ପିଲାଙ୍କ ଖୁସି ମୋ ଜୀବନର ସମ୍ବଳ

ଆନନ୍ଦପୁର,୫।୮(ସ୍ବ.ପ୍ର.): ଏମିତି ବି ମଣିଷ ଥାନ୍ତି। ନିଜଠାରୁ ଅଧିକ ଅସହାୟ ଲୋକ ଏବଂ ପରୋପକାର କଥା ଚିନ୍ତା କରିଥାନ୍ତି। ଆଜି ବି ସମାଜରେ ଭଲ ଲୋକ ଅଛନ୍ତି। ଯେଉଁଥିପାଇଁ ସମଗ୍ର ଅଞ୍ଚଳ ଗର୍ବିତ ଅନୁଭବ କରେ। ସେମିତି ଏକ ଅନନ୍ୟ ମଣିଷ ହେଉଛନ୍ତି କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନିମାଁଇ ଚରଣ ମହାରଣା(୬୬)। ଦୀର୍ଘ ୩୭ ବର୍ଷ ଶିକ୍ଷକତା ପରେ ଏବେ ସେ ମାଗଣାରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଛନ୍ତି। କେବଳ ଏତିକି ନୁହେଁ। ଏତଦବ୍ୟତୀତ ଅସୁବିଧାରେ ଥିବା ଲୋକ, ଗରିବ ଓ ୪ ଜଣ ବିଧବା ବୃଦ୍ଧାଙ୍କୁ ୫୦୦ ଟଙ୍କା ଲେଖାଏଁ ନିଜ ପେନସନ ଟଙ୍କାରୁ ସହାୟତା କରିଥାନ୍ତି। ଗୋଟିଏ ମାସ ୪ ଜଣଙ୍କୁ ସହାୟତା ଦେଉଥିବାବେଳେ ପରମାସରେ ଅନ୍ୟ ଚାରି ଜଣଙ୍କୁ ସହାୟତା ଦେଇଥାନ୍ତି। ଦୈନନ୍ଦିନ ସକାଳେ ଓ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ରଙ୍କୁ ନିଜ ଘରେ ପାଠ ପଢ଼ାଇଥାନ୍ତି। ଏପରି କାର୍ଯ୍ୟରେ ତାଙ୍କର ଧର୍ମପତ୍ନୀ କମଳିନୀ ମହାରଣା ତାଙ୍କୁ ଉତ୍ସାହିତ କରିବା ସହ ସାହସ ଦେଇଥାନ୍ତି। ନିମାଇଁ ସାର୍‌ଙ୍କ ଏଭଳି କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ବାଗତ ମଧ୍ୟ କରାଯାଇଛି। ତାଙ୍କ ନିକଟରୁ ବହୁ ଛାତ୍ରୀଛାତ୍ର ପାଠପଢି ବଡ ବଡ ପଦପଦବୀରେ ପ୍ରତିଷ୍ଠା ଲାଭ କରିଛନ୍ତି। ପିଲାମାନଙ୍କର ହସ ଓ ମା’ ମାନଙ୍କର ଆଶୀର୍ବାଦ ତାଙ୍କ ଶେଷ ଜୀବନର ସମ୍ବଳ ବୋଲି ସେ କହିଛନ୍ତି। ଶିକ୍ଷାଦାନ ଓ ସହାୟତା ନ କଲେ ତାଙ୍କୁ ଭଲ ଲାଗେନି ବୋଲି ମଧ୍ୟ ସେ କହିଛନ୍ତି। ଏହା ହେଉଛି ପେସା। ଶେଷ ଜୀବନ ପର୍ଯ୍ୟନ୍ତ ଏହାହିଁ କରିବେ ବୋଲି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର

ଆର.ଉଦୟଗିରି,୨୬ା୮(ଡି.ଏନ.ଏ.): ମୋହନା ଥାନା ନାରୀଙ୍ଗୀ ଘାଟିରେ ଟ୍ରାକ୍ଟର ଓଲଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ହେଲେ ମୋହନା...

୨ ସୁନା ଚେନ ଲୁଟେରା, ୨ ଗ୍ରାହକ ଗିରଫ

ରାୟଗଡ଼ା ଅଫିସ,୧୭।୧୨: ଗତ କିଛିଦିନ ହେଲା ରାୟଗଡ଼ାରେ ସୁନା ଚେନ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ା ଗତ ୧୭ରେ ରାୟଗଡ଼ା ବ୍ୟାଙ୍କ କଲୋନୀ ୨ୟ...

ଗଞ୍ଜାମ ବ୍ଲକ ଅକ୍ତିଆର କଲା ବିଜେଡି

ଗଞ୍ଜାମ,୧୨ା୩(ଡି.ଏନ୍‌.ଏ.): ପଞ୍ଚାୟତ ସମିତି ପାଇଁ ଶନିବାର ଅଧ୍ୟକ୍ଷା ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ୧୫ ଜଣ...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର,ଅଭିଭାବକ

ଭେଡ଼େନ,୨୫।୧୦(ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ବଡ଼ପିପିଲିପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଶୁକ୍ରବାର ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ...

ଫେରାର ଅଛନ୍ତି ନବରଙ୍ଗପୁର ଜିଲାର ୧୯ ନକଲି ଶିକ୍ଷକ

ନବରଙ୍ଗପୁର,୯ା୫(ବି.ପ୍ର.): ଶିକ୍ଷା ବିଭାଗରେ ଅନେକ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କୋହଳ ହୋଇଯାଉଥିବା ଦେଖାଯାଉଛି। ନକଲି ସାର୍ଟିଫିକେଟ ଦେଇ...

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଦେଲେ ୧୫ ଏସ୍‌ଏଚ୍‌ଜି

ବୌଦ୍ଧ, ୨୩ା୪(ସ୍ବ.ପ୍ର)-ବୌଦ୍ଧ ଜିଲା ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମଶିଣାଗୋରା ଗ୍ରାମର ୧୫ଟି ଏସଏଚଜିର ମହିଳାମାନେ ମିଳିତ ଭାବରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୦୦୦ ଟଙ୍କାର ସହାୟତା...

ସଙ୍ଗରୋଧ କେନ୍ଦ୍ରରୁ ଫେରୁଥିବା ମା’ ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ

ପାତ୍ରପୁର,୫ା୭(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜରଡ଼ା ଥାନା ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରରୁ ଚାଲିଚାଲି ଫେରୁଥିବା ମା’ ପୁଅଙ୍କୁ ରବିବାର ଅଜଣା ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି।...

୪୩ ମାଓବାଦୀଙ୍କ ସହ ଏକାଠି ଖାଇଲେ ସୁକୁମା ଏସ୍‌ପି

ମାଲକାନଗିରି, ୨୧ା୧୦ (ଡି.ଏନ.ଏ.): ସୁକ୍‌ମା ପୋଲିସ ନିକଟରେ ୪୩ ଜଣ ମାଓବାଦୀ ଗୁରୁବାର ଆତ୍ମ ସମର୍ପଣ କରିଛନ୍ତି। ତେବେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏହି...

Advertisement
Archives

Model This Week