ପିଆଇସିଟି ଆଗରେ ଶ୍ରମିକଙ୍କ ଆନ୍ଦୋଳନ

ପାରାଦୀପ,୧୦ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ଲିଜ୍‌ ନେଇଥିବା କମ୍ପାନୀ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ଆଗରେ ମଙ୍ଗଳବାର ୩୦୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପିଆଇସିଟିରେ କାମ କରୁଥିବା କେଣ୍ଟକୋ ନାମକ ଠିକା ସଂସ୍ଥା ଅଧୀନରେ ସମ୍ପୃକ୍ତ ଶ୍ରମିକମାନେ କାମ କରନ୍ତି। ସେମାନଙ୍କୁ ୩ମାସ ହେଲା ଦରମା ମିଳି ନ ଥିବାରୁ ଏଭଳି ବିରୋଧ ପ୍ରଦର୍ଶନ କରିଥିବା କହିଛନ୍ତି। ଏପରି କି କେତେକ ଶ୍ରମିକଙ୍କୁ ମାସରେ ମାତ୍ର ୭ ରୁ ୧୦ ଦିନ କାମ ମିଳୁଛି। ଶ୍ରମିକଙ୍କ ସୁରକ୍ଷା ନିରାପତ୍ତା ଉପକରଣ ମିଳୁନାହିଁ। ଏହାର ପ୍ରତିବାଦ କରୁଥିବା ଶ୍ରମିକଙ୍କୁ କାମରୁ ବାହାର କରି ପୁଣି ଜଣଙ୍କୁ ନିଯୁକ୍ତ କରାଯାଉଛି ବୋଲି ଶ୍ରମିକ ନିରାକାର ବେହେରା କହିଛନ୍ତି। ଯେଉଁ ଠିକା ସଂସ୍ଥାର ଏହି କାମ ଚାଲିଛି, ସେଠାରେ ବାସ୍ତବରେ ଅତି ବେଶିରେ ୨୦୦ ଶ୍ରମିକ ରହିବା କଥା। କିନ୍ତୁ ୩୬୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଯେଉଁମାନଙ୍କୁ ସେଠାରେ ଚାକିରି ମିଳିବ ବୋଲି କୁହାଯାଉଛି, ସେମାନଙ୍କଠାରୁ କେତେକ ଦଲାଲ ୨୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନେଇଯାଉଛନ୍ତି। ସପ୍ତାହେ କାମ କଲେ ୧୦ଦିନ ବସିବାକୁ ପଡୁଛି ବୋଲି କହିଛନ୍ତି ଶ୍ରମିକ ବିକାଶ ସ୍ବାଇଁ। ମଙ୍ଗଳବାର ସାମୟିକ ଭାବେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଆଗାମୀ ଦିନରେ ଏହା ଉପରେ ସବୁ ଘଟଣାର ପର୍ଦ୍ଦାଫାଶ କରିବା ସହ ଧାରଣା ଦେବେ ବୋଲି ଶ୍ରମିକମାନେ କହିଛନ୍ତି। ଏ ସମ୍ପର୍କରେ ପିଆଇସିଟିର ମାନବ ସମ୍ବଳ ଅଧିକାରୀ କୁଳମଣି ପଣ୍ଡାଙ୍କୁ ପଚାରିବାରେ ସେ କହିଲେ ଯେ ବ୍ୟାଗିଂ ପ୍ଲାଣ୍ଟରେ ଅଳ୍ପ କେତେଜଣ ଲୋକ ଏପରି ମିଥ୍ୟା ଆରୋପ ଲଗାଇ ଏସବୁ କରିଛନ୍ତି। ସେମିତି କିଛି ଧାରଣା ବା ଆନ୍ଦୋଳନ ହୋଇନାହିଁ। ସମ୍ପୃକ୍ତ ଠିକାସଂସ୍ଥାର ସୁପରଭାଇଙ୍କୁ ଡାକି ଏ ବିଷୟରେ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦର ଘରୋଇକରଣକୁ ବିରୋଧ

ପାରାଦୀପ,୨୫।୯ (ସ୍ବ.ପ୍ର.):ଦେଶର ବୃହତ ବନ୍ଦରଗୁଡ଼ିକର ଘରୋଇକରଣକୁ ଶୁକ୍ରବାର ବିରୋଧ କରାଯାଇଛି। ଏନେଇ ପାରାଦୀପରେ ୧୧ଟି ଶ୍ରମିକସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ପାରାଦୀପ ବନ୍ଦର ପ୍ରଶାସନିକ ଭବନ...

ତୈଳ ନିଗମ ପାଇପ ଲାଇନ କାମ ଆରମ୍ଭ

କୁଜଙ୍ଗ,୧୩ା୧ (ଡି.ଏନ.ଏ.):  ବିରୋଧ ଯୋଗୁ ଦୀର୍ଘ ୮ମାସ ହେଲା ଅଧାରେ ଅଟକି ଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟ ବୁଧବାର ପୁଣି ଆରମ୍ଭ ହୋଇଛି। ଭାରତୀୟ...

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦୀ ବନ୍ଦର ଭିତ୍ତିଭୂମି ଯୋଜନାର ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛି। ଏହି ଯୋଜନାରେ ପାରାଦୀପ ବନ୍ଦର...

ଜିଲାରେ ୨୭୦ ଏମ୍‌ଏମ୍‌ ବର୍ଷା ରେକର୍ଡ

ଜଗତ୍‌ସିଂହପୁର ଅଫିସ, ୫ା୧୨: ବାତ୍ୟା ‘ଜୱାଦ’କୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହା ଦୁର୍ବଳ ହେବା ଖବର ମିଳିବା ପରେ ଲୋକଙ୍କୁ...

ଢିଙ୍କିଆ ଗାଁ ମୁଣ୍ଡରୁ ଫେରିଲେ ମେଧା ପାଟେକର

କୁଜଙ୍ଗ,୭ା୬ (ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳର ଢିଙ୍କିଆ ଗ୍ରାମକୁ ସୋମବାର ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର...

ରାସ୍ତାରୁ ହଟୁନି ବିଦ୍ୟୁତ୍‌ ଖୁଣ୍ଟ, ଚାଲିଛି ନିର୍ମାଣ କାର୍ଯ୍ୟ

ନାଉଗଁା,୨୦ା୧(ସ୍ବ.ପ୍ର.):ନାଉଗଁା ବ୍ଲକ ଅନ୍ତର୍ଗତ ତେଲସରା-କୋକିଡିହ ପୂର୍ତ୍ତ ବିଭାଗ ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଉକ୍ତ ୧୧ କିମି ରାସ୍ତାର ନିର୍ମାଣ ଓ ସମ୍ପ୍ରସାରଣ...

ମଧ୍ୟାହ୍ନଭୋଜନ ଖାଉନାହାନ୍ତି ଛାତ୍ରୀଛାତ୍ର

ରଘୁନାଥପୁର,୨୯ା୩(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାର ଉନ୍ନତି ପାଇଁ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଏଠାରେ ମାଗଣାରେ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ପାଠପଢା...

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ତଳ ଆଡୁ ଜିଲା ପ୍ରଥମ

ପାରାଦୀପ,୧୬ା୩ (ସ୍ବ.ପ୍ର.):ପୂର୍ବ ଭାରତର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଏବେ କ୍ଷୁଦ୍ର, ମଧ୍ୟମ, ଆନୁଷଙ୍ଗିକ ଶିଳ୍ପ ସ୍ଥାପନ ଗତି ମନ୍ଥର ଥିବା ପାରିପାଶର୍‌ବିକ ଅବସ୍ଥାରୁ ଜଣାପଡିଛି। କାରଣ...

Advertisement
Archives

Model This Week