ପାଠ ପଢିବାକୁ ଯାଇ ମନୋରଞ୍ଜନ ପଞ୍ଜାବରେ ନିଖୋଜ, ଆଶା ଆଶଙ୍କାରେ ପରିବାର

ଭଦ୍ରକ ଅଫିସ, ୧୮ା୬- ଭଦ୍ରକ ବ୍ଲକ ଜଗନ୍ନାଥପୁର ଗାଁର ତ୍ରୈଲୋକ୍ୟ ସାହୁଙ୍କ ସାନପୁଅ ମନୋରଞ୍ଜନ ସାହୁ(୨୨) ଉଚ୍ଚଶିକ୍ଷା ଲାଭ କରିବାଲାଗି ଗତବର୍ଷ ପଞ୍ଜାବକୁ ଯାଇ ଭଟିଣ୍ଡା ଠାରେ ଥିବା ସେଣ୍ଟ୍ରାଲ ୟୁନିଭର୍ସିଟ୍‌ ଅଫ ପଞ୍ଜାବରେ ନାମ ଲେଖାଇ ମେଡିସ୍‌ନାଲ କେମେଷ୍ଟ୍ରିରେ ଏମ୍‌ଏସି ପାଠ ପଢୁଥିଲେ। ପ୍ରଥମ ବର୍ଷର ପାଠପଢା ସାରି ଗତ ୪ ତାରିଖରେ ସେ ଘରକୁ ଫେରିବା ଲାଗି ରେଳ ଟିକେଟ କାଟିଥିଲେ। ଟିକେଟ କନଫର୍ମ ହୋଇ ନ ଥିବାରୁ ସେଦିନ ଷ୍ଟେଶନ ଆସି ସେ ପୁଣି ଥରେ ହଷ୍ଟେଲକୁ ଫେରିଯାଇଥିଲେ। ୫ ତାରିଖରେ ହଷ୍ଟେଲରେ ସମସ୍ତ ପାଠ୍ୟସାମଗ୍ରୀ ଓ ବ୍ୟାଗ୍‌ ଥିଲେ ମଧ୍ୟ ମନୋରଞ୍ଜନଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖବର ନେବାରୁ ଏ ସମ୍ପର୍କରେ ସୂଚନା ପାଇଥିଲେ। ଏହାପରେ ମନୋରଞ୍ଜନଙ୍କ ବଡ ଭାଇ ରଶ୍ମିରଞ୍ଜନ ପଞ୍ଜାବକୁ ଯାଇ ବହୁ ଖୋଜାଖୋଜି କରି ନିରାଶ ହେବାରୁ ଶେଷରେ ସ୍ଥାନୀୟ ଭଟିଣ୍ଡା ସଦର ଥାନାରେ ନିଖୋଜ ଏତଲା ଦାଏର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ରହି ସେ ଖୋଜାଖୋଜି ଚଳାଇଛନ୍ତି। ମନୋରଞ୍ଜନଙ୍କ ବାପା ତ୍ରୈଲୋକ୍ୟ ଜଣେ ପରିବା ବିକାଳୀ। ବହୁକଷ୍ଟରେ ନିଜ ପୁଅକୁ ଉଚ୍ଚ ଶିକ୍ଷା ପଢାଇବାକୁ ପଞ୍ଜାବକୁ ପଠାଇଥିଲେ। ଏବେ ବି ପୁଅ ନିଖୋଜ ହେବା ଘଟଣାକୁ ପରିବାର ଲୋକେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ପୁଅର ଫେରିବା ବାଟକୁ ଚାହିଁ ତ୍ରୈଲୋକ୍ୟ ଓ ତାଙ୍କ ପରିବାର ଆଶା ଆଶଙ୍କାରେ ଦିନ ବିତାଉଛନ୍ତି। ପରିବାର ପକ୍ଷରୁ ଏ ସମ୍ପର୍କରେ ପ୍ରଥମେ ପଞ୍ଜାବ ଓ ପରେ ଭଦ୍ରକ ପୋଲିସ ତଥା ଏସପିଙ୍କୁ ଅବଗତ କରାଯାଇଛି। ପୁଅ ନିଖୋଜ ହେବା ଖବର ଶୁଣିବା ପରଠାରୁ ତାଙ୍କ ମା’ ବାହୁନି ବାହୁନି କାନ୍ଦୁଛନ୍ତି। ପରିବାର ଲୋକେ ଏହାମଧ୍ୟରେ ସୋସିଆଲ ମିଡିଆରେ କାନ୍ଦି କାନ୍ଦି ତାଙ୍କ ପୁଅକୁ ଫେରାଇ ଆଣିବା ପାଇଁ ରାଜ୍ୟସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଜି ମାରିଲେ ସୂର୍ଯ୍ୟବଂଶୀ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ଅବନ୍ତୀ ଦାସଙ୍କୁ ୯,୮୦୨ଖଣ୍ଡ...

ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ଆଉ ୩ ଦିନ ଘନ କୁହୁଡ଼ି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନେଇ ରାଜ୍ୟର ୯...

‘ବନ୍ଦ ହେବନି ଟିଟିପିଏସ୍‌ର ୩ୟ ପର୍ଯ୍ୟାୟ ସମ୍ପ୍ରସାରଣ କାମ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର(ଟିଟିପିଏସ୍‌)ର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ତ୍ୱରାନ୍ବିତ କରାଯିବ। ଏହାସହ ଭବିଷ୍ୟତରେ ଏହି ପ୍ରକଳ୍ପ ବନ୍ଦ ହେବନାହିଁ ବୋଲି କେନ୍ଦ୍ର ଶକ୍ତି...

ଆଜି ରାଜ୍ୟରେ ୩୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ...

ତାରିଣୀ ଷ୍ଟୋର ଗୋଦାମରୁ ଚୋରି

ଝୁମ୍ପୁରା, ୧୮।୭(ଡି.ଏନ.ଏ.)-ଝୁମ୍ପୁରା ବଜାରର ମଧ୍ୟଭାଗରେ ଥିବା ତାରିଣୀ ଷ୍ଟୋର ରାଶନ ଦୋକାନର ଗୋଦାମ ଗୃହରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ନେଇ...

ଗାଧୋଇବା ବେଳେ ବ୍ରାହ୍ମଣୀରେ ବୁଡ଼ି ଯାଇଥିଲେ, ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ,୨୪।୫(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ନବୋଦୟ ବିଦ୍ୟାଳୟ ନିକଟ ବ୍ରାହ୍ମଣୀ ନଦୀର ଘାଟରେ ଗୁରୁବାର ଅପରାହ୍ନରେ ବୁଡ଼ି ଯାଇ ନିଖୋଜ...

ଲାଞ୍ଚ ନେଇ ଧରାପଡ଼ିଲେ ବିଇଓ

କେନ୍ଦୁଝର,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବିଇଓ ଅଭୟ କୁମାର ବେହେରା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ...

ଉପକୂଳରେ ହାଇଆଲର୍ଟ

ଭୋଗରାଇ, ୧୦।୫(ଡି.ଏନ.ଏ.) ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଅସାନି ଭୀଷଣ ବାତ୍ୟାରେ ପରିଣତ ହେବା ପରେ କୂଳବାସୀ ଭୟଭୀତ ହୋଇପଡିଛନ୍ତି l ତେବେ ଏହି ବାତ୍ୟା...

Advertisement
Archives

Model This Week