Posted inଜାତୀୟ

ପାଣି ଟାଙ୍କି ଉପରୁ ଡେଇଁପଡ଼ି ଛାତ୍ରୀଙ୍କ ଆତ୍ମହତ୍ୟାା

ଭୋପାଳ,୨୫।୯: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ପାଣି ଟାଙ୍କି ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ବିଫଳ ହୋଇଛି। ସୂଚନାଯୋଗ୍ୟ, ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ସାକ୍ଷୀ ତିଓ୍ବାରୀ(୧୭)। ସାକ୍ଷୀ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଥିଲେ। ମଙ୍ଗଳବାର ଦ୍ୱିପହରରେ ସାକ୍ଷୀ ଆତ୍ମହତ୍ୟା ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ପାଣି ଟାଙ୍କି ଉପରେ ଚଢ଼ିଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇବାକୁ ଉଦ୍ୟମ କରିଥିଲା। ଏଥିସହ ତଳେ ଜାଲ ମଧ୍ୟ ବିଛାଇଥିଲା। ଅନ୍ୟପଟେ ପାଣି ଟାଙ୍କି ଉପରକୁ ପୋଲିସ ଚଢ଼ିଲେ ସେ ତଳକୁ ଡେଇଁ ପଡ଼ିବେ ବୋଲି ଛାତ୍ରୀ ଜଣଙ୍କ ପୋଲିସକୁ ଧମକ ଦେଇଥିଲେ। କିନ୍ତୁ ପୋଲିସ ତାଙ୍କ କଥା ନ ଶୁଣି ଟାଙ୍କି ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ସାକ୍ଷୀ ତଳକୁ ଡେଇଁପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଛାତ୍ରୀଙ୍କ ଆତ୍ମହତ୍ୟା ପଛର କାରଣ ଏବେ ଜଣାପଡ଼ି ନ ଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ସକ୍ରିୟ ମାମଲା, ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୬।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଡିସେମ୍ବର ୧୦ ଅବା ୧୧ରେ ହୋଇପାରେ ଗୁଜରାଟରେ ଶପଥ ଗ୍ରହଣ…

ଅହମଦାବାଦ,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ୧୫୩ରେ ଭାଜପା ଆଗୁଆ ରହିଛି। ସେହିପରି ୨୦ ରେ କଂଗ୍ରେସ...

ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କଲା ସିବିଏସ୍‌ସି

ନୂଆଦିଲ୍ଲୀ,୮।୧୧: ସିବିଏସ୍‌ସି ଦଶମ ଓ ଦ୍ବାଦଶର ଟର୍ମ-୧ ପରୀକ୍ଷାକୁ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ମଙ୍ଗଳବାର ସିବିଏସ୍‌ସି ପୋର୍ଟାଲରେ ନଭେମ୍ବର ଓ ଡିସେମ୍ବରରେ ହେବାକୁ...

ବୁଲେଟ୍‌ ଟ୍ରେନ୍‌ ପରିଯୋଜନାର ସମୀକ୍ଷା କରିବେ ଉଦ୍ଧବ ସରକାର

ମୁମ୍ବାଇ,୨।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଉଦ୍ଧବ ଠାକରେ ବୁଲେଟ୍‌ ଟ୍ରେନ୍‌ ପରିଯୋଜନା ସହ ମହାରାଷ୍ଟ୍ରର ଅନ୍ୟ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ...

୧୪ବର୍ଷ ଜେଲ୍‌ଦଣ୍ଡ ଭୋଗୀ ମୃତ୍ୟୁର ୫ ବର୍ଷ ପରେ ଦେଶଦ୍ରୋହ ଅଭିଯୋଗରୁ ମୁକ୍ତ ହେଲେ ଅଭିଯୁକ୍ତ

କୋଲକତା,୨୨।୬: କୁହାଯାଏ ବିଳମ୍ବରେ ମିଳୁଥିବା ନ୍ୟାୟ ପ୍ରକୃତ ନ୍ୟାୟ ନୁହେଁ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ। ଦେଶଦ୍ରୋହ ଅପରାଧରେ ଆଜୀବନ କାରାଦଣ୍ଡ ଭୋଗୁଥିବା...

ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୬।୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷୀୟାନ ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥାରେ ଶନିବାର ଗୁରୁତର ଅବନତି ଦେଖାଦେବାରୁ ତାଙ୍କୁ...

ପ୍ରେମିକାଙ୍କୁ ପିଟିଥିବା ପ୍ରେମିକଙ୍କ ଘର ଉପରେ ଚଢିଲା ବୁଲଡୋଜର

ଭୋପାଳ,୨୫।୧୨: ମଧ୍ୟପ୍ରଦେଶର ରେୱା ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡକୁ ଅତି ନିର୍ମମ ଭାବେ ପିଟୁଥିବାର ଭିଡିଓ...

ବଜାରକୁ ଗଲେ ଦେବାକୁ ପଡ଼ିବ ୫ ଟଙ୍କା: ୧ ଘଣ୍ଟାରୁ ଅଧିକ ସମୟ ରହିଲେ ୫ଶହ ଜରିମାନା

ମୁମ୍ବାଇ, ୩୦।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେତେକ ରାଜ୍ୟରେ ଏହା ତୀବ୍ର ହୋଇଛି। ବିଶେଷ କରି ମହାରାଷ୍ଟ୍ର...

Advertisement
Archives

Model This Week