ପିଡିଏସ୍‌ ସାମଗ୍ରୀ ହେରଫେର: ଥାନାରେ ଏତଲା ଦେଲେ ବିଡିଓ

ଶଙ୍କରାଖୋଲ,୨୧ା୧୧(ଡି.ଏନ୍‌.ଏ.) – ଚକାପାଦ ବ୍ଲକ ଚାହାଳି ପଞ୍ଚାୟତରେ ହିତାଧିକାରୀ ୩ ମାସର ସାମଗ୍ରୀ ପାଇ ନ ଥିବା ଅଭିଯୋଗ ହୋଇଥିଲା। ସାମଗ୍ରୀ ହେରଫେର କରିଥିବା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟନାରାୟଣ ସାହୁ ଓ ଯୋଗାଣ ସହାୟକ ସାରଥୀ କହଁରଙ୍କ ନାମରେ ଚକାପାଦ ଥାନାରେ ବିଡିଓ ଅନିଲ କୁମାର ପଟ୍ଟନାୟକ ଏତଲା ଦେଇଛନ୍ତି। ପ୍ରକାଶ ଯେ, ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଆଗୁଆ ୩ ମାସର ପିଡିଏସ୍‌ ସାମଗ୍ରୀ ଦେବାର ନିୟମ ରହିଛି। ଉକ୍ତ ପଞ୍ଚାୟତର ୫ଟି ଓ୍ବାର୍ଡର ହିତାଧିକାରୀ ସାମଗ୍ରୀ ପାଇ ନ ଥିବା ବିଡିଓଙ୍କୁ ଅଭିଯୋଗ କରିଥିଲେ। ବୁଧବାର ବିଡିଓ ପଟ୍ଟନାୟକ ଓ ଯୋଗାଣ ନିରୀକ୍ଷକ ମଳୟ କୁମାର ବେହେରା ଉକ୍ତ ପଞ୍ଚାୟତକୁ ଯାଇ ତଦନ୍ତ କରିଥିଲେ। ପିଡିଏସ୍‌ ସାମଗ୍ରୀ ସହ ୨ଲକ୍ଷ ୯୨ହଜାର ୮୧୨ଟଙ୍କା ଜମା ପାଣ୍ଠିରୁ ହେରଫେର ହୋଇଥିବାବେଳେ ୨୨ ରାଶନ କାର୍ଡରେ ହିତାଧିକାରୀଙ୍କୁ ସାମଗ୍ରୀ ଦିଆ ଯାଇ ନ ଥିବା ଜଣାପଡିଥିଲା। ଏହାପରେ ବିଡିଓ ପଟ୍ଟନାୟକ ଉଭୟଙ୍କ ନାମରେ ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋରିକ୍ସା ଚାଳକଙ୍କୁ ସହାୟତା

ବାଲେଶ୍ୱର ଅଫିସ, ୧୯।୪-ଲକ୍‌ଡାଉନ ଯୋଗୁ ଦୈନନ୍ଦିନ ରୋଜଗାର କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ସହରର ବିଭିନ୍ନ ଛକ...

ଖୁସି ଛଡ଼ାଇନେଲା କରୋନା: ଅଧାଗଢ଼ା ହୋଇ ନରେନ୍ଦ୍ରରେ ଭାସୁଛନ୍ତି ନନ୍ଦା, ଭଦ୍ରା

ପୁରୀ ଅଫିସ, ୨୬।୪: ମହାମାରୀ କରୋନା ବିଶ୍ୱବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି। ଲକ୍ଷଲକ୍ଷ ଲୋକଙ୍କ ଜୀବନଜୀବିକା ଛଡ଼ାଇ ନେଇଛି। ଏପରି କି ଭକ୍ତ ଓ...

ଆୟୁର୍ବେଦିକ ଚିକିତ୍ସକଙ୍କ ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୯ା୧୨: ଭାରତୀୟ ଚିକିତ୍ସା କେନ୍ଦ୍ରୀୟ ପରିଷଦ ଓ କେନ୍ଦ୍ରୀୟ ନୀତି ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ ସଂଘ ଯାଜପୁରରୋଡ ଶାଖା ପକ୍ଷରୁ...

କୁଆପଥର ବର୍ଷା, ବ୍ୟାପକ କ୍ଷୟକ୍ଷତି

ରାଇକିଆ,୧୩।୬(ଡ଼ି.ଏନ.ଏ)-ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଧବାର ରାତ୍ରରେ ପ୍ରବଳ ବର୍ଷା ସହ କୁଆପଥର ପଡିଥିଲା। ଏଥିରେ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାଣିକେଶ୍ୱର ପଞ୍ଚାୟତରେ...

ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନ ଭୋଜନ କେଳେଙ୍କାରୀ: ୫ ବ୍ଲକରେ ୬୧ ଲକ୍ଷ ଟଙ୍କାର ଚାଉଳ ଗାଏବ

ଜଗତ୍‌ସିଂହପୁର ଅଫିସ, ୩ା୭-ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) କେଳେଙ୍କାରୀକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ମୋଟ ୮ ବ୍ଲକ ମଧ୍ୟରୁ ୫ଟିରେ...

କେସିଙ୍ଗା ବ୍ଲକରେ ନକଲି ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

କେସିଙ୍ଗା,୧୯।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ବିଭିନ୍ନ କ୍ରଷ୍ଟରେ ନିୟୋଜିତ ନକଲି ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ଗୋଷ୍ଠୀ ଶିକ୍ଷାକେନ୍ଦ୍ର ପରିସରରେ ଶୁକ୍ରବାର ଆରମ୍ଭ ହୋଇଯାଇଛି ।...

ଗଛ କାଟିଲେ ସରପଞ୍ଚ

ବରୀ,୧।୧୨(ଡି.ଏନ.ଏ.): ପରିବେଶ ସୁରକ୍ଷା ଓ ସନ୍ତୁଳନ ରକ୍ଷା ପାଇଁ ଗଛ ହିଁ ଏକମାତ୍ର ମାଧ୍ୟମ। ସେଥିପାଇଁ ବିଭିନ୍ନ ସ୍ଥାନରେ ଚାରା ରୋପଣ ଉପରେ ପରିବେଶବିତ୍‌ ଓ...

‘୭ଦିନ ଭିତରେ ସହଅଭିଯୁକ୍ତଙ୍କୁ ଗିରଫ କର’

ଲାଠୋର,୧୦ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ଥାନା ଖର୍ଲି ଗ୍ରାମର ଜଣେ ନାବାଳିକା(୧୫)ଙ୍କ ମୃତଦେହ ସନମୁଡ଼ା ଜଙ୍ଗଲରେ ଥିବା ବାଘବିନ୍ଧା ପୋଖରୀ ହୁଡାରେ ପୋତା ଯାଇଥିବା ଅବସ୍ଥାରେ...

Advertisement
Archives

Model This Week