୍କୁ ସୋମବାର ଧର୍ମଶାଳା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସମ୍ପର୍ଦ୍ଧିତ କରାଯାଇଛି। କାର୍ଯ୍ୟାଳୟ...

ପୁରୁଣା ଟଙ୍କା ଧରି ଜିଲା କାର୍ଯ୍ୟାଳୟରେ ଭିନ୍ନକ୍ଷମ  

ଅନୁଗୋଳ ଅଫିସ, ୮।୬- ସୋସିଆଲ ମିଡିଆରେ ବୁଲୁଥିବା ଏକ ଗୁଜବକୁ ଜାଣି ନ ପାରି ଅଧିକ ଅର୍ଥ ପାଇବା ଆଶାରେ ଅନୁଗୋଳ ଜିଲା ମୁଖ୍ୟ କାର୍ଯ୍ୟାଳୟକୁ...

‘ଫନୀ’ ପାଇଁ ଏବିଭିପିର ପାଣ୍ଠି ସଂଗ୍ରହ, ସେବା କାର୍ଯ୍ୟ

ବାଲେଶ୍ୱର ଅଫିସ, ୧୩।୫-ସାମୁଦ୍ରିକ ଝଡ଼ ‘ଫନୀ’ ପ୍ରଭାବରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ହୋଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ...

ଗାଈକୁ ବଞ୍ଚାଇବାକୁ ଯାଇ ସୁବର୍ଣ୍ଣପୁର ଏସ୍‌ପିଙ୍କ ଗାଡ଼ି ଦୁର୍ଘଟଣାଗସ୍ତ, ୨୦ ଫୁଟ ତଳକୁ ଖସିଲା

ସୋନପୁର,୨୨।୧(ନି.ପ୍ର): ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ଗାଡ଼ି ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏସ୍‌ପି ସମ୍ବଲପୁର ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସଦାଚାର କମିଟି...

Advertisement
Archives

Model This Week