ପିଲାଙ୍କୁ ନେଇ ସୃଜନ ଦୁନିଆ

ଯଶସ୍ବିନୀ ପଟ୍ଟନାୟକ

ସୃଜନଶୀଳତା ପ୍ରତ୍ୟେକଙ୍କର ଅନ୍ତର୍ନିହିତ ସ୍ବତନ୍ତ୍ରତାର ଝଲକ। ଏହା ଈଶ୍ୱର ପ୍ରଦତ୍ତ ନିଶ୍ଚୟ। ତେବେ ଅନେକ କ୍ଷେତ୍ରରେ ଦେଖାଯାଏ ମାତାପିତାମାନେ ସୃଜନଶୀଳତାକୁ ପ୍ରାଥମିକ ସମୟରୁ ବୁଝିପାରି ନଥାନ୍ତି , ଯାହାର ଫଳସ୍ବରୂପ ସେମାନେ ଏହାର ପ୍ରାସଙ୍ଗିକତା ବୁଝିଲାବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ। କିନ୍ତୁ ସୃଜନଶୀଳତା ଏକ ପିଲାର ଆସନ୍ତା ସମୟ ପାଇଁ ତା’ ଭବିଷ୍ୟତର କର୍ମଦକ୍ଷତା ଓ ଦୈନନ୍ଦିନ ଜୀବନର ଶୃଙ୍ଖଳା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ସୃଜନଶୀଳତା ଦ୍ୱାରା ଜଣେ ନିଜ ଜୀବନର ମାର୍ଗଦର୍ଶନର ପ୍ରଥମ ସୋପାନକୁ ଅତିକ୍ରମ କରିପାରିବ। ନିଜ ପିଲାଙ୍କ ସଫଳତା ପାଇଁ କେଉଁ ମାତାପିତା ଖୁସି ବା ନହୁଅନ୍ତି। ସମସ୍ତେ ନିଜ ପିଲାଙ୍କ ସଫଳତା ପାଇଁ ଗର୍ବ କରିବା ସ୍ବାଭାବିକ। କିନ୍ତୁ ଦେଖାଯାଇଥାଏ ଅଧିକାଂଶ ମାତାପିତା ସେମାନଙ୍କର ପିଲାଙ୍କ ଭବିଷ୍ୟତ ନେଇ ଯତ୍ନଶୀଳ ହୋଇଥିଲେ ମଧ୍ୟ ସେମାନଙ୍କ ସୃଜନଶୀଳତା ପ୍ରତି ନଜର ଅନ୍ଦାଜ କରିଥାନ୍ତି। ଦେଖାଯାଇଥାଏ ପିଲାମାନେ ପ୍ରାୟତଃ ଜିଜ୍ଞାସୁ ସ୍ବଭାବର ହୋଇଥିବାରୁ ଅନେକ ସମୟରେ ସେମାନେ ବହୁ ପ୍ରଶ୍ନ ପଚାରିଥାନ୍ତି। ବେଳେବେଳେ କୌତୂହଳବଶତଃ ଅନ୍ୟମାନଙ୍କର ଜ୍ଞାନର ପରିସୀମା ମାପିବା ପାଇଁ ମଧ୍ୟ ପ୍ରଶ୍ନ କରିଥାନ୍ତି। ତେବେ ଏଥିରୁ ସେମାନଙ୍କୁ ପ୍ରଗଳ୍ଭ ଭାବରେ ବିବେଚନା କରି ବିରକ୍ତି ପ୍ରକାଶ ନ କରି ବରଂ ଉତ୍ସାହିତ କରନ୍ତୁ। ସେମାନଙ୍କୁ ସଂକ୍ଷିପ୍ତରେ ନୁହେଁ ବରଂ ବିଶେଷ ଭାବରେ ପ୍ରଶ୍ନଟିର ଉତ୍ତର ପ୍ରଦାନ କରନ୍ତୁ। ଯଦି ଆପଣ ସେ ପ୍ରଶ୍ନର ଉତ୍ତର ଜାଣି ନଥାନ୍ତି, ତେବେ ସେମାନଙ୍କ ପ୍ରଶ୍ନୋତ୍ତର ଶୈଳୀକୁ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରନ୍ତୁ। ସମ୍ପ୍ରତି ବ୍ୟସ୍ତମୟ ଜୀବନ ଭିତରେ ମାତାପିତାମାନେ ସେମାନଙ୍କ ପିଲାଙ୍କୁ ଯଥେଷ୍ଟ ସମୟ ଦେଇପାରି ନଥାନ୍ତି। କିନ୍ତୁ ଏହା ଠିକ୍‌ ନୁହେଁ। ଯାହାବି ହେଲେ ସେମାନଙ୍କ ପାଇଁ କିଛି ସମୟ ବାହାର କରି ସେମାନଙ୍କ ସହ ସମୟ କାଟିବା କଥା। ସବୁବେଳେ ମନେ ରଖିଥାନ୍ତୁ ଆପଣ ସେମାନଙ୍କୁ ଯେତେ ଅଧିକ ସମୟ ଦେବେ ସେମାନଙ୍କ ସୃଜନଶୀଳତାର ବିକାଶ ସେତେ ଅଧିକ ହେବ।
