ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା:ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳା ଭାଜପାର ବିକ୍ଷୋଭ

ଯାଜପୁର ଟାଉନ,୬-୧୧(ଡି.ଏନ୍‌.ଏ.)- ଭାଜପା ମହିଳା ମୋର୍ଚ୍ଚାର ଯାଜପୁର ଜିଲା ଶାଖା ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ଅଫିସ ଆଗରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ମହିଳା ମୋର୍ଚ୍ଚାର ଜିଲା ସଭାପତି ବବିତା ମଲ୍ଲିକଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା କିଆନାଳୀରୁ ବାହାରି ସହର ପରିକ୍ରମା ପୂର୍ବକ ଜିଲାପାଳଙ୍କ ଅଫିସ ନିକଟରେ ପହଞ୍ଚତ୍ଥିଲା। ଜିଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟାକାଣ୍ଡକୁ ପୋଲିସ ଠିକଣା ଭାବରେ ତଦନ୍ତ ନ କରି ଅପରାଧି ମାନଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି କହିଥିଲେ। ଏପରିକି ସ୍ମିତାଙ୍କ ଚରିତ୍ର ସଂହାର କରାଯାଇଛି ବୋଲି ମହିଳା ମୋର୍ଚ୍ଚାର ନେତ୍ରୀମାନେ ଅଭିଯୋଗ ବାଢିଥିଲେ। ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥି ଭବନର ସିସି ଟିଭିକୁ ଏଯାଏ ଜବତ କରା ନ ଯିବା ଘଟଣାକୁ ନେଇ ମଧ୍ୟ ମହିଳା ମୋର୍ଚ୍ଚା ପ୍ରଶ୍ନ ଉଠାଇଛି। ଏହି ଘଟଣାରେ କିଛି ରାଜନେତା, କମ୍ପାନୀ ଲୋକ ଓ ପ୍ରଶାସନିକ ଅଧିକାରୀ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସଂଶ୍ଳିଷ୍ଟ ଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ ଦାବି ମଧ୍ୟ ଦୋହାରାଇଛି। ସେହିପରି କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋଅପରେଟିଭ ବ୍ୟାଙ୍କର ସଭାପତି ତଥା ଶାସକ ଦଳର ପ୍ରମୋଦ ସାହୁ ତାଙ୍କ ଅଫିସରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ଯୌନ ଉପତ୍ୀଡ଼ନ କରିବାର ଦୀର୍ଘଦିନ ପରେ ତାଙ୍କୁ ଗିରଫ କରାଯିବା ଘଟଣାକୁ ଦେଖିଲେ ଶାସକଦଳ ଓ ଶାସନ କଳ ଏହି ବ୍ୟକ୍ତିଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଥିଲେ ବୋଲି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ା ଉକ୍ତ ଘଟଣାରେ ଆଉ କେତେକ ମଧ୍ୟ ସମ୍ପୃକ୍ତ ଥିବାବେଳେ ସେମାନଙ୍କୁ ଗିରଫ କରାଯାଉନାହିଁ। ଏ ଦିଗରେ ରାଜ୍ୟପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିକ୍ଷୋଭ ସ୍ଥଳରେ ଜିଲା ସଭାନେତ୍ରୀ ମଲ୍ଲିକ ଦାବି କରିଥିଲେ। ଭାଜପା ମହିଳା ମୋର୍ଚ୍ଚାଙ୍କ ଅଧ୍ୟକ୍ଷତା କ୍ରମେ ଆହୁତ ପ୍ରତିବାଦ ସଭାରେ ମହିଳା ନେତ୍ରୀ ଦିପ୍ତିରେଖା ମିଶ୍ର, ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ନାଥଶର୍ମା, ଜିଲାପରିଷଦ ସଭ୍ୟା ରଞ୍ଜିତା ସାମଲ, ମୋନାଲିସା ଦାସ, ସୁଜାତା ନାୟକ, ଦେବଜାନୀ ପ୍ରଧାନ, ଇତିଶ୍ରୀ ଜେନା, ମନ୍ଦାକିନୀ ସେଠୀ, ଶର୍ମିଳା ଦେଓ, ଭବାନୀ ସାମଲ, ଜୟନ୍ତୀ ଜେନା, ଦିପ୍ତିମୟୀ କୁଅଁର, ଚୁମ୍‌କି ଜେନା, ଝୁନାରାଣୀ ପଣ୍ଡା, ସୁନିତା ନାୟକ, ଜୟନ୍ତୀ ସାହୁ, ଜୟଶ୍ରୀ ଜେନା, ସୋନାଲୀ ମଲ୍ଲିକ, ମମତାମୟୀ ମହାପାତ୍ର, ରୁନୁ ରଣା, ସ୍ନେହାଶ୍ରୀ ଚକ୍ରବର୍ତ୍ତୀ, ମମତା ଘଡ଼େଇ ପ୍ରମୁଖ ଦାବି କରିଛନ୍ତି ା ଜିଲା ସଭାନେତ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭାରାପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଦଳର ଏମ୍‌ପି ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକ, ବରିଷ୍ଠ ନେତା ଭାସ୍କର ଚନ୍ଦ୍ର ଜେନା, ଜିତେନ୍ଦ୍ର ବେହେରା, ସୁଦିପ୍ତ ପଣ୍ଡା, ରମାକାନ୍ତ ମିଶ୍ର, ସତ୍ୟଜିତ ସ୍ବାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ବିକ୍ଷୋଭ ସ୍ଥଳରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଟଣୀରେ ଗୋରୁଚାଲାଣ ର଼୍ୟାକେଟ୍‌ ସକ୍ରିୟ : ଗୋରୁ ବୋଝେଇ ଗାଡ଼ି ଜବତ,୬ ଗିରଫ

