Posted inଖେଳ

ପିଟି ଉଷାଙ୍କୁ ଭେଟେରାନ ପିନ୍‌ ସମ୍ମାନ

ନୂଆଦିଲ୍ଲୀ,୨୫।୯(ପିଟି): ପୂର୍ବତନ ଭାରତୀୟ ଆଥ୍‌ଲେଟ୍‌ ଓ ଅଲିମ୍ପିଆନ ପିଟି ଉଷାଙ୍କୁ ସମ୍ମାନଜନକ ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌) ଭେଟେରାନ ପିନ ପୁରସ୍କାର ମିଳିଛି। ଦୋହାଠାରେ ଅନୁଷ୍ଠିତ ୫୨ତମ ଆଇଏଏଏଫ୍‌ କନଫରେନ୍ସ ଅବସରରେ ଉଷାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମୋତେ ଭେଟେରାନ ପିନ ସମ୍ମାନ ଦେବା ପାଇଁ ଆଇଏଏଏଫ୍‌ ଓ ସଭାପତି ସେବେଷ୍ଟିଆନ କୋଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଆଗକୁ ମଧ୍ୟ ଭାରତରେ ଆଥ୍‌ଲେଟିକ୍ସ ଉନ୍ନତି ଦିଗରେ କାର୍ଯ୍ୟ କରିବି ବୋଲି ଉଷା ବୁଧବାର ଟୁଇଟ୍‌ କରିିଛନ୍ତି। ଟୁଇଟ ସହ ପୁରସ୍କାର ଗ୍ରହଣ କରୁଥିବାବେଳର ଫଟୋ ମଧ୍ୟ ଶେୟାର କରିଛନ୍ତି। ଉକ୍ତ ଫଟୋରେ ଉଷାଙ୍କୁ ଆଇଏଏଏଫ୍‌ ସଭାପତି ସେବେଷ୍ଟିଆନ ପୁରସ୍କାର ଦେଉଛନ୍ତି। ୧୯୮୪ ଲସ ଆଲେଞ୍ଜ ଅଲିମ୍ପିକ୍ସର ୪୦୦ ମିଟର ବାଧା ଦୌଡ଼ଇଭେଣ୍ଟରେ ବ୍ରୋଞ୍ଜ ପଦକରୁ ଏକ ସେକେଣ୍ଡଠାରୁ ଆହୁରି କମ୍‌ ସମୟରେ ହାତଛଡ଼ା କରିଥିଲେ। ପାୟୋଲି ଏକ୍ସପ୍ରେସ ଭାବେ ଜଣାଶୁଣା ଉଷାା ୧୯୮୩ରେ ଅର୍ଜୁନ ସମ୍ମାନ ପାଇଥିଲେ। ଦୁଇ ବର୍ଷ ପରେ ୧୯୮୫ରେ ତାଙ୍କୁ ପଦ୍ମ ଶ୍ରୀ ପୁରସ୍କାର ମଧ୍ୟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛେତ୍ରୀ, ମନୀଷା ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାରତ ପୁରୁଷ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମଙ୍ଗଳବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦ୍ୱାରା ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ...

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ ରୁଟ୍‌

ଦୁବାଇ,୧୫।୬: ଆଇସିସି ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡର ଜୋ ରୁଟ ଟେଷ୍ଟରେ ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୭୬ର...

ଏହି ବଲିଉଡ୍‌ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ମିଥାଲି ରାଜ୍‌

ଭାରତୀୟ ମହିଳା କ୍ରିକେଟର୍‌ ମିଥାଲି ରାଜ ଏବେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଅଛନ୍ତି। ସେ ୨୨ ବର୍ଷ...

ପୁଣି ରବି ଶାସ୍ତ୍ରୀ

ମୁମ୍ବାଇ,୧୬।୮: ରବି ଶାସ୍ତ୍ରୀ ପୁଣି ଥରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ୧୯୮୩ ବିଶ୍ୱକପ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବଙ୍କ ନେତୃତ୍ୱରେ...

ଭାରତୀୟ କ୍ୟାମ୍ପରେ କରୋନାର ଏଣ୍ଟ୍ରି

ନୂଆଦିଲ୍ଲୀ, ୮ା୧୨: ଏସିଆନ ଚାମ୍ପିୟନଶିପ୍‌ରେ ଭାଗ ନେବାକୁ ଦକ୍ଷିଣ କୋରିଆରେ ଥିବା ଭାରତୀୟ ମହିଳା ହକି ଦଳର ଜଣେ ସଦସ୍ୟାଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌...

ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଶୁକ୍ରବାର ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବଳାତ୍କାର ଅଭିଯୋଗ ପରେ ବକ୍ସିଂ କୋଚ୍‌ ଗିରଫ

ନୂଆଦିଲ୍ଲୀ,୧୮।୩- ମହିଳା ଟ୍ରେନିଙ୍କୁ ବଳାତ୍କାର ଅଭିଯୋଗ ଆସିବା ପରେ ହରିୟାଣା ବକ୍ସିଂ କୋଚ୍‌ଙ୍କୁ ଗିରଫ କରାଯାଇଛି। ଫେବୃୟାରୀରେ ଓ୍ବେଷ୍ଟ ବେଙ୍ଗଲ କ୍ଲାସିକ ବକ୍ସିଂ ଚାମ୍ପିୟନଶିପ୍‌ ପାଇଁ...

ଦଳରୁ ବାଦ୍‌ ପଡ଼ିବାର କାରଣ ମୋତେ ଜଣା ନାହିଁ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ କିମ୍ବଦନ୍ତୀ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ଜାତୀୟ ଦଳରୁ ବାଦ୍‌ ଦିଆଯିବା ନେଇ ଟିମ୍‌ ମ୍ୟାନେଜମେଣ୍ଟ କୌଣସି ଉତ୍ତର ଦେଇ ନ ଥିଲା।...

Advertisement
Archives

Model This Week