ସମ୍ପର୍କ ଅଧିକ ନିବିଡ଼ କରିବା ପାଇଁ ଓ ପରସ୍ପର ମଧ୍ୟରେ ଭାବଗତ ସମ୍ପର୍କ ସୃଷ୍ଟି ସକାଶେ ପିଲାମାନଙ୍କ ସହ ବେଳେ ବେଳେ ସେମାନଙ୍କ ଚିନ୍ତନ ସହ ସମଭାଗୀ ହୋଇ ଛୋଟିଆ ଆଲୋଚନା କରନ୍ତୁ। ଅଧିକାଂଶ ମାତାପିତା ପିଲାଙ୍କ ସହ କେବଳ ଉପଦେଶ ବା ପରାମର୍ଶ ଦେବା ସମୟରେ କଥାବାର୍ତ୍ତା କରିଥାନ୍ତି। କିନ୍ତୁ ବିଭିନ୍ନ ବିଷୟରେ ସେମାନଙ୍କ ସହ ଆଲୋଚନା କଲେ ସେମାନଙ୍କ ସୃଜନଶୀଳତା ବଢ଼ିବ ବୋଲି ସେମାନେ ସମ୍ଭବତଃ ଭୁଲିଯାଇଥାନ୍ତି। ଏହି ସମୟରେ ସେମାନଙ୍କୁ ଆବଶ୍ୟକସ୍ଥଳେ ପରାମର୍ଶ ଦେବା ବ୍ୟତିରେକେ ସେମାନଙ୍କୁ କହିବା ପାଇଁ ସମ୍ପୂର୍ଣ୍ଣ ସୁଯୋଗ ଦିଅନ୍ତୁ। ସେମାନଙ୍କ ଉପରେ ନିଜ ମତକୁ ଲଦି ଦେବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। ସମୟାନୁସାରେ ପିଲାମାନଙ୍କୁ ନିଜେ ନିଷ୍ପତ୍ତି ନେବାର ସୁଯୋଗ ଦେଇ ସେମାନଙ୍କୁ ସାହସୀ ଓ ସ୍ବାବଲମ୍ବୀ ହେବାର ବାର୍ତ୍ତାଦେଇ ସେମାନଙ୍କ ଉପରେ ଭରସା ରଖନ୍ତୁ। ଦେଖାଯାଇଥାଏ ଆମେ ସବୁବେଳେ ପିଲାମାନଙ୍କ ପାଇଁ ନିଜେ ହିଁ ନିଷ୍ପତ୍ତି ନେଇଥାଉ। ସେମାନଙ୍କ ପାଇଁ କେଉଁଟା ଠିକ୍‌ ବା ଭୁଲ୍‌ ଆମେ ଭଲ ଭାବେ ଜାଣୁ ବୋଲି ବିଶ୍ୱାସ କରୁ। ସାରା ଜୀବନ ତ ଆମେ ସେମାନଙ୍କ ପାଇଁ ନିଷ୍ପତ୍ତି ନେଇପାରିବା ନାହିଁ। ତେଣୁ ଏ ଦାୟିତ୍ୱ ତାଙ୍କ ଉପରେ ଛାଡ଼ି ଦିଆଗଲେ ଭଲ ହେବ। ତେବେ ଆପଣ ଏଥିରେ ଦିଗ୍‌ଦର୍ଶକର ଭୂମିକା ନିର୍ବାହ କରିପାରିବେ। ପିଲାମାନଙ୍କୁ ଶୋଇବା ସମୟରେ ବା ଅବସର ସମୟରେ ସେମାନଙ୍କ ମାନସିକ ଓ ବୌଦ୍ଧିକ ଶକ୍ତିର ବିକାଶ ପାଇଁ ବିଭିନ୍ନ ଗପ କୁହନ୍ତୁ।
ପିଲାମାନଙ୍କୁ ସକାଳେ କିମ୍ବା ସାନ୍ଧ୍ୟଭ୍ରମଣରେ ବୁଲାଇ ନେବାର ଅଭ୍ୟାସ କରାନ୍ତୁ। ଏହି ସମୟରେ ସେମାନଙ୍କୁ ବୃକ୍ଷଲତା ସମ୍ବନ୍ଧୀୟ, ପରିବେଶ ସୁରକ୍ଷା ସମ୍ପର୍କିତ କିମ୍ବା ବଗିଚାର ଯତ୍ନ ସମ୍ପର୍କିତ କିଛି କାହାଣୀ କୁହନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ସାହାଯ୍ୟ କରିବା ପାଇଁ ଉତ୍ସାହିତ କରିବା ସହ ମଝିରେ ମଝିରେ ବିଭିନ୍ନ ଚିଡ଼ିଆଖାନା ଓ ପାର୍କକୁ ସେମାନଙ୍କୁ ବୁଲାଇ ନିଅନ୍ତୁ। ଏହାଦ୍ୱାରା ପିଲାମାନେ ପ୍ରକୃତି ସହ ମିଶିବାର ସୁଯୋଗ ପାଇପାରିବେ। ପିଲାମାନଙ୍କୁ ଖେଳନା ଦେବା ସମୟରେ ସେମାନଙ୍କୁ ବିଶେଷକରି ବିଜ୍ଞାନ ଚିନ୍ତନ ଉଦ୍ରେକକାରୀ ଖେଳନା କିମ୍ବା କିଛି ଭଲ ପୁସ୍ତକ ପଢ଼ିବା ସମ୍ପର୍କରେ ଜାଣିବାର ସୁଯୋଗ ଦିଅନ୍ତୁ। ଏହାଦ୍ୱାରା ସେମାନଙ୍କ କଳ୍ପନା ଶକ୍ତିର ବିକାଶ ହେବା ସମ୍ଭବ ହେବ। ପିଲାମାନଙ୍କୁ ନିଜେ ନିଜର ଶ୍ରେଣୀଗତ ବିଜ୍ଞାନ ପ୍ରକଳ୍ପ କିମ୍ବା ଦଳଗତ ଆଲୋଚନା ପାଇଁ ଉତ୍ସାହିତ କରନ୍ତୁ। ବେଶି ସମୟ ଟିଭି ଦେଖାରେ ସୁଯୋଗ ନ ଦେଇ ବରଂ ସେମାନଙ୍କୁ କିଛି ସମୟ ଇଣ୍ଟରନେଟ୍‌ରେ ବିଜ୍ଞାନ, ଐତିହାସିକ କାହାଣୀ, ଲୋକ ପରମ୍ପରା ଓ ପର୍ଯ୍ୟଟନ, ଭ୍ରମଣ କାହାଣୀଠାରୁ କ୍ରୀଡ଼ା ସମ୍ପର୍କିତ ଘଟଣାବଳୀ ବା ପୌରାଣିକ ଲୋକକଥା କିଛି ଜାଣିବାର ସୁଯୋଗ ଦିଅନ୍ତୁ। ଛୋଟ ସମୟରୁ ସେମାନଙ୍କୁ ନିଜେ ନିଜେ ସ୍ବାସ୍ଥ୍ୟ ସଚେତନ ରହିବା ପାଇଁ ଶିକ୍ଷା ଦିଅନ୍ତୁ। ସବୁବେଳେ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହେବା ପାଇଁ ଚେଷ୍ଟା ଜାଗ୍ରତ କରାନ୍ତୁ। ଆଜିକାଲି ଅନେକ ଶିକ୍ଷାୟତନରେ ପ୍ରାୟତଃ ପିଲାମାନଙ୍କ ସୃଜନଶୀଳତା ପାଇଁ ବହୁ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି, ଏହା ନିଶ୍ଚିନ୍ତ ଖୁସିର କଥା। ତେବେ ଅନେକ ମାତାପିତା ତଥାକଥିତ ବଜାରର ବା ସୋସିଆଲ ମିଡ଼ିଆର କୌଣସି ସୂଚନା ପାଇ ପିଲାମାନଙ୍କୁ ଗଢ଼ିତୋଳିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଓଡ଼ିଆରେ ଏକ କଥା ଅଛି ସବୁ ଚକ୍‌ ଚକ୍‌ କରୁଥିବା ଜିନିଷ ସୁନା ହୋଇ ନ ଥାଏ। ତେଣୁ ବଜାରରେ ଭେଳିକି ସୃଷ୍ଟି କରୁଥିବା ଚିକ୍‌ମିକିଆ ପ୍ରଲୋଭନୀୟ ବସ୍ତୁଠାରୁ ମୁହଁ ଫେରାଇ ବାସ୍ତବବାଦୀ ଦୁନିଆର ଜୀବନ ଚିତ୍ର ସେମାନଙ୍କୁ ପିଲାଦିନରୁ ହିଁ ଶିଖାନ୍ତୁ। ଦେଖିବେ ଶିଶୁଟି ବାସ୍ତବରେ ସୃଜନଶୀଳ ଲାଭ କରି ନିଜ ଜୀବନକୁ ଦିବ୍ୟମୟ କରିବା ପାଇଁ ପ୍ରେରଣା ପାଇପାରିବ।
ଅଧ୍ୟକ୍ଷା, ନାଳନ୍ଦା ପବ୍ଲିକ ସ୍କୁଲ,
ସେକ୍ଟର-୮, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri