ପାଲିଙ୍କିରେ ଆସି ରଥାରୂଢ଼ ହୁଅନ୍ତି ଶ୍ରୀଗୁରୁଦେବ

କାକଟପୁର, ୨।୭(ଡି.ଏନ୍‌.ଏ.): ରଥଯାତ୍ରାକୁ ଆଉ ରହିଲା ୨ଦିନ। ମଙ୍ଗଳବାର ନେତ୍ରୋତ୍ସବ ଥିବାବେଳେ ବୁଧବାର ନବଯୌବନ ଦର୍ଶନ। ଗୁରୁବାର ଶ୍ରୀଜୀଉମାନେ ରଥାରୁଢ଼ ହୋଇ ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ପ୍ରାୟ ସବୁଠି ଠାକୁରମାନେ ରଥକୁ ପହଣ୍ଡି ହୋଇ ଆସୁଥିବାବେଳେ ପ୍ରାଚୀ ଉପତ୍ୟକାର ତୁଳସୀପୁର ଗ୍ରାମରେ ଅନୁଷ୍ଠିତ ରଥଯାତ୍ରାରେ ଠାକୁରମାନେ ପାଲିଙ୍କିରେ ଆସିଥାନ୍ତି। ଏଠାରେ ଅନୁଷ୍ଠିତ ରଥଯାତ୍ରାରେ ରଥାରୁଢ଼ ହୁଅନ୍ତି ବନ୍ଧେଶ୍ୱର ଗ୍ରାମରେ ପୂଜା ପାଉଥିବା ଶ୍ରୀଗୁରୁଦେବ। ପ୍ରାଚୀ ନଦୀକୂଳରେ ବନ୍ଧେଶ୍ୱର ଗ୍ରାମରେ ରହିଛି ଶ୍ରୀଗୁରୁଦେବଙ୍କ ମନ୍ଦିର। ଏଠାରେ ବର୍ଷଯାକ ଠାକୁର ପୂଜାପାଉଥିବାବେଳେ ରଥଯାତ୍ରା ଦିନ ୪କିମି ଦୂର ତୁଳସୀପୁରକୁ ପାଲିଙ୍କିରେ ଯାଇ ରଥାରୁଢ଼ ହୋଇଥାନ୍ତି।
ଶ୍ରୀଗୁଣ୍ଡିଚା ତିଥିରେ ତୁଳସୀପୁର ଗ୍ରାମବାସୀମାନେ ପହଞ୍ଚତ୍ଥାନ୍ତି ବନ୍ଧେଶ୍ୱର ଗ୍ରାମରେ। ପୂଜକ କୈଳାସ ପାଣି ଠାକୁରଙ୍କୁ ସ୍ନାନ, ମାର୍ଜଣା ନୀତି କରିବାପରେ ଅନ୍ନପ୍ରସାଦ ଭୋଗ ଲାଗି କରିଥାନ୍ତି। ପରେ ତୁଳସୀପୁର ଗ୍ରାମବାସୀ ପ୍ରସାଦ ସେବନକରି ଠାକୁରଙ୍କୁ ନବବସ୍ତ୍ର, ପୁଷ୍ପମାଲ୍ୟ ପିନ୍ଧାଇ ଏକ ସୁସଜ୍ଜିତ ପାଲିଙ୍କିରେ ବସାଇ ଶୋଭାଯାତ୍ରାରେ ନିଜ ଗ୍ରାମକୁ ଆଣି ରଥାରୁଢ଼ କରିଥାନ୍ତି। ପରେ ରଥଟଣା ଆରମ୍ଭ ହୋଇଥାଏ। ଠାକୁର ଘରଘର ଭୋଗ ଖାଇ ସନ୍ଧ୍ୟାରେ ଗୁଣ୍ଡିଚାମନ୍ଦିରରେ ପହଞ୍ଚତ୍ଥାନ୍ତି। ସେଠାରେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଗ୍ରାମବାସୀ ପାଳିକରି ପ୍ରତ୍ୟେକ ଦିନ କ୍ଷିରି ଭୋଗ ଲାଗିକରିଥାନ୍ତି। ଶ୍ରୀଗୁଣ୍ଡିଚାଠାରୁ ବାହୁଡ଼ା ପର୍ଯ୍ୟନ୍ତ ଗ୍ରାମବାସୀ ଆମିଷ ରୋଷେଇ କରି ନ ଥାନ୍ତି। ବାହୁଡ଼ା ପରେ ରଥ ଉପରେ ଯଥାବିଧି ଠାକୁରଙ୍କ ସୁନାବେଶ, ଅଧରପଣା ନୀତି ଅନୁଷ୍ଠିତ ହେବାପରେ ନିଳାଦ୍ରୀବିଜେ ଦିନ ଗ୍ରାମବାସୀ ଠାକୁରଙ୍କୁ ପୁଣି ପାଲିଙ୍କିରେ ବସାଇ ଶୋଭାଯାତ୍ରାରେ ବନ୍ଧେଶ୍ୱର ଗ୍ରାମକୁ ନେଇ ସ୍ବ ମନ୍ଦିରକୁ ପ୍ରବେଶ କରାଇଥାନ୍ତି। ଠାକୁରଙ୍କ ପାଖରେ ଅନ୍ନ ପ୍ରସାଦ ଲାଗିହେବାପରେ ଗ୍ରାମବାସୀ ଫେରିଥାନ୍ତି। ଏ ସମ୍ପର୍କରେ ଗ୍ରାମବାସୀ କୈଳାସ ତ୍ରିପାଠୀ କୁହନ୍ତି, ଗଁା ଗଁା ଭିତରେ ରହିଥିବା ଭାତୃଭାବକୁ ଉଜ୍ଜିବୀତ ରଖିବାପାଇଁ ଏହି ଯାତ୍ରା ଚାଲି ଆସୁଛି। କ୍ଷମାନିଧି ତ୍ରିପାଠୀ କୁହନ୍ତି, ଶ୍ରୀଗୁରୁଦେବ ଠାକୁରଙ୍କ ସ୍ବପ୍ନାଦେଶ ପାଇ ଗ୍ରାମର ତତ୍କାଳୀନ ଜମିଦାର ଏହି ରଥଯାତ୍ରା ପ୍ରାରମ୍ଭ କରିଥିଲେ। ସେବେଠୁ ଆଜି ପର୍ଯ୍ୟନ୍ତ ଏହା ଚାଲିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଯାବତ୍‌ ରାଜ୍ୟରୁ ୧୩,୨୨,୮୩୧ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର...

ବାଲେଶ୍ୱର ସହରରେ ଲାଗିଛି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର

ବାଲେଶ୍ୱର ଅଫିସ,୩୧ା୫: ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଖୋଜ ହୋଇଥିବା ପୋଷ୍ଟର ରବିବାର ପୂର୍ବାହ୍ନରେ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଦେଖିବାକୁ...

ଶାହାଙ୍କ ଶ୍ରୀମନ୍ଦିର ଗସ୍ତବେଳେ ସୁରକ୍ଷା ଢିଲା: ବାଇଶି ପାହାଚରେ ଫଟୋ ଉଠାଇ ଧରାପଡ଼ିଲେ ଯୁବକ

ପୁରୀ ଅଫିସ, ୧।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଜଣେ ଯୁବକ ବାଇଶି...

କାଲି ଦିନ୧୧ରୁ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆନ୍ତଃ ରାଜ୍ୟ ବସ୍‌ ଚଳାଚଳ ବନ୍ଦ ପରେ ମଙ୍ଗଳବାରଠାରୁ ଆନ୍ତଃ ଜିଲା ବସ୍‌ ଚଳାଚଳ ବନ୍ଦ କରାଯାଇଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମଙ୍ଗଳବାର...

୭ ବିଚାର ବିଭାଗ ଅଧିକାରୀଙ୍କ ବଦଳି

କଟକ ଅଫିସ,୧୧।୬ : ରାଜ୍ୟରେ ବୁଧବାର ୭ଜଣ ବିଚାର ବିଭାଗ ଅଧିକାରୀଙ୍କର ବଦଳି ହୋଇଛି। ମନୀନ୍ଦ୍ର ଭୂଷଣ ସାହୁଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି ଏବଂ ପୃଥ୍ବୀରାଜ ପ୍ରଧାନଙ୍କୁ...

ଭୁବନେଶ୍ୱର କଟକଣା ନେଇ ସିପିଙ୍କ ଟୁଇଟ୍‌

ଭୁବନେଶ୍ୱର,୨୦।୪(ବ୍ୟୁରୋ): ସୋମବାରଠାରୁ ରାଜଧାନୀର ସରକାରୀ ଅଫିସକୁ ୩୩ ପ୍ରତିଶତ କର୍ମଚାରୀ ଆସିବେ। ଗଞ୍ଜାମ ପରି ଅନେକ ସ୍ଥାନରେ ସୋମବାର ପରେ କଟକଣା କୋହଳ କରିବ ପ୍ରଶାସନ।...

ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରିଛି ସିବିଆଇ।  ବହୁ ଚର୍ଚ୍ଚିତ ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍‌ ମାମଲାରେ ଏହି ଚଢ଼ାଉ କରାଯାଇଥିବା...

ସିଏଡବ୍ଲ୍ୟୁଏଣ୍ଡ୍‌ସିଡବ୍ଲ୍ୟୁ ଏଡିଜିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୨୪।୮(ସତ୍ୟଜିତ୍‌ ରାଉତ)ମହିଳା ହୋମ୍‌ଗାର୍ଡ ସୈରିଦ୍ରୀ ସାହୁଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାଏଙ୍କ ସ୍ତ୍ରୀ ନିର୍ଯାତନା ଦେବା ଅଭିଯୋଗ ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।...

Advertisement
Archives

Model This Week