ପାଠ ପଢିବାକୁ ଯାଇ ମନୋରଞ୍ଜନ ପଞ୍ଜାବରେ ନିଖୋଜ, ଆଶା ଆଶଙ୍କାରେ ପରିବାର

ଭଦ୍ରକ ଅଫିସ, ୧୮ା୬- ଭଦ୍ରକ ବ୍ଲକ ଜଗନ୍ନାଥପୁର ଗାଁର ତ୍ରୈଲୋକ୍ୟ ସାହୁଙ୍କ ସାନପୁଅ ମନୋରଞ୍ଜନ ସାହୁ(୨୨) ଉଚ୍ଚଶିକ୍ଷା ଲାଭ କରିବାଲାଗି ଗତବର୍ଷ ପଞ୍ଜାବକୁ ଯାଇ ଭଟିଣ୍ଡା ଠାରେ ଥିବା ସେଣ୍ଟ୍ରାଲ ୟୁନିଭର୍ସିଟ୍‌ ଅଫ ପଞ୍ଜାବରେ ନାମ ଲେଖାଇ ମେଡିସ୍‌ନାଲ କେମେଷ୍ଟ୍ରିରେ ଏମ୍‌ଏସି ପାଠ ପଢୁଥିଲେ। ପ୍ରଥମ ବର୍ଷର ପାଠପଢା ସାରି ଗତ ୪ ତାରିଖରେ ସେ ଘରକୁ ଫେରିବା ଲାଗି ରେଳ ଟିକେଟ କାଟିଥିଲେ। ଟିକେଟ କନଫର୍ମ ହୋଇ ନ ଥିବାରୁ ସେଦିନ ଷ୍ଟେଶନ ଆସି ସେ ପୁଣି ଥରେ ହଷ୍ଟେଲକୁ ଫେରିଯାଇଥିଲେ। ୫ ତାରିଖରେ ହଷ୍ଟେଲରେ ସମସ୍ତ ପାଠ୍ୟସାମଗ୍ରୀ ଓ ବ୍ୟାଗ୍‌ ଥିଲେ ମଧ୍ୟ ମନୋରଞ୍ଜନଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖବର ନେବାରୁ ଏ ସମ୍ପର୍କରେ ସୂଚନା ପାଇଥିଲେ। ଏହାପରେ ମନୋରଞ୍ଜନଙ୍କ ବଡ ଭାଇ ରଶ୍ମିରଞ୍ଜନ ପଞ୍ଜାବକୁ ଯାଇ ବହୁ ଖୋଜାଖୋଜି କରି ନିରାଶ ହେବାରୁ ଶେଷରେ ସ୍ଥାନୀୟ ଭଟିଣ୍ଡା ସଦର ଥାନାରେ ନିଖୋଜ ଏତଲା ଦାଏର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ରହି ସେ ଖୋଜାଖୋଜି ଚଳାଇଛନ୍ତି। ମନୋରଞ୍ଜନଙ୍କ ବାପା ତ୍ରୈଲୋକ୍ୟ ଜଣେ ପରିବା ବିକାଳୀ। ବହୁକଷ୍ଟରେ ନିଜ ପୁଅକୁ ଉଚ୍ଚ ଶିକ୍ଷା ପଢାଇବାକୁ ପଞ୍ଜାବକୁ ପଠାଇଥିଲେ। ଏବେ ବି ପୁଅ ନିଖୋଜ ହେବା ଘଟଣାକୁ ପରିବାର ଲୋକେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ପୁଅର ଫେରିବା ବାଟକୁ ଚାହିଁ ତ୍ରୈଲୋକ୍ୟ ଓ ତାଙ୍କ ପରିବାର ଆଶା ଆଶଙ୍କାରେ ଦିନ ବିତାଉଛନ୍ତି। ପରିବାର ପକ୍ଷରୁ ଏ ସମ୍ପର୍କରେ ପ୍ରଥମେ ପଞ୍ଜାବ ଓ ପରେ ଭଦ୍ରକ ପୋଲିସ ତଥା ଏସପିଙ୍କୁ ଅବଗତ କରାଯାଇଛି। ପୁଅ ନିଖୋଜ ହେବା ଖବର ଶୁଣିବା ପରଠାରୁ ତାଙ୍କ ମା’ ବାହୁନି ବାହୁନି କାନ୍ଦୁଛନ୍ତି। ପରିବାର ଲୋକେ ଏହାମଧ୍ୟରେ ସୋସିଆଲ ମିଡିଆରେ କାନ୍ଦି କାନ୍ଦି ତାଙ୍କ ପୁଅକୁ ଫେରାଇ ଆଣିବା ପାଇଁ ରାଜ୍ୟସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri