ପିଲାକୁ ଡାଇପର ପିନ୍ଧାଉଥିଲେ…

ଛୋଟ ପିଲା ଝାଡା, ପରିଶ୍ରା କରି ବାରମ୍ବାର ଓଦା ନ ହେବା ଲାଗି ବର୍ତ୍ତମାନ ଡାଇପର ଖୁବ୍‌ କାମରେ ଆସୁଛି। ହେଲେ ପିଲାକୁ ଡାଇପର ପିନ୍ଧାଉଥିଲେ ସୁରକ୍ଷା ଦୃଷ୍ଟିରୁ କେତେକ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ…

ପିଲାକୁ ଡାଇପର ପିନ୍ଧାଉଥିଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କମ୍ଫର୍ଟ। ଅର୍ଥାତ୍‌ ଡାଇପର ଯେପରି କେବେବି ପିଲାକୁ ଟାଇଟ୍‌ କିମ୍ବା ଛୋଟ ନ ହୁଏ ସେଥିଲାଗି ପିଲାର ଓଜନ ଅନୁସାରେ ଡାଇପର କିଣନ୍ତୁ।

ଡାଇପରକୁ ନିୟମିତ ସମୟ ଅନ୍ତରାଳରେ ବଦଳାନ୍ତୁ। ତଥାପି ମଝିରେ ମଝିରେ ଚେକ୍‌ କରିନିଅନ୍ତୁ। ଯଦି ପିଲା ଅଧିକ ପରିଶ୍ରା କରିଛି କିମ୍ବା ଝାଡା କରିଛି ତେବେ ତୁରନ୍ତ ବଦଳାଇ ଦିଅନ୍ତୁ।

ଡାଇପର ବଦଳାଇବା ପରେ ପିଲାର ଉକ୍ତ ସ୍ଥାନକୁ ଭଲ ଭାବେ ଓ୍ବାଇପ୍‌ରେ ପୋଛି ଦିଅନ୍ତୁ ଏବଂ କିଛି ସମୟ ଖୋଲା ଛାଡିଦିଅନ୍ତୁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡାଇପର ଖୋଳିବା ପରେ ପିଲାର ସ୍କିନ୍‌କୁ ଦେଖିବାକୁ ଆଦୌ ଭୁଲନ୍ତୁ ନାହିଁ। କାରଣ ପିଲାଙ୍କ ସମ୍ବେଦନଶୀଳ ତ୍ୱଚାରେ ଅଧିକ ସମୟ ଡାଇପର ରହିବା ଦ୍ୱାରା ଲାଲ୍‌ ପଡିବା, ଫଳିବା (ର଼୍ୟାସେସ୍‌)ଭଳି ସମସ୍ୟାର ଆଶଙ୍କା ଅଧିକ।

ଯଦି ପିଲାର ର଼୍ୟାସେସ୍‌ ହୁଏ ତେବେ ଡାଇପର ର଼୍ୟାସ୍‌ କ୍ରିମ୍‌ ଲଗାନ୍ତୁ। ଅଧିକ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ରାତିରେ ଡିସ୍ପୋଜେବଲ ଡାଇପର ବ୍ୟବହାର କରନ୍ତୁ। ଏହା ଅଧିକ ମୁତ୍ର ରଖିପାରିବା ସହ ଖୋଲିଯିବା କିମ୍ବା ଲିକ୍‌ ହେବାର ଟେନ୍‌ଶନ୍‌ ବି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲୌହ ଗ୍ରହାଣୁ

ଆମ ସୌର ମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି କକ୍ଷ ମଝିରେ ଅନେକଗୁଡ଼ିଏ ଛୋଟଛୋଟ ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡିକୁ ଗ୍ରହାଣୁ ବା ଗୌଣ...

ଡାଇବେଟିସ୍‌ ଅଛି କି, ତାଳି ମାରନ୍ତୁ ସୁସ୍ଥ ରୁହନ୍ତୁ…

ନୂଆଦିଲ୍ଲୀ: ସମ୍ପ୍ରତି ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଉଛି। ତେବେ ଏଭଳି ସମସ୍ୟାରୁ ଦୂରେଇ ରହିବା ହାତ ପାଆନ୍ତାରେ ରହିଛି। ପ୍ରତିଦିନ ସକାଳେ ଅଭ୍ୟାସ...

ବାତ ମାରିବା ସମୟରେ…

ଅପସ୍ମାର ଏକ ବାତ। ଏହି ବାତ ମାରିବା ସମୟରେ ହିଁ ରୋଗୀ ଉପରେ ନିଘା ରଖି ପ୍ରତିକାର କରିବା ପାଇଁ ପଡ଼େ। ବାତ ମାରିଲେ ରୋଗୀ...

ହୃଦ୍‌ରୋଗ ଓ ଖାଦ୍ୟ

ଆଜିକାଲି ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ, ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହେଲେ...

ଟ୍ରେଣ୍ଡି ଲେଦର୍‌ ଜ୍ୟାକେଟ୍‌

ଶୀତରେ ଜ୍ୟାକେଟ୍‌ ପିନ୍ଧିବାର ସଉକ ଅନେକଙ୍କର ଥାଏ। ତେବେ ଜ୍ୟାକେଟ୍‌ ଭିତରେ ଲେଦର ଜ୍ୟାକେଟ୍‌ର କଥା ହିଁ ନିଆରା। ଏହା ଇନ୍‌ଷ୍ଟାଣ୍ଟ ଗ୍ଲାମର ଲୁକ୍‌ ଦେଇଥାଏ।...

ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବ ୨୦୨୨; ଧନର ଦେବତା କୁବେରଙ୍କ ରହିବ ବିଶେଷ କୃପା

ନୂଆ ବର୍ଷକୁ ଆଉ ଦିନ କେଇଟା ବାକି। ସମସ୍ତଙ୍କୁ ଏହି ବର୍ଷକୁ ନେଇ ବହୁତ ଆଶା ରହିଛି। ବିଭିନ୍ନ ଦିଗରୁ ବର୍ଷଟି ସଫଳତାପୂର୍ଣ୍ଣ ହେଉ ବୋଲି...

ପୂର୍ବଜନ୍ମର କର୍ମ ଆଧାରରେ ବ୍ୟକ୍ତିକୁ ମିଳିଥାଏ ଏହି ୬ ଜିନିଷ: ଆପଣଙ୍କ ପାଖରେ ଅଛି ତ…

ଭାରତର ମହାନ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ତନ୍ମଧ୍ୟରୁ ଗୋଟିଏ ହେଲା ପୂର୍ବଜନ୍ମର କର୍ମ...

ଭିଟାମିନ୍‌-ବି’ ଅଭାବରେ…

ଅସନ୍ତୁଳିତ ଖାଦ୍ୟାଭ୍ୟାସ ବର୍ତ୍ତମାନ ମଡର୍ନ ଲାଇଫ୍‌ଷ୍ଟାଇଲ୍‌ର ଏକ ଅଂଶ ପାଲଟିଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦ୍ଦ୍ବାରା ଅନେକଙ୍କଠାରେ ବିଭିନ୍ନ ପୋଷକତତ୍ତ୍ୱର ଅଭାବ ହେଉଛି ଏବଂ...

Advertisement
Archives

Model This Week