ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ୨ବର୍ଷ:‘ଜୀବନରେ ଲୁହ ଛଡ଼ା କିଛି ନାହିଁ’

ବଲାଙ୍ଗୀର ଅଫିସ/ପାଟଣାଗଡ଼ (ଡି.ଏନ.ଏ.), ୨୩ା୨: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ରବିବାର ୨ ବର୍ଷ ପୂରିବ। ଏହି ୨ ବର୍ଷ ଭିତରେ ନ୍ୟାୟ ତ ମିଳି ପାରିନାହିଁ କେବଳ ଲୁହ, କୋହ ଓ ଲାଞ୍ଛନା ମିଳିଛି ବୋଲି ପାର୍ସଲ ବୋମା ବିସ୍ପୋରଣରେ ମୃତ ସୌମ୍ୟଶେଖର ସାହୁଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ କହିଛନ୍ତି। ଏତେ ବଡ ନାରକୀୟ କାଣ୍ଡ ଭିଆଇବା ପରେ ଦୋଷୀଙ୍କୁ ଜାମିନ ମିଳୁଛି, ମାତ୍ର ପୀଡ଼ିତଙ୍କୁ ନ୍ୟାୟ ମିଳୁନାହିଁ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି । ସବୁ ଆଶା, ସବୁ ସ୍ବପ୍ନ ଛାରଖାର ହୋଇଯିବା ପରେ ଅସ୍ତିତ୍ୱହୀନ ଜୀବନକୁ ନେଇ କେବଳ ଆୟୁଷ କାଟିବା ଛଡା ଏଇ ଜୀବନରେ ଆଉ କିଛି ନାହିଁ ବୋଲି ସେ କହିଛନ୍ତି ।

୨୩ ଫେବୃୟାରୀ ୨୦୧୮। ସେଦିନ ପାଟଣାଗଡ଼ ସହର ବ୍ରହ୍ମପୁରା ଛକ ନିକଟ ଅଧ୍ୟାପକ ସାହୁଙ୍କ ଘରେ ଭୟଙ୍କର ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଅଧ୍ୟାପକ ସାହୁଙ୍କ ଏକମାତ୍ର ନବବିବାହିତ ପୁଅ ସୌମ୍ୟଶେଖର ଓ ପିଉସୀ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ନବବିବାହିତା ବୋହୂ ରିମା ସାହୁ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଭଇଁଷା କଲେଜର ଇଂଲିଶ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ପୁଞ୍ଜିଲାଲ ଏବେ ବଲାଙ୍ଗୀର ଜିଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି । ରବିବାର ଏହି ଘଟଣାକୁ ଦୁଇବର୍ଷ ପୂରିବା ଅବସରରେ ଅଧ୍ୟାପକ ସାହୁଙ୍କୁ ପଚରାଯିବାରୁ ପାର୍ସଲ ବୋମା ବିସ୍ଫୋରଣ ଘଟଣା ତାଙ୍କ ସୁନାର ସଂସାରକୁ ଛାରଖାର କରିଦେଲା । ସେହିଦିନରୁ ମୃତ ସୌମ୍ୟଙ୍କ ସ୍ତ୍ରୀ ରିମା, ମା’ ସଂଯୁକ୍ତା ସାହୁ ଓ ସେ ଜିଅନ୍ତା ଶବ ପାଲଟି ଯାଇଥିବା କହିଛନ୍ତି। ରିମାକୁ ଦେଖିଲେ ସହି ହେଉନାହିଁ । ଘର ସଂସାରର ବୁଝି ନ ଥିବା ଝିଅ ରିମା ଉପରେ ପାହାଡ ପଡିଛି । ପାର୍ସଲ ବୋମା ବିସ୍ଫୋରଣ ଘଟଣା ପରଠାରୁ ଏଯାବତ୍‌ ସେ ଔଷଧ ଖାଇ ବଞ୍ଚତ୍ଛି। ତା’ର କାନକୁ ଭଲ ଭାବେ ଶୁଭୁନାହିଁ । ମାନସିକ ଚାପ ଯୋଗୁ ସେ ଏବେ ବି କେବଳ ନୀରବ ରହୁଛି । ପାଠ ପଢ଼ିଲେ କାଳେ ମନ ଭଲ ରହିବ ବୋଲି ତାକୁ ୬ ମାସ ପୂର୍ବରୁ ଓଡିଆ ପିଜି କରିବାକୁ ନାମ ଲେଖାଇଥିଲ। ଏବେ ପ୍ରଥମ ସେମିଷ୍ଟର ପରୀକ୍ଷା ସରିଛି। ଯେତେ ବୁଝାଇଲେ ମଧ୍ୟ କାହାରି ମନ ମାନୁନାହିଁ । ଏକମାତ୍ର ପୁଅକୁ ହରାଇ ଆମେ ସ୍ବାମୀ-ସ୍ତ୍ରୀ ସର୍ବହରା ହୋଇଯାଇଛୁଁ । ଯିଏ ଦୋଷ କରିଛି ତାକୁ ମା’ଙ୍କ ଶୁଦ୍ଧିକ୍ରିୟା ପରେ ବି ଜାମିନ୍‌ ମିଳୁଛି। ମାତ୍ର ଆମ ପୀଡିତ ପରିବାରକୁ ସାନ୍ତ୍ୱନା ଟିକେ ମିଳିନାହିଁ। ଏହି ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଏହା କେବେ ସରିବ ଓ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବ ତାହା କହିହେବ ନାହିଁ। ବିଧିର ବିଡମ୍ବନା ବିଚିତ୍ର ବୋଲି ସେ କହିଛନ୍ତି। ଭଇଁଷା କଲେଜରେ ପ୍ରଥମେ ପୁଞ୍ଜିଲାଲ ମେହେର ଅଧ୍ୟକ୍ଷ ଥିଲେ। ସେହି କଲେଜକୁ ସୌମ୍ୟ ଶେଖରଙ୍କ ମା’ ସଂଯୁକ୍ତା ବଦଳି ହୋଇ ଆସିବା ପରେ ସେ ଅଧ୍ୟକ୍ଷା ହେଲେ । ଏହି ଘଟଣାକୁ ନେଇ ସେ ପ୍ରତିଶୋଧପରାୟଣ ହୋଇ ପାର୍ସଲ ବୋମା ବିସ୍ଫୋରଣ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ତେବେ ଏହି ମାମଲାର ବିଚାର ଆରମ୍ଭ ହୋଇ ନ ଥିବାରୁ ଘଟଣା କେଉଁ ମୋଡ ନେବ ଜଣାପଡିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ: ୩ ଅଟକ

