Posted inଜାତୀୟ

ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ସୋନିଆଙ୍କ ନାଁରେ ଦାଖଲ ହେଲା ଏଫ୍‌ଆଇଆର୍‌

ବେଙ୍ଗାଲୁରୁ,୨୧।୫: ଦେଶ ଏବେ କରୋନା ମହାମାରୀ ସହ ଲଢୁଥିବା ବେଳେ ଭାରତୀୟ ଜନତା ପାର୍ଟି (ଭାଜପା) ଓ କଂଗ୍ରେସ ମଧ୍ୟରେ ଲାଗିଛି ରାଜନୈତିକ ଟଣାଓଟରା। ଇତିମଧ୍ୟରେ କର୍ନାଟକର ଶିବାମୁଗା ଜିଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନାଁରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ଏଥିରେ ଅଭିଯୋଗ କରାଯାଇଛି କି କଂଗ୍ରେସ ଦଳ ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ସୋସିଆଲ ମିଡିଆରେ ଭୁଲ୍‌ ତଥ୍ୟ ଦେଇଛି। ତେବେ ମେ’୧୧ରେ କଂଗ୍ରେସ ପାର୍ଟି ପକ୍ଷରୁ ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ଭୁଲ୍‌ ତଥ୍ୟ ଦିଆଯିବା ସହ ସରକାରଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଇଛି ବୋଲି କୁହାଯାଇଛି। ପ୍ରବିଣ ନାମକ ଜାଣେ ସ୍ଥାନୀୟ ଓକିଲ ଏହି ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି। ଏଥିରେ ସେ ସୋନିଆ ଗାନ୍ଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପରଠାରୁ ଭାଜପା ସରକାର ଉପରେ କଂଗ୍ରେସ ଟାର୍ଗେଟ କରି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ବିଧେୟକ ରାଜ୍ୟ ସଭାରେ ଉପସ୍ଥାପିତ: ମଞ୍ଜୁରୀ ପାଇଁ ଛୋଟ ଦଳଙ୍କ ଭରସାରେ ଭାଜପା

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ କୃଷି ବିଧେୟକ ଉପସ୍ଥାପିତ ହୋଇଛି। ଏହାକୁ ଉପସ୍ଥାପନ କରି କୃଷି ମନ୍ତ୍ରୀ ନରେନ୍ଦ୍ର...

ଓ୍ବିପ୍ରୋର ନୂଆ ଅଧ୍ୟକ୍ଷ ହେବେ ରିଶଦ୍‌ ପ୍ରେମ୍‌ଜୀ: ଅଜୀମ୍‌ ପ୍ରେମ୍‌ଜୀ ନେବେ ଅବସର

ନୂଆଦିଲ୍ଲୀ,୩୦।୭: ଆଇଟି କମ୍ପାନୀ ଓ୍ବିପ୍ରୋର ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅଜୀମ୍‌ ପ୍ରେମ୍‌ଜୀଙ୍କ ପୁଅ ରିଶଦ୍‌ ପ୍ରେମ୍‌ଜୀ ଦାୟିତ୍ୱ ଗ୍ରହଣ କରିବେ। ମଙ୍ଗଳବାର...

ଗୋଟିଏ ଦିନ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ, ୧୯।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଆଗାମୀ ୨୪...

ଫାଶୀ ପୂର୍ବର ୨୪ ଘଣ୍ଟା…

ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଦୋଷୀମାନଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ ତିହାର ଜେଲ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏବେ...

୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କଲା ବିଆର୍‌ଓ

ଶ୍ରୀନଗର,୧୭।୧: ମାତ୍ର ୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କରି ଭାରତୀୟ ବର୍ଡର ରୋଡ୍‌ ଅର୍ଗାନାଇଜେଶନ (ବିଆର୍‌ଓ) ଏବେ ପ୍ରଶଂସା ସାଉଁଟିବାରେ ଲାଗିଛି।...

ଏମ୍‌ଟିଏନ୍‌ଏଲ୍‌ ବିଲ୍ଡିଂରେ ନିଆଁ

ମୁମ୍ବାଇ,୨୩ା୭(ଆଇଏଏନ୍‌ଏସ୍‌): ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଏମ୍‌ଟିଏନ୍‌ଏଲ୍‌ ବିଲ୍ଡିଂରେ ସୋମବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଉକ୍ତ ବିଲ୍ଡିଂରେ ଫସିଥିବା ୮୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଅପରାହ୍ନ ୩ଟା...

ହାରିବା ଦେଖି ଟୁଇଟ୍‌ କରି ରାଗ ସୁଝାଇଲେ ରଙ୍ଗିଲା ଗର୍ଲ

ମୁମ୍ବାଇ,୨୩।୫: ଲୋକ ସଭା ନିର୍ବାଚନରେ କଂଗ୍ରେସରୁ ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପାଖାପାଖି ୨ ଲକ୍ଷରୁ...

ଏହି ଭାରତୀୟ ଗାଁରେ ସମସ୍ତେ କଥା ହୁଅନ୍ତି ପର୍ତ୍ତୁଗିଜ୍‌ ଭାଷାରେ

ଭାରତ ଏମିତି ଏକ ଦେଶ ଯେଉଁଠି ସବୁଧର୍ମ ଓ ବହୁ ଭାଷାଭାଷୀର ଲୋକେ ବସବାସ କରନ୍ତି। କିନ୍ତୁ ମହାରାଷ୍ଟ୍ର ରାଇଗଡର କୋରଲାଇ ଗାଁ ସବୁଠାରୁ ନିଆରା।...

Play 250+ Trending Games
Archives

Model This Week

Why Dharitri