ଜଟଣୀ,୯।୮(ଡ଼ି.ଏନ.ଏ.) : ଗୋରୁଚାଲାଣ ବେଳେ ଜଟଣୀ ପୋଲିସ ୩ଟି ଗାଡ଼ି ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛନ୍ତି। ଗାଡ଼ିରେ ଭର୍ତ୍ତି ହୋଇଥିବା ୩୮ଟି...

ସଙ୍ଗରୋଧ କେନ୍ଦ୍ର ନେବାକୁ ପୋଲିସ ନାକେଦମ୍‌: କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ

ବୁଗୁଡ଼ା,୧୪ା୬(ଡି.ଏନ.ଏ.)- ନିକଟସ୍ଥ ବେତାରସିଂ ଗ୍ରାମର ଜଣେ ସୁରଟ ଫେରନ୍ତା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ତାଙ୍କ ସଂସ୍ପର୍ଶରେ ବୁଗୁଡ଼ା...

ଭତ୍ତା ଟଙ୍କା ନେଇ ଯାଉଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁଟ୍‌ର ଶିକାର

କଣ୍ଟାମାଳ,୧୬।୮(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡା- ଲମ୍ବସରି ରାସ୍ତାର ଯୋଗୀନ୍ଦ୍ରପୁର ନିକଟରେ ଶୁକ୍ରବାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିପୁଳ ଦାସଙ୍କଠାରୁ ଲୁଟ୍‌ ହୋଇଛି। ସୂଚନାଯୋଗ୍ୟ,...

ଗ୍ରାମବାସୀଙ୍କ ଧାରଣା ପରେ ଅବରୋଧ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ପ୍ରକୃତ ସ୍ଥାନରୁ ଉଚ୍ଛେଦ ହଟାଯାଇ ନ ଥିବାରୁ ଅସନ୍ତୋଷ

ବାହାନଗା, ୧୪ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚକଜଗନ୍ନାଥପୁର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ ଅଧାରେ କାମ ଅଟକିଛି ା କେତେକ...

ବିରଳ ବଜ୍ରକାପ୍ତା ଜବତ

ପାରଳାଖେମୁଣ୍ଡି,୨୭।୧୧(ଡି.ଏନ୍‌.ଏ) : ଗଜପତି ଜିଲା ଆଦବା ଥାନା ଗୁରୁଜୁଳି ପଞ୍ଚାୟତର ଚିଢାଙ୍ଗପଙ୍ଖା ଗ୍ରାମରୁ ଏକ ବିରଳ ବଜ୍ରକାପ୍ତା ଜବତ କରାଯାଇଛି। ମୋହନା ବନବିଭାଗ ଏବଂ ଅଡବା...

ଜି.ଉଦୟଗିରିରେ ଶ୍ୟାମାକାଳୀ ପୂଜା

ଜି.ଉଦୟଗିରି, ୨୭।୧୦(ଡି.ଏନ୍‌.ଏ.)- ଜି. ଉଦୟଗିରି ବନ୍ଧ ଛକ କାଳୀ ପୂଜା ମଣ୍ଡପରେ ରବିବାର ମା’ କାଳୀଙ୍କ ପୂଜା ଆରମ୍ଭ ହୋଇଛି। ପୂଜା କମିଟି ସଭାପତି ଅଜିତ...

ଗଞ୍ଜାମରେ ୭ ଘଣ୍ଟା ୧୪୪ ଧାରା

ଛତ୍ରପୁର,୩୧ା୧୨(ଡି.ଏନ.ଏ.)-ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲେ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଏଥିରେ କଟକଣା ଲଗାଇଛନ୍ତି।...

ଗୋଚର, ଶ୍ମଶାନ ଓ ଜଙ୍ଗଲ ଜମିରେ ଖର୍ଚ୍ଚ ହେଉଛି ‘ୟାସ୍‌’ ଅର୍ଥ

ଖଇରା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତରେ ୟାସ୍‌ ବାତ୍ୟାରେ ଆସିଥିବା ଅର୍ଥ ବେନିୟମ ଭାବେ ଖର୍ଚ୍ଚ ହେଉଥିବା ନେଇ ବିଭିନ୍ନ ଗ୍ରାମର ବାସିନ୍ଦା...

Advertisement
Archives

Model This Week