ଭୁବନେଶ୍ୱର,୨।୩(ବ୍ୟୁରୋ): କୋଟି କୋଟି ଟଙ୍କାର ଜାଲ ନୋଟ୍‌ ଜବତ। କାରରେ ଛତିଶଗଡ ଯାଉଥିବା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ସୁଙ୍କି ଆଉଟପୋଷ୍ଟ...

ଜିଲାରେ ପ୍ରଥମ: ସରପଞ୍ଚଙ୍କ ଅଭିଯୋଗ ଶୁଣାଣି

ନୟାଗଡ଼ ଅଫିସ,୨୩-୧୦: ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ସରପଞ୍ଚଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଜିଲାପାଳ ଓ...

ଲକ୍‌ଡାଉନ କଟକଣା ଉଲ୍ଲଂଘନ: ଭୋଜି ସହ ଜୁଆ ଆଡ୍ଡାରେ ଚଢ଼ାଉ

ପାଟପୁର,୧୧ା୫-ଗଞ୍ଜାମ ଜିଲା ପାଟପୁର ଥାନା ଗୋକର୍ଣ୍ଣମେରୀପଲ୍ଲୀ ନିକଟ ଏକ ଖୋଲା ପଡିଆରେ ଭୋଜି ସହ ଜୁଆ ଖେଳ ଚାଲିଥିବା ନେଇ ପାଟପୁର ପୋଲିସକୁ ରବିବାର ସନ୍ଧ୍ୟାରେ...

ଦେବୀ ମୁହାଁଣରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

ଅସ୍ତରଙ୍ଗ,୩।୧(ଡି.ଏନ୍‌.ଏ.): ପୁରୀ ଜିଲାର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଅସ୍ତରଙ୍ଗ ଅଞ୍ଚଳର ଦେବୀ ମୁହାଁଣ ନିକଟରେ ଅଲିଭ ରିଡ୍‌ଲେଙ୍କ ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି। ୨ଗୋଟି...

ଆମ୍ବ ବଗିଚାରେ ଚାଲିଥିଲା ଜୁଆଆଡ୍ଡା: ୮ ଗିରଫ, ଟଙ୍କା ମୋବାଇଲ ଜବତ

ବ୍ରହ୍ମପୁର ଅଫିସ,୨୯।୪: ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ ନିକଟରେ ଥିବା ଏକ ଆମ୍ବ ବଗିଚାରେ ଜୁଆଆଡ୍ଡା ଚାଲିଥିବା ପୋଲିସ ଖବର ପାଇଥିଲା। ଗୁରୁବାର ମଧ୍ୟାହ୍ନରେ ସଦର...

ପୁଣି ନକଲି ଔଷଧ ଠାବ

କଟକ ଅଫିସ, ୨୦ା୯:ନକଲି ମେଡିସିନ୍‌କୁ ନେଇ କଟକରେ ପୁଣି ତନାଘନା ଜୋରଦାର ହୋଇଛି। ସୋମବାର ପୁରୀଘାଟ ଥାନା ପୋଲିସ ଏକ ଟ୍ରାନ୍ସପୋର୍ଟ ଏଜେନ୍ସିରୁ ୧୩୫୦ ଷ୍ଟ୍ରିପ୍‌...

ଜଗତ୍‌ସିଂହପୁର ଜିଲାରେ ରଜ କଟକଣା: ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବା ମନା

ଜଗତ୍‌ସିଂହପୁର ଅଫିସ, ୧୩ା୬: ଓଡ଼ିଶାର ଗଣ ପର୍ବ ରଜ। ରଜରେ ସହରରୁ ଗାଁ ସବୁଠି ଚଳଚଞ୍ଚଳ। ମାତ୍ର ଚଳିତବର୍ଷ କରୋନା ସଂକ୍ରମଣ ଓ କଟକଣା ଏକପ୍ରକାର...

ହିତାଧିକାରୀଙ୍କୁ ମିଳୁନି ଚାଉଳ, ଗହମ

ଚଣ୍ଡିଖୋଲ,୧୪ା୧(ଡି.ଏନ୍‌.ଏ.): ଚାଉଳକୁ ନେଇ ରାଜନୀତିକରଣ କରାଯାଉଛି। ଭାଜପା ଓ ବିଜେଡି ଚାଉଳ କାହାର, କିଏ ଦଉଛି ସେଥିନେଇ କଳି ଲାଗିବାରେ ବ୍ୟସ୍ତ। ଏପଟେ ପ୍ରକୃତ ହିତାଧିକାରୀ...

Advertisement
Archives

Model This Week