ପାରାଦୀପ ପୌର ପାଳିକାର ବାର୍ଷିକ ବଜେଟ : ୫୭ କୋଟି ୮୨ଲକ୍ଷର ବ୍ୟୟ ଅଟକଳ

ପାରାଦୀପ,୯ା୭(ସ୍ବ.ପ୍ର.): ଆଉ ୭ ମାସ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ସୋମବାର ପାରାଦୀପ ପୌର ପାଳିକା ପକ୍ଷରୁ ୨୦୧୯-୨୦ ଆର୍ଥତ୍କ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହୋଇଛି। ଏଥିରେ ମୋଟ୍‌ ୫୭ କୋଟି ୮୨ଲକ୍ଷ ୩୬ ହଜାର ୪୧୮ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଚଳିତଥର ବଜେଟରେ ବିଶେଷକରି ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଗତବର୍ଷ ସେପ୍ଟେମ୍ବର ୮ରୁ ୧୨ ତାରିଖ ୫ଦିନ ଧରି ପ୍ରବଳ ବର୍ଷା ହେବା ଯୋଗୁ ପାରାଦୀପ ଟାଉନ୍‌ସିପ୍‌ ଜଳବନ୍ଦୀ ରହିଥିଲା। ଜଳ ନିଷ୍କାସନ ପାଇଁ ସେତେବେଳେ ପୌର କର୍ତ୍ତୃପକ୍ଷ ବଦନାମ ହୋଇଥିଲେ। ତେଣୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ବିଧାୟକ ସମ୍ବିତ ରାଉତରାୟ ଏହି ବଜେଟ ଉପସ୍ଥାପନ କରିବା ସହ ପୌରାଞ୍ଚଳବାସୀଙ୍କ ବିକାଶକୁ ସବୁ ଦିଗରୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି।
ପୌରାଞ୍ଚଳର ୧୯ଟି ଓ୍ବାର୍ଡରେ ଥିବା ୨୫ ବସ୍ତି ବିକ୍ଷିପ୍ତ ଭାବେ ରହିଛି। ବନ୍ଦର ଓ ଶିଳ୍ପ ସମ୍ପ୍ରସାରଣ ପାଇଁ କେତେକ ବସ୍ତି ଉଚ୍ଛେଦ ହେବାର ସମ୍ଭାବନା ରହିଛି। ସେଥିପାଇଁ ବସ୍ତି ଲୋକଙ୍କୁ ଥଇଥାନ କରିବାକୁ ସହରାଞ୍ଚଳ ଥଇଥାନ ଯୋଜନା ଓ ପୌର ପାଳିକା ବସ୍ତି ଥଇଥାନ ପ୍ରତି ଧ୍ୟାନ ଦିଆଯାଇଛି। ପୌରାଞ୍ଚଳକୁ ବାହ୍ୟ ମଳମୁକ୍ତ କରିବା ପାଇଁ ଆଉ ଅଧିକ ୨୦ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ ଓ ପରିମଳ ବ୍ୟବସ୍ଥା ପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କରାଯିବ। ଗତ ୬ ତାରିଖରେ ହୋଇଥିବା ବଜେଟ ପ୍ରାକ୍‌ ଆଲୋଚନାରେ ଅଧିକାଂଶ ଲୋକ ଅଠରବାଙ୍କୀ-ଦୋଛକି ରାସ୍ତା ସମ୍ପର୍କରେ କହିଥିଲେ। ଏହି ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଉକ୍ତ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ବାଇପାସ ନିର୍ମାଣ ପାଇଁ ଦାବି ଉଠିଥିଲା। ତେଣୁ ସେଥିପାଇଁ ବଜେଟରେ ବ୍ୟୟ ବରାଦ କରାଯାଇଛି। ଏଥିସହ ଉଠା ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ସ୍ବତନ୍ତ୍ର ଭେଣ୍ଡିଂ ଜୋନ କରିବା ସହ ପରିଚୟପତ୍ର ପ୍ରଦାନ କରାଯିବ। ବସ୍‌ ଓ ଯାତ୍ରୀବାହୀ ଗାଡି ରହଣୀସ୍ଥଳରେ ଆଶ୍ରୟ କେନ୍ଦ୍ର ହେବ। ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଜରିଆରେ ସ୍ବୟଂସହାୟିକା ଦଳକୁ ବ୍ୟକ୍ତିଗତ ଓ ଦଳଗତ ଭାବେ ଆର୍ଥିକ ସହାୟତା, ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବାକୁ ପ୍ରସ୍ତାବ ରହିଛି। ଏଥିସହ ପର୍ଯ୍ୟଟକଙ୍କ ପାଇଁ ସ୍ମାର୍ଟ ପାର୍କିଂ, ବିଜ୍ଞାନ କେନ୍ଦ୍ର, ପ୍ଲାନେଟୋରିୟମ, ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ବଜେଟରେ ପ୍ରସ୍ତାବ ରହିଛି। ବଜେଟ ଉପସ୍ଥାପନ ବେଳେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତି ନାୟକ, ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି ଓ କାଉନ୍‌ସିଲରମାନେ ଉପସ୍ଥିତ ଥିଲେ। ବଜେଟ ସମ୍ପର୍କରେ ବିଧାୟକ ରାଉତରାୟ କହିଛନ୍ତି ଯେ ପାରାଦୀପ ଲୋକଙ୍କ ପାଇଁ ଅନେକ କିଛି କରିବାର ଅଛି। କିନ୍ତୁ ଏଥିରେ ଅନ୍ତରାୟ ସୃଷ୍ଟି କରୁଛି ପାରଦାୀପ ବନ୍ଦର। ଆଗାମୀ ଦିନରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଅଧିକ ଲୋକଙ୍କୁ କିପରି ସରକାରୀ ଯୋଜନାର ସୁଫଳ ମିଳିବ ସେ ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ, ପାରାଦୀପ ପୌର ପାଳିକା ଓ ବନ୍ଦର ମଧ୍ୟରେ ସୀମାକୁ ନେଇ ୪୦ବର୍ଷ ହେଲା ବିବାଦ ଲାଗି ରହିଛି। ଏଭଳି ଯୌଥ ଶାସନ ବ୍ୟବସ୍ଥା ଯୋଗୁ ଲୋକେ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri