ପାରାଦୀପରେ ହେବ ରାଜ୍ୟର ପ୍ରଥମ ଇଓସି

ପାରାଦୀପ,୧୦।୧ (ସ୍ବ.ପ୍ର.): ସମଗ୍ର ରାଜ୍ୟରେ ଥିବା ୩୫ ବୃହତ୍‌ ରାସାୟନିକ ଦୁର୍ଘଟଣା ପ୍ରବଣ କାରଖାନା ମଧ୍ୟରୁ ପାରାଦୀପରେ ୨୫ ପ୍ରତିଶତ ଅର୍ଥାତ୍‌ ୮ କାରଖାନା ଅଛି। ସେହି କାରଖାନାର ସମ୍ଭାବ୍ୟ ଦୁର୍ଘଟଣା ବେଳେ ଜରୁରିକାଳୀନ ପରିଚାଳନା ପାଇଁ ହେବ ଇଓସି (ଇମର୍ଜେନ୍ସି ଅପରେଶନ୍‌ ସେଣ୍ଟର)। ଏହା କେବଳ ରସାୟନ ପାଇଁ ଉଦ୍ଦିଷ୍ଟ ରହିବ। ଉକ୍ତ କେନ୍ଦ୍ର ରାଜ୍ୟରେ ପ୍ରଥମ ହେବ ବୋଲି କାରଖାନା ବାଷ୍ପିତ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଇଓସି ଆସନ୍ତା ମାର୍ଚ୍ଚ ୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଗୁରୁବାର ପାରାଦୀପର ରସାୟନଯୁକ୍ତ ଶିଳ୍ପ କର୍ତ୍ତୃପକ୍ଷ, କାରଖାନା ଓ ବାଷ୍ପିତ ବିଭାଗ ଏବଂ ଅତିରିକ୍ତ ଜିଲାପାଳଙ୍କ ମଧ୍ୟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଏହି ଇଓସିରେ ସାଟେଲାଇଟ୍‌ ଫୋନ୍‌, ହଟ୍‌ଲାଇନ୍‌, ପ୍ରତିକାରାତ୍ମକ ଯନ୍ତ୍ରପାତି ଆଦି ରହିବ। ବିପର୍ଯ୍ୟୟ ବେଳେ ୧୦ଜଣ ସେଫ୍ଟି ଅଫିସର ଏହାକୁ ପରିଚାଳନା କରିବେ। ଉକ୍ତ ଇଓସି ପାଇଁ ପାରାଦୀପର ୩ଟି ବୃହତ୍‌ ଶିଳ୍ପ ସଂସ୍ଥା ଆନୁଷଙ୍ଗିକ ବ୍ୟବସ୍ଥା କରିବେ। ଯଥା ପାରାଦୀପ ତୈଳ ବିଶୋଧନାଗାର ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରତିକାର ଉପକରଣ ଯୋଗାଇଦେବ। ଯେଉଁଥିରେ ଆମୋନିଆ ଗ୍ୟାସ ପରିଚାଳନା ଉପକରଣ, କ୍ଲୋରିନ୍‌, ଆଗ୍ନିକ ଉପକରଣ ଆଦି ରହିଛି। ପିପିଏଲ୍‌ ଯୋଗାଯୋଗ ସାଧନ (ସାଟେଲାଇଟ ଫୋନ୍‌, ହଟ୍‌ଲାଇନ୍‌ ବ୍ୟବସ୍ଥା ଆଦି) ଦେବ। ଇଫ୍‌କୋ ଇଓସି ପାଇଁ ଭିତ୍ତିଭୂମି (ଘର ଓ ଅନ୍ୟ ସରଞ୍ଜାମ) ଦେବ। ଏହାକୁ ଆସନ୍ତା ମାର୍ଚ୍ଚ ୪ (ସେଫ୍ଟି ଦିବସ) ପୂର୍ବରୁ କାର୍ଯ୍ୟକ୍ଷମ କରାଯିବ ବୋଲି କାରଖାନା ଓ ବାଷ୍ପିତ ବିଭାଗର ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ କହିଛନ୍ତି। ପାରାଦୀପରେ ଥିବା ୮ ଦୁର୍ଘଟଣା ରସାୟନ ପ୍ରବଣ କାରଖାନା ମଧ୍ୟରେ ଅଛି ଇଫ୍‌କୋ, ପିପିଏଲ୍‌, ତୈଳ ବିଶୋଧନାଗାର, ୪ଟି ଟର୍ମିନାଲ (ବିପିସିଏଲ୍‌, ଏଚ୍‌ପିସିଏଲ୍‌, ଇଣ୍ଡିଆନ ଅଏଲ୍‌, ଏଲ୍‌ପିଜି ଗ୍ୟାସ) ଏବଂ ପାରାଦୀପ ହରିଦାସପୁର ବୈତରଣୀ ପାଇପ ଲାଇନ ପ୍ରକଳ୍ପ। ଏହା ବ୍ୟତିରେକେ ୧୭ଟି ଆଇସ୍‌ ଫ୍ୟାକ୍ଟରୀ, ୩ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ଏସାର ଷ୍ଟିଲ (ବର୍ତ୍ତମାନର ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ) କାରଖାନାରେ ସ୍ବଳ୍ପ ମାତ୍ରାରେ ରସାୟନ ବ୍ୟବହାର ହେଉଛି। ସେହିସବୁ ଫ୍ୟାକ୍ଟ୍ରିରେ ଥିବା ଅଭିଜ୍ଞ ଅଧିକାରୀଙ୍କୁ ବିପର୍ଯ୍ୟୟ ବେଳେ ପରିଚାଳନା ପାଇଁ ଚୟନ କରାଯିବ, ଯାହାକୁ ଜିଲା ପ୍ରଶାସନ ଓ କାରଖାନା ବାଷ୍ପିତ ବିଭାଗ ମନିଟରିଂ କରିବେ।
ସୂଚନାଯୋଗ୍ୟ, ରାଜ୍ୟରେ ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆପାତକାଳୀନ ପରିଚାଳନା କେନ୍ଦ୍ର ରହିଛି। ସେସବୁ ପ୍ରାକୃତିକ ବିପର୍ଯ୍ୟୟ (ବାତ୍ୟା, ବନ୍ୟା, ବର୍ଷା, ଖରା, ଶୀତ) ବେଳେ କାମରେ ଲାଗିଥାଏ। କିନ୍ତୁ ରସାୟନିକ ବିପର୍ଯ୍ୟୟ ପାଇଁ ଏହା ରାଜ୍ୟର ପ୍ରଥମ ଇଓସି ହେବ ବୋଲି ସହକାରୀ ନିର୍ଦ୍ଦେଶକ ଦଳାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri