ପାଲିଙ୍କିରେ ଆସି ରଥାରୂଢ଼ ହୁଅନ୍ତି ଶ୍ରୀଗୁରୁଦେବ

କାକଟପୁର, ୨।୭(ଡି.ଏନ୍‌.ଏ.): ରଥଯାତ୍ରାକୁ ଆଉ ରହିଲା ୨ଦିନ। ମଙ୍ଗଳବାର ନେତ୍ରୋତ୍ସବ ଥିବାବେଳେ ବୁଧବାର ନବଯୌବନ ଦର୍ଶନ। ଗୁରୁବାର ଶ୍ରୀଜୀଉମାନେ ରଥାରୁଢ଼ ହୋଇ ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ପ୍ରାୟ ସବୁଠି ଠାକୁରମାନେ ରଥକୁ ପହଣ୍ଡି ହୋଇ ଆସୁଥିବାବେଳେ ପ୍ରାଚୀ ଉପତ୍ୟକାର ତୁଳସୀପୁର ଗ୍ରାମରେ ଅନୁଷ୍ଠିତ ରଥଯାତ୍ରାରେ ଠାକୁରମାନେ ପାଲିଙ୍କିରେ ଆସିଥାନ୍ତି। ଏଠାରେ ଅନୁଷ୍ଠିତ ରଥଯାତ୍ରାରେ ରଥାରୁଢ଼ ହୁଅନ୍ତି ବନ୍ଧେଶ୍ୱର ଗ୍ରାମରେ ପୂଜା ପାଉଥିବା ଶ୍ରୀଗୁରୁଦେବ। ପ୍ରାଚୀ ନଦୀକୂଳରେ ବନ୍ଧେଶ୍ୱର ଗ୍ରାମରେ ରହିଛି ଶ୍ରୀଗୁରୁଦେବଙ୍କ ମନ୍ଦିର। ଏଠାରେ ବର୍ଷଯାକ ଠାକୁର ପୂଜାପାଉଥିବାବେଳେ ରଥଯାତ୍ରା ଦିନ ୪କିମି ଦୂର ତୁଳସୀପୁରକୁ ପାଲିଙ୍କିରେ ଯାଇ ରଥାରୁଢ଼ ହୋଇଥାନ୍ତି।
ଶ୍ରୀଗୁଣ୍ଡିଚା ତିଥିରେ ତୁଳସୀପୁର ଗ୍ରାମବାସୀମାନେ ପହଞ୍ଚତ୍ଥାନ୍ତି ବନ୍ଧେଶ୍ୱର ଗ୍ରାମରେ। ପୂଜକ କୈଳାସ ପାଣି ଠାକୁରଙ୍କୁ ସ୍ନାନ, ମାର୍ଜଣା ନୀତି କରିବାପରେ ଅନ୍ନପ୍ରସାଦ ଭୋଗ ଲାଗି କରିଥାନ୍ତି। ପରେ ତୁଳସୀପୁର ଗ୍ରାମବାସୀ ପ୍ରସାଦ ସେବନକରି ଠାକୁରଙ୍କୁ ନବବସ୍ତ୍ର, ପୁଷ୍ପମାଲ୍ୟ ପିନ୍ଧାଇ ଏକ ସୁସଜ୍ଜିତ ପାଲିଙ୍କିରେ ବସାଇ ଶୋଭାଯାତ୍ରାରେ ନିଜ ଗ୍ରାମକୁ ଆଣି ରଥାରୁଢ଼ କରିଥାନ୍ତି। ପରେ ରଥଟଣା ଆରମ୍ଭ ହୋଇଥାଏ। ଠାକୁର ଘରଘର ଭୋଗ ଖାଇ ସନ୍ଧ୍ୟାରେ ଗୁଣ୍ଡିଚାମନ୍ଦିରରେ ପହଞ୍ଚତ୍ଥାନ୍ତି। ସେଠାରେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଗ୍ରାମବାସୀ ପାଳିକରି ପ୍ରତ୍ୟେକ ଦିନ କ୍ଷିରି ଭୋଗ ଲାଗିକରିଥାନ୍ତି। ଶ୍ରୀଗୁଣ୍ଡିଚାଠାରୁ ବାହୁଡ଼ା ପର୍ଯ୍ୟନ୍ତ ଗ୍ରାମବାସୀ ଆମିଷ ରୋଷେଇ କରି ନ ଥାନ୍ତି। ବାହୁଡ଼ା ପରେ ରଥ ଉପରେ ଯଥାବିଧି ଠାକୁରଙ୍କ ସୁନାବେଶ, ଅଧରପଣା ନୀତି ଅନୁଷ୍ଠିତ ହେବାପରେ ନିଳାଦ୍ରୀବିଜେ ଦିନ ଗ୍ରାମବାସୀ ଠାକୁରଙ୍କୁ ପୁଣି ପାଲିଙ୍କିରେ ବସାଇ ଶୋଭାଯାତ୍ରାରେ ବନ୍ଧେଶ୍ୱର ଗ୍ରାମକୁ ନେଇ ସ୍ବ ମନ୍ଦିରକୁ ପ୍ରବେଶ କରାଇଥାନ୍ତି। ଠାକୁରଙ୍କ ପାଖରେ ଅନ୍ନ ପ୍ରସାଦ ଲାଗିହେବାପରେ ଗ୍ରାମବାସୀ ଫେରିଥାନ୍ତି। ଏ ସମ୍ପର୍କରେ ଗ୍ରାମବାସୀ କୈଳାସ ତ୍ରିପାଠୀ କୁହନ୍ତି, ଗଁା ଗଁା ଭିତରେ ରହିଥିବା ଭାତୃଭାବକୁ ଉଜ୍ଜିବୀତ ରଖିବାପାଇଁ ଏହି ଯାତ୍ରା ଚାଲି ଆସୁଛି। କ୍ଷମାନିଧି ତ୍ରିପାଠୀ କୁହନ୍ତି, ଶ୍ରୀଗୁରୁଦେବ ଠାକୁରଙ୍କ ସ୍ବପ୍ନାଦେଶ ପାଇ ଗ୍ରାମର ତତ୍କାଳୀନ ଜମିଦାର ଏହି ରଥଯାତ୍ରା ପ୍ରାରମ୍ଭ କରିଥିଲେ। ସେବେଠୁ ଆଜି ପର୍ଯ୍ୟନ୍ତ ଏହା ଚାଲିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଞ୍ଜ ଅଫିସରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା

ରାଜନଗର,୨୦ା୬(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ମାନସ ଦାସଙ୍କ କଟକ ଡିଭିଜନକୁ ବଦଳି ହୋଇଛି। ଆସନ୍ତା ୧ ତାରିଖରେ ସେ ନୂତନ…

ପଶ୍ଚିମବଙ୍ଗ ଦିବସରେ ବଡ଼ କଥା କହିଦେଲେ ମୋଦି, ଗୌରବ ଫେରି ଆସୁଛି…

ନୂଆଦିଲ୍ଲୀ,୨୦।୬: ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳାର ବାୟୁମଣ୍ଡଳରେ ଏବେ ଏକ ନୂତନ ସତେଜତା…

ହଠାତ୍ ହେଲା ବଜ୍ରପାତ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଛେଳି

ଭଞ୍ଜନଗର,୨୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାତାରସିଂ ଥାନା ଅନ୍ତର୍ଗତ କୁଟୁଣୀକୁମ୍ପା ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ବଜ୍ରପାତ ମାରିବାରୁ ୧୭ଟି ଛେଳି ମୃତ୍ୟୁବରଣ କରିଛି। କ୍ଷତିଗ୍ରସ୍ତ ଚାଷୀମାନେ ଗରିବ…

ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣୁଥିଲେ ସାବଧାନ ! କେବଳ ଲୁକ୍‌ ନୁହେଁ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ ଜରୁରୀ ଡକ୍ୟୁମେଣ୍ଟ

ନୂଆ କାର୍‌ ତୁଳନାରେ କମ ଦାମ୍‌ରେ ଗାଡ଼ି ବା ସେକେଣ୍ଡ ହ୍ୟାଣ୍ଡ କାର୍‌ (Used Car) କିଣିବାକୁ ପସନ୍ଦ କରୁଛନ୍ତି। ତେବେ ବ୍ୟବହୃତ କାର୍‌ କିଣିବା ସମୟରେ…

ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର,୨୦।୬: ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଗୋଳନ୍ଥରା ଥାନା ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା…

ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେଲେ ଭୁଲରେ ବି କରନ୍ତୁ ନାହିଁ ଏହି ୫ କାମ, ସାମାନ୍ୟ ଅସାବଧାନତା ଯୋଗୁ…

ଆଜିର ସମୟରେ ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder) ପ୍ରାୟ ସମସ୍ତଙ୍କ ରୋଷେଇ ଘରର ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି। କିନ୍ତୁ ଏହାର ବ୍ୟବହାରରେ ସାମାନ୍ୟ…

ଆନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥର ଯୋଗ କରିବେ ମୋଦି, ଭାଗନେବେ ୩୫ ହଜାର ଲୋକ

କୋଲକାତା,୨୦।୬: କୋଲକାତାର ଐତିହାସିକ ରେଡ ରୋଡ – ଯେଉଁଠାରେ ‘ଦିଦି’ଙ୍କ ରାଜନୈତିକ କସରତ ଏବଂ ବାମପନ୍ଥୀ ବିରୋଧର ସାକ୍ଷୀ ରହିଛି, ଆସନ୍ତାକାଲି ସକାଳେ ‘କେଶର ଯୋଗ’ ରଙ୍ଗରେ…

ମୋଦିଙ୍କୁ ପ୍ରଶଂସା କଲେ ଶଶି ଥରୁର, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ଏମପି ଶଶି ଥରୁର, ଯିଏ ତାଙ୍କ ବେକାବୁ ଏବଂ ସ୍ପଷ୍ଟ ବୟାନ ପାଇଁ ଜଣାଶୁଣା, ପୁଣି ଥରେ ଏପରି କିଛି କରିଛନ୍ତି ଯାହା ଭାଜପାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri