ପିପିଲିଆ ପଞ୍ଚାୟତ ଉନ୍ନୟନ ପାଇଁ ଆସିଥିବା ୨୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ସରପଞ୍ଚ ଅଟକ, ପିଇଓ ଫେରାର

କେନ୍ଦୁଝର, ୧୧।୧୦(ସ୍ବ.ପ୍ର.): ଘଟଗାଁ ବ୍ଲକ ପିପିଲିଆ ପଞ୍ଚାୟତରେ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଓ ଚତୁର୍ଦ୍ଦଶ କେନ୍ଦ୍ର ଅର୍ଥ କମିଶନ ଟଙ୍କା ହେରଫେର ଅଭିଯୋଗରେ ଘଟଗାଁ ପୋଲିସ ଶୁକ୍ରବାର ଜଣେ ସରପଞ୍ଚଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଫେରାର ଥିବା ଜଣାପଡିଛି। ପିଇଓ ବଦଳି ସମୟରେ ଦାୟିତ୍ୱ ହସ୍ତାନ୍ତର ବେଳେ ପାଖା ପାଖି କୋଡିଏ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରୁ ସେମାନଙ୍କ ବ୍ୟକ୍ତି ଗତ ଖାତାକୁ ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା। ଏହାକୁ ଭିତ୍ତି କରି ଥାନାରେ ଏତଲା ଦିଆଯାଇଛି ବୋଲି ଘଟଗାଁ ବିଡିଓ ତ୍ରିଲୋଚନ ମହାନ୍ତି କହିଛନ୍ତି। ଏହି ଟଙ୍କା ପଞ୍ଚାୟତ ଅଞ୍ଚଳର ବିକାଶ ପାଇଁ ଆସିଥିଲା। ଏହି ଟଙ୍କାକୁ ଖର୍ଚ୍ଚ ନ କରି ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଜଣାପଡିବା ପରେ ପିଇଓ ଫେରାର ହୋଇଯାଇଥିବାରୁ ପୋଲିସ ଧରିବାକୁ ଉଦ୍ୟମ କରୁଛି। ତେବେ ସରପଞ୍ଚଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଅଧିକ ତଦନ୍ତ ହେଲେ ବହୁ ଘଟଣା ପଦାକୁ ଆସିବ। ଉକ୍ତ ପିଇଓଙ୍କ ବିରୋଧରେ ବହୁ ଅଭିଯୋଗ ହୋଇ ଆସୁଥିଲେ ହେଁ କିପରି ପୁଣି ପଞ୍ଚାୟତ ଦାୟିତ୍ୱ ଦିଆଯାଇଥିବା ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତ ନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିରୋଧୀ ଦଳ ନେତା ତଥା ଭାଜପା ନେତା ପ୍ରଦୀପ୍ତ କୁମାର ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।...

ଅନ୍‌ଲାଇନରେ ବିକ୍ରି ହେବ କୃଷିଜାତ ଦ୍ରବ୍ୟ

ଭୁବନେଶ୍ୱର,୨୧।୪(ବ୍ୟୁରୋ)- କୃଷି ଭିତ୍ତିକ ଦ୍ରବ୍ୟ ଲକ୍‌ଡାଉନ ସମୟରେ ଯେପରି ବଜାରରେ ପହଞ୍ଚି ପାରିବ, ସେଥିପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି କ୍ରମରେ କୃଷି...

ଲଘୁଚାପ ଗଭୀର ଅବପାତରେ ପରିଣତ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ୟଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଝଡ଼ର ରୂପ ନେବ ବୋଲି ପାଣିପାଗ ବିଭାଗ...

ଯୁବତୀଯୁବକଙ୍କୁ ୧୦ ବର୍ଷ ଗାଁ ମନା

କାଳିଆପାଣି,୧୬ା୩(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ କାଳିଆପାଣି ଗଁାରେ ପ୍ରେମ ବିବାହକୁ ନେଇ କଙ୍ଗାରୁକୋର୍ଟ ହୋଇଛି। କୋର୍ଟ ନିଷ୍ପତ୍ତି ଅନୁସାରେ ପ୍ରେମ ବିବାହ କରିଥିବା...

ହୋଇପାରୁନି ବନ୍ୟା ପାଣି ନିଷ୍କାସନ: ୧୦୦ ପରିବାର ଜଳବନ୍ଦୀ

ବସ୍ତା, ୨୮।୮(ସ୍ବ.ପ୍ର.) – ଗତ କିଛି ଦିନ ଧରି ଉପରମୁଣ୍ଡରେ ଏବଂ ସ୍ଥାନୀୟ ଅଞ୍ଚଳରେ ବର୍ଷା ଯୋଗୁ ବସ୍ତା ବ୍ଲକ ଦେଇ ପ୍ରବାହିତ ନଦୀ ଜଳକା...

ଆଏଜ୍‌ ବିଜେପୁରର୍‌ ନାଁକରା ଅନନ୍ତବ୍ରତ: କଳା ପର୍‌ଦରଶନ କରବେ ୫ଶହ କଳାକାର

ବିଜେପୁର, ୧୨।୯ (ଡି.ଏନ.ଏ): ଆମର ସମାଜରେ ଭିନେ ଭିନେ ସମିଆରେ ଅନେକ୍‌ ପରକାର ପୂଜାପାଠ୍‌, ଓଷା, ବ୍ରତ, ଉଛବ୍‌, ଜାନିଯାତ୍‌ରା ପାଲନ୍‌ ହେଉଛେ। ହେଲେ ଆଧୁନିକତାର...

ପଞ୍ଚମ ପାଳିରେ ନବୀନ: ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଶପଥ ଗ୍ରହଣ କରିଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ...

ଚିକିତ୍ସା ନ ପାଇ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା: ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଅନୁଗୋଳ ଅଫିସ, ୩ା୮: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଶୁକ୍ରବାର ରାତିରେ ଆସିଥିବା ସମଲ ଅଞ୍ଚଳର ବାଦଲ ଦଳାଇ(୪୬)ଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ହୋଇଥିଲା।...

Advertisement
Archives

Model This Week