ରାଜସ୍ବ ମନ୍ତ୍ରୀଙ୍କ ନଗଡ଼ା ଗସ୍ତ

କାଳିଆପାଣି,୧୦ା୧(ଡିଏନଏ): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ସକାଳେ ନଗଡ଼ା ଗସ୍ତ କରି ସେଠାକାର ସ୍ଥିତି ପରିଖି ଥିଲେ। ବୁଧବାର କାଳିଆପାଣିରେ ଚାଲିଥିବା ସୌରିକ ମହୋତ୍ସବ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖଣି ନିଗମ ଅତିଥିଶାଳାରେ ରାତ୍ରିଯାପନ କରିଥିଲେ। ରାଜସ୍ବ ମନ୍ତ୍ରୀ ନଗଡ଼ାଗସ୍ତ ପୂର୍ବରୁ କୁସୁମୁଣ୍ଡିଆ ଗ୍ରାମକୁ ଯାଇ ବାଡିବଗିଚା କାର୍ଯ୍ୟ ଦେଖିଥିଲେ। ଏହାପରେ ମନ୍ତ୍ରୀ ତଳ ନଗଡ଼ାରେ ପହଞ୍ଚତ୍ ଜୁଆଙ୍ଗ ଜନଜାତି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଜମିପଟ୍ଟା, ସମସ୍ତଙ୍କୁ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, ଭତ୍ତା, ଆବାସ ଯୋଜନାରେ ଗୃହ ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାର୍ଯ୍ୟ ମିଳୁଛି କି ନାହିଁ ଆଦି ସମ୍ପର୍କରେ ଆଲୋଚନା କରି ଜାଣିବାକୁ ଚାହିଁିଥିଲେ। ସ୍ବୟଂସହାୟକ ଗୋଷ୍ଠୀ, ସମନ୍ବିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନୱାଡି କାର୍ଯ୍ୟକ୍ରମ ଦ୍ୱାରା ମାତୃ ଓ ଶିଶୁ ସୁରକ୍ଷା ସମ୍ପର୍କରେ ମହିଳାଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଜୁଆଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହେବେ, ସେମାନଙ୍କ କୌଳିକ ବୃତ୍ତି ଥିବା ବାଉଁଶଜାତ ସାମଗ୍ରୀ ନିର୍ମାଣ ପାଇଁ ପ୍ରୋତ୍ସାହନ ପ୍ରଦାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶିକ୍ଷା ସମ୍ବନ୍ଧରେ ଆଲୋଚନା କରିବା ସହିତ ପ୍ରତ୍ୟେକ ପରିବାରରୁ ପିଲାମାନେ ସ୍କୁଲ ଯାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ମନ୍ତ୍ରୀଙ୍କ ଏହି ନଗଡ଼ା ଗସ୍ତରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ସହିତ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ପୂର୍ବତନ ଉପାଧ୍ୟକ୍ଷ ବିବେକାନନ୍ଦ ବୋଷ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥି ଭବନରେ ସମୀକ୍ଷା

ନଗଡାରୁ ଫେରି ରାଜସ୍ବ ମନ୍ତ୍ରୀ ମାରାଣ୍ଡି ଓଡ଼ିଶା ଖଣି ନିଗମ ଅତିଥି ଭବନ ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନଗଡାରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଜୁଆଙ୍ଗଙ୍କ ପାଇଁ ଗ୍ରହଣ କରାଯାଇଥିବା ଜୀବନଜୀବିକା କାର୍ଯ୍ୟକ୍ରମରେ ଅଧିକ ରୋଜଗାର ପାଇଁ ହଳଦୀ, ଅଦା, କୁକୁଡା, ଛେଳି, ମହୁ, ସୋରିଷ, ସପୁରି ସହିତ ବିଭିନ୍ନ ପ୍ରକାରର ଫଳଚାଷ କରିବା ପାଇଁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ୧୩ କୋଟି ବ୍ୟୟରେ ନିର୍ମିତ ହୋଇଥିବା ନଗଡ଼ା ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ବୋଲି କହିଥିଲେ। ଜଙ୍ଗଲ ବିଭାଗର ଅନୁମତି ମିଳୁ ନ ଥିବାରୁ ପିଚୁ କି କଂକ୍ରିଟ ରାସ୍ତା ନିର୍ମାଣ ହୋଇପାରୁନାହିଁ ବୋଲି ଜିଲାପାଳ କହିଥିଲେ। ବୈଠକରେ ଉପସ୍ଥିତ ସହକାରୀ ବନ ସଂରକ୍ଷକ ଶରତ କୁମାର ସାହୁ ଗ୍ରାମ ଉନ୍ନୟନ ବିଭାଗ ପୂର୍ବ ଅନୁମତି ଆଧାରରେ ରାସ୍ତା କାର୍ଯ୍ୟ କରିପାରିବ ବୋଲି କହିଥିଲେ। ନଗଡ଼ାରେ ଜଣେ ଡିଲର ନିଯୁକ୍ତ କରାଯାଇ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନଗଡାରେ ନର୍ସ ଓ ଫାର୍ମାସିଷ୍ଟ ନିଯୁକ୍ତି ଦେବାକୁ ଜିଲାପାଳଙ୍କୁ କହିଥିଲେ। ବୈଠକ ଚାଲୁଥିବା ସମୟରେ ଦାନଗଦି ଓ ସୁକିନ୍ଦା ବ୍ଲକର ଜନପ୍ରତିନିଧିଙ୍କ ସହିତ ବହୁ ବୁଦ୍ଧିଜୀବୀ ୩ ଦଫା ଦାବି ନେଇ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଥିଲେ। କଳିଙ୍ଗନଗରରେ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଜିଲା ପ୍ରଶାସନ ଜମି ଯୋଗାଇ ଦେଉ ନ ଥିବା ଅଭିଯୋଗ କରିଥିଲେ। ଅକ୍ଟୋବର ୨, ୨୦୧୯ ସୁଦ୍ଧା ସୁକିନ୍ଦା ବ୍ଲକର ଏକ ହଜାରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିବାକୁ ଜିଲାପାଳ ଘୋଷଣା କରିଥିଲେ। ମାତ୍ର ୪ମାସ ପରେ ବି ଜମି ପଟ୍ଟା ପ୍ରଦାନ ହୋଇ ନ ଥିବାରୁ ଆବାସ ଯୋଜନାରେ ଗୃହ ନିର୍ମାଣ ହୋଇ ପାରୁନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ୧୧୭ କୋଟି ବ୍ୟୟରେ ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ ପାଇଁ ଆଦ୍ୟାବଧି ଜମି ଅଧିଗ୍ରହଣ ହୋଇ ନ ଥିବାରୁ ଏହି ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ଯାହାକୁ ନେଇ ସେମାନେ ଜିଲା ପ୍ରଶାସନକୁ ଦାୟୀ କରି ରାଜସ୍ବ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ୩ଟି ଅଭିଯୋଗର ସଙ୍ଗେ ସଙ୍ଗେ ସମାଧାନ ଦାବି କରି ସେମାନେ ସମୀକ୍ଷା ବୈଠକରେ ତଳେ ଧାରଣାରେ ବସିଥିଲେ। ମନ୍ତ୍ରୀ ଓ ବିଧାୟକ ଏହି ଘଟଣାରେ ହସ୍ତକ୍ଷେପ କରି ବିଭାଗୀୟ ଅଧିକାରୀଙ୍କଠାରୁ ଉତ୍ତର ଚାହିଁଥିଲେ। ମାତ୍ର ବିଭାଗୀୟ ଅଧିକାରୀଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ପାଇ ଉଭୟେ ବିରକ୍ତି ପ୍ରକାଶ କରିଥିଲେ। ୭ଦିନ ଭିତରେ ଇଏସ୍‌ଆଇ ଡାକ୍ତରଖାନା ନିମନ୍ତେ ଜମି ଚିହ୍ନଟ କରି ଜିଲାପାଳ ରାଜସ୍ବ ମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଥିଲେ। ସେହିପରି ମାସେ ମଧ୍ୟରେ ଜମି ପଟ୍ଟା ପ୍ରଦାନ କରିବାକୁ ଜିଲା ମଙ୍ଗଳ ଅଧିକାରୀ ଚେତନା ସେଠୀ ଓ ସୁକିନ୍ଦା ତହସିଲଦାର ବିଶ୍ୱଜିତ ଦାସ ମନ୍ତ୍ରୀଙ୍କୁ କହିଥିଲେ। ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଜିଲାପାଳ କହିଥିଲେ। ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ, ସ୍ଥାନୀୟ ବିଧାୟକଙ୍କ ସହିତ କଳିଙ୍ଗନଗର ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଡିଏମ୍‌ଏଫ୍‌ର ପିଏମ୍‌ୟୁ ମୁଖ୍ୟ କୁମାର ଶୁଭାଶିଷ, ଗ୍ରାମ ଉନ୍ନୟନ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ, ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗ, ସ୍ବାସ୍ଥ୍ୟ ଓ ଜୀବିକା ମିଶନର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ରୀନାଙ୍କୁ କଲେ ପୋଷ୍ୟ ସନ୍ତାନ

ତଳ ନଗଡାର ବୁଲୁ ପ୍ରଧାନଙ୍କ ବର୍ଷକର ଝିଅ ରୀନାଙ୍କୁ ରାଜସ୍ବ ମନ୍ତ୍ରୀ ମାରାଣ୍ଡି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ମନ୍ତ୍ରୀ ରୀନାଙ୍କୁ କୋଳେଇ ନେଇ ତାଙ୍କର ସମସ୍ତ ଦାୟିତ୍ୱ ନିଜେ ନେବେ ବୋଲି ଘୋଷଣା କରିଥିଲେ। ରୀନାଙ୍କ ପାଠ ପଢ଼ିବା ଓ ବଢ଼ିବାର ସମସ୍ତ ଦାୟିତ୍ୱ ସେ ନେଲେ ବୋଲି କହିବା ସହିତ ଜୁଆଙ୍ଗ ସମ୍ପ୍ରଦାୟର ସମସ୍ତ ଛାତ୍ରୀଛାତ୍ରଙ୍କୁ ସାଙ୍ଗରେ ଧରି ଆମେ ପଢ଼ିବା, ଆମେ ଗଢ଼ିବା ନାରା ଦେଇଥିଲେ। ଆସନ୍ତା ଫେବୃୟାରୀରେ ସେ ପୁଣି ନଗଡ଼ା ଆସି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସହିତ ରୀନାଙ୍କୁ ଦେଖା କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri