ପିଲାଙ୍କୁ ଆକୃଷ୍ଟ କରୁଛି ଖେଳ ଉପକରଣ, ଉପସ୍ଥାନ ହାର ବଢୁଛି

ନୟାଗଡ଼ ଅଫିସ,୨୨।୯-ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ବିଭିନ୍ନ ଖେଳ ଉପକରଣରେ ପିଲାମାନେ ମନଭରି ଖେଳିବା ଦୃଶ୍ୟ କିଛିଦିନ ହେଲା ଦେଖିବାକୁ ମିଳୁଛି। ଏବେ ଆମ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳପଡିଆରେ ଦୋଳି, ଟାୟାରରେ ଉପରକୁ ଚଢ଼ିବା, ଉଠାପକା, ଡିଆଡେଇଁ , ହାତୀ ପିଠି ଉପରେ ଚଢ଼ିବା ଆଦି ଖେଳ ଉପକରଣରେ ଖେଳିବାର ସୁଯୋଗ ପିଲାମାନଙ୍କୁ ମିଳିଛି। ଏହା ପିଲାଙ୍କ ଶାରୀରିକ ବିକାଶରେ ସହାୟକ ହେଉଛି। ଏଥିପ୍ରତି ପିଲାମାନେ ଆକୃଷ୍ଟ ହୋଇ ନିୟମିତ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁଥିବା ଜଣାଯାଇଛି। ଫଳରେ ସ୍କୁଲରେ ପିଲାଙ୍କ ଉପସ୍ଥାନ ହାର ବଢୁଥିବା କୁହାଯାଉଛି।

ଏହାର ଏକ ଦୃଷ୍ଟାନ୍ତ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିମିଳିସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୧୨୫ ଜଣ ଛାତ୍ରୀଛାତ୍ର ପାଠପଢନ୍ତି। ୧୨୫ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେବେ ବି ବିଦ୍ୟାଳୟରେ ପୂର୍ଣ୍ଣ ଉପସ୍ଥାନ ହୁଏ ନାହିଁ। ମାସେ ହେଲା ଏବେ ବିଦ୍ୟାଳୟରେ ଶତପ୍ରତିଶତ ଉପସ୍ଥାନ ଦେଖିବାକୁ ମିଳୁଛି। ଏହା ହୋଇପାରିଛି ବିଦ୍ୟାଳୟରେ ଉପରୋକ୍ତ ଖେଳ ଉପକରଣ ବ୍ୟବହାର ଯୋଗୁ। ଏଚ୍‌ଡିଏଫସି ବ୍ୟାଙ୍କର ସିଏସ୍‌ଆର ଅନୁଦାନ ଓ ସାମଗ୍ରିକ ଗ୍ରାମୀଣ ବିକାଶ ପରିଯୋଜନା, ନୟାଗଡ଼ ଗ୍ରାମବିକାଶ ସହାୟତାରେ ନୟାଗଡ ଜିଲାର ୬ଟି ପ୍ରାଥମିକ ବିଦ୍ୟାଳୟକୁ ଗତ ୧ମାସ ତଳେ ଖେଳ ଉପକରଣ ଯୋଗାଇ ଦିଆଯାଇଛି। ଏହି ଖେଳ ସାମଗ୍ରୀ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାରେ ଦେଖିବାକୁ ମିଳିଛି। ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପ୍ରତିଦିନ ବିଦ୍ୟାଳୟକୁ ଆସି ପାଠ ପଢ଼ିବା ସହିତ ଖେଳ ଖେଳିବା ପାଇଁ ଆଗ୍ରହ ବଢୁଛି। ଏପରିକି ଖେଳ ପିରିୟଡ ଆସିଲେ (ଅପରାହ୍ନ ୩ଟା) ପିଲାମାନେ ଲାଇନ୍‌ରେ ଛିଡ଼ା ହୋଇ ପାଳି କରି ଖେଳ ସାମଗ୍ରୀରେ ଖେଳୁଥିବାର ଦେଖିବାକୁ ମିଳୁଛି। କିଛି ମାସ ତଳେ ଯେଉଁଠି କମ୍‌ ପିଲା ଆସୁଥିଲେ ବର୍ତ୍ତମାନ ସେଠାରେ ଶତପ୍ରତିଶତ ଉପସ୍ଥାନ ହେଉଛି ବୋଲି ଶିମିଳିସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଘଡ଼େଇ ପ୍ରକାଶ କରିଛନ୍ତି। ଜିଲାର ୬ଟି ବିଦ୍ୟାଳୟରେ ଏହିଭଳି ବ୍ୟବସ୍ଥା କରାଯାଇଛି। ନୟାଗଡ଼ ବ୍ଲକର ଇକିରି ପ୍ରାଥମିକ ବିଦ୍ୟାଳୟ ଓ ଉଦୟପୁର ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ବ୍ଲକର ପଦ୍ମାଦେଇପୁର ଓ ଭାଡ଼ିକିଳା ପ୍ରାଥମିକ ବିଦ୍ୟାଳୟ , ଖଣ୍ଡପଡ଼ା ବ୍ଲକ ବିରିଡ଼ିହି ପ୍ରାଥମିକ ବିଦ୍ୟାଳୟରେ ଖେଳ ଉପକରଣ ଯୋଗାଇ ଦିଆଯାଇଛି। ଛାତ୍ରୀଛାତ୍ରମାନଙ୍କର ଶାରୀରିକ ବିକାଶ ପାଇଁ ଆନ୍ଥହିଲ୍‌ କ୍ରିଏଶନ୍‌ ସଂସ୍ଥା ବାଙ୍ଗାଲୋରର ବୈଷୟିକ ପରାମର୍ଶରେ ପୁରୁଣା ମୋଟର ଟାୟାରକୁ ବ୍ୟବହାର କରାଯାଇ ଏହି ଖେଳ ଯନ୍ତ୍ରପାତିଗୁଡ଼ିକ ନିର୍ମାଣ କରାଯାଇଥିବା ଗ୍ରାମ ବିକାଶ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଖେଳ ପିରିୟଡରେ ଖେଳ ଉପକରଣରେ ଭରପୂର ମଜା ନେଉଥିବା ଦେଖିବାକୁ ମିଳିଛି। ସରକାରୀ ବିଦ୍ୟାଳୟରେ ବେସରକାରୀ ବିଦ୍ୟାଳୟ ଭଳି ଖେଳିବାରେ ସୁବିଧା ମିଳୁ ଥିବାରୁ ଆଗାମୀ ଦିନରେ ଏହିଭଳି ବ୍ୟବସ୍ଥା ଜିଲାର ସମସ୍ତ ବିଦ୍ୟାଳୟରେ କରାଗଲେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟମୁହଁା ହେବେ ବୋଲି ବୁଦ୍ଧିଜୀବୀମାନେ ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଧାନକ୍ଷେତରେ ଦଳି ମାରିଦେଲା ହାତୀ

