ପିଚୁ ଉଠାଇ ପୂର୍ତ୍ତ ବିଭାଗ ଚୁପ୍‌, ମହାନଦୀ ସେତୁ ମରଣଯନ୍ତା

ସୋନପୁର, ୫।୭(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ମୁଖ୍ୟାଳୟ ସହିତ ସମ୍ବଲପୁର ଜିଲା ଓ ବୀରମହାରାଜପୁର ଉପଖଣ୍ଡକୁ ସଂଯୋଗ କରୁଛି ବିଜୁ ପଟ୍ଟନାୟକ ସେତୁ। ମହାନଦୀ ଉପରେ ନିର୍ମିତ ୧୬୫୪.୫୪ ମିଟର ଲମ୍ବ ବିଶିଷ୍ଟ ଏହି ସେତୁ ୨୦୦୩ ମସିହାରେ ଉଦ୍‌ଘାଟିତ ହୋଇଥିଲା। ଗମନାଗମନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥିବା ଏହି ସେତୁ ଏବେ ପୂର୍ତ୍ତ ବିଭାଗର ପରିଣାମଦର୍ଶିତା ପାଇଁ ହିଁ ମରଣଯନ୍ତା ପାଲଟିଛି। ଦୈନିକ ଦୁର୍ଘଟଣା ଘଟୁଛି। ଲୋକେ ଯାତାୟାତ କରିବାକୁ ବହୁ ଅସୁବିଧା ଭୋଗୁଛନ୍ତି। ମାତ୍ର କର୍ତ୍ତୃପକ୍ଷଙ୍କର ଏଥିପ୍ରତି ଦୃଷ୍ଟି ନାହିଁ। ଲୋକପ୍ରତିନିଧି ମଧ୍ୟ ଚୁପ୍‌। କଂକ୍ରିଟ୍‌ ସେତୁ ଉପରେ ନୂଆ ପିଚୁ କରିବା ପାଇଁ ପୂର୍ତ୍ତ ବିଭାଗ ୨କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରି ଟେଣ୍ଡର ଆହ୍ବାନ କରିଥିଲା। ଠିକାଦାର ଟେଣ୍ଡର ପାଇବା ପରେ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ସେତୁ ଉପରେ ଥିବା ପୁରୁଣା ପିଚୁ ରାସ୍ତାକୁ ଖୋଳି ପକାଇଲେ। କିନ୍ତୁ ତା ପରଠାରୁ କାମ ବନ୍ଦ ରହିଛି। ୟାଭିତରେ ୪ ମାସ ବିତିଲାଣି। ଅସୁରକ୍ଷିତ ଅବସ୍ଥାରେ ଲୋକେ ପୋଲ ଉପରେ ଯାତାୟାତ କରୁଛନ୍ତି। ସେତୁର ୩୯ଟି ପିଲର ଜଏଣ୍ଟ ସ୍ଥାନରେ ହମ୍ପସ୍‌ ଭଳି ଉଚ୍ଚ ସ୍ଥାନ ଥିବାରୁ ଖାଲଖମା ରାସ୍ତାରେ ବାଇକ୍‌ ଓ ସାଇକେଲ ଆରୋହୀ ଅଧିକ ଅସୁବିଧା ଭୋଗୁଛନ୍ତି। ଅଜଣା ଲୋକଟିଏ ମଧ୍ୟମ ଗତିରେ ଆସିଲେ ମଧ୍ୟ ଦୁର୍ଘଟଣାର ଶିକାର ହେଉଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଅସିତ କୁମାର ବଡପଣ୍ଡା କୁହନ୍ତି ପିଚୁ ଖୋଳା ଯିବା ସମୟରେ ଜଣାପଡିଲା ସେତୁ ନିର୍ମାଣରେ ତ୍ରୁଟି ରହିଛି। ସେତୁ ମଝି ପୁରୁଣା ସ୍ଲାବ୍‌ ବଙ୍କା ଅଛି। ତେଣୁ ପୁରୁଣା ଏଷ୍ଟିମେଟ୍‌ରେ ଠିକାଦାର କାମ କଲେ ସେତୁ ଉପର ରାସ୍ତା ସମତଳ ହେବନି। ବିଭାଗ ପକ୍ଷରୁ ରିଭାଇଜଡ୍‌ ଏଷ୍ଟିମେଟ୍‌ ପ୍ରସ୍ତୁତ କରାଯାଇ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ମଞ୍ଜୁରୀ ମିଳିଲେ କାମ ଆରମ୍ଭ ହେବ। ତେବେ ଟେଣ୍ଡର ହୋଇ କାମ ଆରମ୍ଭ ପରେ ରିଭାଇଜଡ୍‌ ଏଷ୍ଟିମେଟ୍‌ ପ୍ରସ୍ତୁତ କରିବା ଠିକାଦାରଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି ସାଧାରଣରେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ…

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ…

ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଗର୍ଭବତୀ କଲେ ୬୫ ବର୍ଷୀୟ ବୃଦ୍ଧ, ଥାନାରେ ପହଞ୍ଚି ସବୁ ସତ ବଖାଣିଲେ…

ମୋହନା,୨୦।୪( ମନ୍ମଥ ମିଶ୍ର ) : ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ କଲେ ଗର୍ଭବତୀ ୬୫ ବର୍ଷୀୟ ବୃଦ୍ଧ । ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି…

ମୋଦିଙ୍କ ଗସ୍ତ ପୂର୍ବରୁ ଅଘଟଣ: କାର୍ଯ୍ୟକ୍ରମ ବାତିଲ ଘୋଷଣା

ଜୟପୁର,୨୦।୪: ରାଜସ୍ଥାନର ବାଲୋତ୍ରା ଜିଲାର ପାଚପଦରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରିଫାଇନାରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ…

ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ…

ଗଞ୍ଜାମରେ ଏହି ଦିନଠୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଛତ୍ରପୁର ୨୦।୪(ଦିଲ୍ଲୀପ ସାମଲ ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର…

ପଶ୍ଚାତାପ କରୁଛନ୍ତି ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀ: ଦୁଃଖରେ କହିଲେ, ବଡ଼ ଭୁଲ୍‌ କରିଦେଲି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୋଲକାତା,୨୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବା ପାଇଁ ଅଟକିଥିବାର ଫଟୋ ଏବଂ ଭିଡିଓ ଏବେ ଘୂରି ବୁଲୁଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri