ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥିଭବନ ଭଙ୍ଗାଯିବ

ରସୁଲପୁର, ୨୪।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କର ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥିଭବନରେ ରହସ୍ୟଜନକ ମୃତ୍ୟୁ ଘଟିଥିଲା। ଉକ୍ତ ଅତିଥିଭବନ ଏକ ବିବାଦୀୟ ଜମିରେ ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଅଭିଯୋଗ ମୁତାବକ ତହସିଲଦାରଙ୍କୁ ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଅତିଥିଭବନର ଜମିଜମା ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତହସିଲଦାର ପ୍ରଦାନ କରିଥିବା ରିପୋର୍ଟ ମୁତାବକ ଅତିଥିଭବନ ଏକ ସରକାରୀ ଜମିରେ ରହିଛି। ଏହି ତଥ୍ୟ ପ୍ରଘଟ ହେବା ପରେ ଉକ୍ତ ଭବନକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଅତିଥିଭବନ ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ। ଏବେ ତଦନ୍ତ ଚାଲିଛି। ପରେ ବିବାଦୀୟ ଜମିରୁ ରୂପେଶଙ୍କ ଅତିଥିଭବନ ଉଠିବ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଗତ ୧୬ତାରିଖ ବୁଧବାର ଅପରାହ୍ନରେ ପିଇଓ ସ୍ମିତାରାଣୀ ପଞ୍ଚାୟତର ଚାରିବାଟିଆ ଓ ସୁଭଦ୍ରାପୁର ଗ୍ରାମରେ ଭତ୍ତା ବଣ୍ଟନ କରି ଫେରିବା ପରେ ମଧ୍ୟାହ୍ନ ଭୋଜନ କରିବାକୁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୫୦୦ମିଟର ଦୂରରେ ଥିବା ରୂପେଶଙ୍କ ଗେଷ୍ଟ ହାଉସକୁ ଯାଇଥିଲେ। ଏହାର କିଛି ସମୟ ପରେ ଗେଷ୍ଟ ହାଉସର ଉପର ମହଲାରେ ସ୍ମିତାରାଣୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା(୧୬/୨୦୧୯) ରୁଜୁ କରିଥିଲା। ପରେ ଆଉ ଏକ ମାମଲା (ନଂ.୪୮୧/୨୦୧୯) ରୁଜୁ କରି ରୂପେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ କଂଗ୍ରେସ ସାଂଗଠନିକ ନେତୃତ୍ୱ: ଯୁବ ସଭାପତି ଚୟନକୁ ନେଇ ବଢୁଛି ଅଡୁଆ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ପୁଣିଥରେ କଂଗ୍ରେସର ସାଙ୍ଗଠନିକ ନେତୃତ୍ୱକୁ ନେଇ ବିବାଦ ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ...

ଆସନ୍ତା ଜୁଲାଇରେ କ୍ଷତିପୂରଣ ମିଳିବା ସମ୍ଭାବନା

ରସୁଲପୁର,୪ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳରେ ଗତ ଅଗଷ୍ଟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଧାନଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମିଳିବ ସହାୟତା। ଏନେଇ ବ୍ଲକ ଅଞ୍ଚଳରେ...

ଦ୍ୱିତୀୟ ବିବାହ ଅଭିଯୋଗ: ବରଙ୍କୁ ଉଠାଇନେଲା ପୋଲିସ

ଭଞ୍ଜନଗର,୧୨।୧୨(ଡି.ଏନ.ଏ.)-ଭଞ୍ଜନଗର ପୋଲିସ ବୁଧବାର ଅପରାହ୍ନରେ ସୋରାଦେବୀ ମନ୍ଦିରରେ ଚାଲିଥିବା ଏକ ବିବାହ ବେଦୀରୁ ବରଙ୍କୁ ଉଠାଇ ଆଣିଛି। ସମ୍ପୃକ୍ତ ଯୁବକ ଜଣକ ଦ୍ୱିତୀୟ ବିବାହ କରୁଥିବା...

୧୧ହଜାର ବସ୍ତା ସିମେଣ୍ଟ ଜବତ

କଟକ ଅଫିସ,୨୩ା୧୨: କଟକ ଜଗତ୍‌ପୁର ଅଞ୍ଚଳରେ ଥିବା ଏକ ସିମେଣ୍ଟ ଗୋଦାମ ଉପରେ ମଙ୍ଗଳବାର ପୋଲିସ ଚଢାଉ କରିଥିଲା। ସେଠାରୁ ପ୍ରାୟ ୧୦ ହଜାର ବସ୍ତା...

ଜଳଜୀବନ ମିଶନ୍‌ରେ ଓଡ଼ିଶାକୁ ୮୩୧ କୋଟି

ଭୁବନେଶ୍ୱର, ୧।୧(ବ୍ୟୁରୋ): ଓଡ଼ିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ୮୩୦ କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଆଗାମୀ ୨୦୨୪ ସୁଦ୍ଧା...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ଅମଙ୍ଗ ହେଉଛନ୍ତି କରୋନା ସନ୍ଦିଗ୍ଧ

ରତ୍ନଗିରି,୪ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକରେ କଳାମାଟିଆ, ଉଦୟନାଥପୁର ଓ ବାଇଁଶିରିଆ ପଞ୍ଚାୟତରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ପଜିଟିଭ୍‌...

ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

କେସିଙ୍ଗା,୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ କୁଣ୍ଡାବନ୍ଦ ପଞ୍ଚାୟତ ହରିଜନପଡ଼ାରେ ରବିବାର ଜଣେ ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା...

ବିବାଦ ଯୋଗୁ ଲାଗିପାରୁନି ନୂତନ ସିସି କ୍ୟାମେରା

ରାୟଗଡ଼ା,୧୫।୨(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ଚୋରି, ଲୁଟ ଏବଂ ଡକାୟତି ବଢୁଛି। ଏହାକୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କୁ ସୁରକ୍ଷା ଯୋଗାଇବା ଏବେ ପୋଲିସ...

Advertisement
Archives

Model This Week