ସୋନପୁର,୨୦।୩(ନିପ): ସୁବର୍ଣ୍ଣପୁର ଜିଲା ସୋନପୁର ବନାଞ୍ଚଳ ଅନ୍ତର୍ଗତ ବାଙ୍କତେନ୍ତୁଳି ଗାଁର ଚାଷୀ ଉପେନ୍ଦ୍ର ଦୀପ(୫୫)ଙ୍କୁ ଏକ ଦନ୍ତାହାତୀ ପାଦରେ ଦଳି ମାରିଦେଇଛି। ଶନିବାର ଭୋର୍‌ ସମୟରେ...

ସହରରେ ହାତୀ, ଲୋକେ ଆତଙ୍କିତ

କେନ୍ଦୁଝର,୨୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ହାତୀ ଉପଦ୍ରବ ଏକ ନିତିଦିନିଆ ଘଟଣା ହୋଇଛି। ହାତୀ ପଲ ଗ୍ରାମାଞ୍ଚଳ ଛାଡି ସହରାଞ୍ଚଳ ମୁହାଁ ହେଉଛନ୍ତି। ରବିବାର କେନ୍ଦୁଝର...

ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ: ଏଥର ମହୋଦଧି ମାର୍କେଟ କମ୍ପ୍ଲେକ୍ସ

ପୁରୀ ଅଫିସ, ୨୯।୧୦: ପୁରୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ମଙ୍ଗଳବାର ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାଯାଉଛି। ପୂର୍ବରୁ...

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୩ା୨(ସ୍ବ.ପ୍ର.): ଯୁକ୍ତ ଦୁଇପରୀକ୍ଷା ବାତିଲ ଦାବିରେ ଅଲ୍‌ ଓଡ଼ିଶା ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଛାତ୍ରୀଛାତ୍ର ସ୍ଥାନୀୟ ଗାନ୍ଧୀ ଛକରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି।...

ନନ୍ଦନକାନନରେ ପର୍ଯ୍ୟଟକ କମିଲେ

ବାରଙ୍ଗ,୧ା୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ କେବଳ ରବିବାରରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢୁଥିବାର ଲକ୍ଷ୍ୟ କରାଯାଉଥିବାବେଳେ ଏହି ରବିବାର ପର୍ଯ୍ୟଟକ ସଂଖ୍ୟା କମିଯାଇଛି। ଗତ ୨୪ତାରିଖ ରବିବାରଠାରୁ...

ଓଲଟିଲା ବରଯାତ୍ରୀ ଗାଡ଼ି, ୨ ଗୁରୁତର

ରାଇରଙ୍ଗପୁର,୧୩ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଷୋୟୀ ମୁଖ୍ୟରାସ୍ତା ବିଜାତଳା ଛକରେ ଏକ ବରଯାତ୍ରୀ ଗାଡ଼ି ଶୁକ୍ରବାର ଭୋର୍‌ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ଛୁଞ୍ଚି ରହିଯିବା ଘଟଣା: ଥାନାରେ ଅଭିଯୋଗ

ବନ୍ତଳା, ୧୮ା୬(ଡି.ଏନ.ଏ.)ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ତରାସ ଗ୍ରାମର ଶୁଭଙ୍କର ବେହେରା(୩)ଙ୍କୁ ଗତ ମାସ ୨୫ ତାରିଖରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଇଞ୍ଜେକଶନ ଦେବାବେଳେ ଛୁଞ୍ଚି ଭାଙ୍ଗି...

ଆଜିଠାରୁ ଭୁବନେଶ୍ୱରରୁ ସିଙ୍ଗାପୁର, ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଉଡ଼ିବ

ଭୁବନେଶ୍ୱର, ୩ା୬ (ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବା ପରେ ୩ ତାରିଖ ଶନିବାରଠାରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା...

Advertisement
Archives

Model This Week