ପାଣି ଘେରରେ ବଗପାଟିଆର ୫ଶହ ପରିବାର

ରାଜନଗର, ୮।୭(ଡି.ଏନ.ଏ.): ଗତ ଏକ ସପ୍ତାହ ଧରି ବର୍ଷା ଲାଗି ରହିଛି। ତେବେ ବର୍ଷା ଯୋଗୁ ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତର ବଗପାଟିଆ ଠାରେ ବସବାସ କରୁଥିବା ସାତଭାୟାବାସୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି। ଅଧିକାଂଶ ସ୍ଥାନରେ ବର୍ଷାଜଳ ଜମି ସେମାନଙ୍କୁ ଏକପ୍ରକାର ଜଳବନ୍ଦୀ କରି ରଖିଛି। ପାଣି ଘେରରେ ପ୍ରାୟ ୫ ଶହ ପରିବାର ରହିଛନ୍ତି। ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି। ସାତଭାୟାବାସୀଙ୍କୁ ବଗପାଟିଆରେ ଥଇଥାନ କରାଯାଇଥିବା ବେଳେ ବର୍ଷାରେ ସେମାନଙ୍କ ଦୁର୍ଦ୍ଦଶା ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି। ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ଜିଲା କିମ୍ବା ବ୍ଲକ ପ୍ରଶାସନର ଅଧିକାରୀମାନେ ଲୋକଙ୍କ ପାଖରେ ପହଞ୍ଚତ୍ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।
ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ବଙ୍ଗୋପସାଗର ତଟବର୍ତ୍ତୀ ସାତଭାୟାର ୫୭୧ ପରିବାରଙ୍କୁ ସମୁଦ୍ର ଗ୍ରାସରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଗୁପ୍ତି ପଞ୍ଚାୟତ ଅଧୀନ ବଗପାଟିଆ ଠାରେ ୨୦୧୮ ଏପ୍ରିa ୨୦ ତାରିଖରେ ଥଇଥାନ କରିଛନ୍ତି। ପ୍ରତି ପରିବାରକୁ ୧୦ ଡେସିମିଲ ଜାଗା ସହିତ ବିଜୁ ପକ୍କାଘର ପ୍ରଦାନ କରିଥିଲେ। ତେବେ ବଗପାଟିଆରେ ଥଇଥାନ କରାଯାଇଥିବା ସ୍ଥାନ ମୁଖ୍ୟରାସ୍ତା ଠାରୁ ବହୁ ତଳେ ଥିବାରୁ ପ୍ରତି ପରିବାରକୁ ଢିଅ ବାନ୍ଧିବାକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥତ୍କ ସାହାଯ୍ୟ ପ୍ରଦାନ କରାଯାଇଥିଲା। ସାତଭାୟାବାସୀ ନୂଆ ଠିକଣାରେ ନୂଆ ଜୀବନ ଆରମ୍ଭ କରିଥିଲେ ମଧ୍ୟ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଅସରାଏ ବର୍ଷାରେ ଅଧିକାଂଶ ଘର ଚାରିପଟେ ପାଣି ଜମି ରହୁଛି। ଫଳରେ ସେମାନଙ୍କ ଦୈନନ୍ଦିନ ଜୀବନରେ ନା ନା ସମସ୍ୟା ଦେଖା ଦେଇଛି।
ଏହାଛଡା ଅଧିକାଂଶ ସମୟରେ ବିଦ୍ୟୁତ୍‌ ରହୁ ନ ଥିବାରୁ ଅନ୍ଧାରରେ ହନ୍ତସନ୍ତ ହେବାକୁ ପଡୁଛି।ଗୋଟିଏ ପଟେ ବର୍ଷାଜଳ ସେମାନଙ୍କୁ ଅଣନିଃଶ୍ୱାସୀ କରି ପକାଉ ଥିବା ବେଳେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ବର୍ଷାରାତିରେ ସେମାନଙ୍କ ହୀନସ୍ତା ଦୁଇଗୁଣ ହେବାରେ ଲାଗିଛି। ତୁରନ୍ତ ମୌଳିକ ସୁବିଧା ଯୋଗାଇ ଦିଆ ନ ଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବଗପାଟିଆରେ ଥଇଥାନ ହୋଇଥିବା ସାତଭାୟାବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀ ପାର ହେଉଥିଲେ: ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୧୬।୯: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଦିନିଆରି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ନଦୀ ପାର ହେବା ବେଳେ ଜଣେ ବୃଦ୍ଧଙ୍କୁ ଝାମ୍ପି...

କର୍ମଚାରୀ ଅଭାବ: ଯୋଜନା କାର୍ଯ୍ୟକାରୀରେ ଅନ୍ତରାୟ

ପଟ୍ଟାମୁଣ୍ଡାଇ,୧୬ା୯ (କଳ୍ପତରୁ ନାୟକ): ଭାଜପା ସରକାର ପ୍ରଶାସନକୁ ଲୋକାଭିମୁଖୀ କରି ଲୋକମାନଙ୍କ ହିତରେ ଯୋଜନା ପ୍ରଣୟନ କରୁଥିବା କୁହାଯାଉଛି। କିନ୍ତୁ ସରକାର ପ୍ରଣୟନ କରୁଥିବା ଯୋଜନାଗୁଡ଼ିକ...

ସାଇକେଲ, ଚପଲ ଥୋଇ ଭରାନଦୀକୁ ଡେଇଁ ପଡ଼ିଲେ ଅଧ୍ୟାପକ

ଡେରାବିଶ,୧୫।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଳକ ଲୁଣାନଦୀର ବସୁପୁର ପୋଲ ଉପରୁ ପାଣିକୁ ଡେଇଁ ରବିବାର ଜଣେ ଯୁବକ ନିଖୋଜ...

ଗାଁ ପୋଖରୀରେ କୁମ୍ଭୀର: ଲୋକେ ଭୟଭୀତ

ପଟ୍ଟାମୁଣ୍ଡାଇ,୧୪।୯: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବ୍ରାହ୍ମଣସାହି ଗଜରାଜପୁର ଗାଁ ପୋଖରୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ପୋଖରୀରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଅନ୍ୟପକ୍ଷେ...

କ୍ୱାକ୍‌ଙ୍କ କବଳରେ ରୋଗୀ

ମହାକାଳପଡ଼ା,୧୨ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ପ୍ରଭାବ ବଢ଼ି ଚାଲିଛି। ରାଜ୍ୟ ବାହାରୁ ଆସୁଥିବା...

ରାଜ୍ୟରେ ବ୍ୟାପିବାରେ ଲାଗିଛି ବାର୍ଡ଼ ଫ୍ଲୁ: କ୍ଵାରେଣ୍ଟାଇନରେ କୁକୁଡ଼ା ଚାଷୀ

ଭୁବନେଶ୍ୱର,୧୦।୯: ରାଜ୍ୟରେ ଏବେ ବାର୍ଡ଼ ଫ୍ଲୁ ରୋଗରେ କୁକୁଡ଼ା ଆକ୍ରାନ୍ତ ଖବର ମଧ୍ୟରେ କେନ୍ଦ୍ରାପଡା ଡେରାବିସି ଅଞ୍ଚଳରେ କିଛି ଚାଷୀଙ୍କଠାରେ ଲକ୍ଷଣ ଦେଖାଯିବାରୁ କିଛି କୁକୁଡ଼ା...

ଫାଶ, ବିଷ, ବାଟୁଳିରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୧୦।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମହାକାଳପଡ଼ା ରେଞ୍ଜ ଅଧୀନ ଜଙ୍ଗଲ ମଧ୍ୟରେ ପକ୍ଷୀମାନେ ବସା ବାନ୍ଧିଛନ୍ତି। ହେଲେ କେତେଜଣ...

ଆଜିଠାରୁ ଭିତରକନିକାରେ ଦେଶୀ ପକ୍ଷୀ ଗଣନା

ରାଜନଗର,୯ା୯(ଭାସ୍କର ରାଉତରାୟ): ଭିତରକନିକାରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଏମାନଙ୍କ ଗଣନା ସୋମବାରଠାରୁ ଆରମ୍ଭ ହେବ। କନିକା ରେଞ୍ଜ ଅଧୀନ ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ମଠଆଡ଼ିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri