ପାଠ ପଢ଼ାଇବାକୁ ନାହାନ୍ତି ଶିକ୍ଷକ: ଅନିଶ୍ଚିତତାରେ ବିଇଡି ଶିକ୍ଷା

ଢେଙ୍କାନାଳ ଅଫିସ, ୨୬।୯ – ହାଇସ୍କୁଲସ୍ତରୀୟ ଶିକ୍ଷା ପାଇଁ ଖୋଜାପଡ଼ନ୍ତି ଅନୁଭୂତିସମ୍ପନ୍ନ ଶିକ୍ଷକ। ଶିକ୍ଷକ ଅଭାବ ପୂରଣ କରିବା ଏବଂ ଏଥିଲାଗି ମାନସିକସ୍ତରରେ ପ୍ରସ୍ତୁତ ହେଉଥିବା ମେଧାବୀ ଛାତ୍ରୀଛାତ୍ରଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବା ଲାଗି ସରକାରୀସ୍ତରରେ ଆରମ୍ଭ ହୋଇଛି ବିଇଡି ପାଠ୍ୟକ୍ରମ। ହେଲେ ପ୍ରଶିକ୍ଷଣ କେନ୍ଦ୍ରରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବାକୁ ସତେ ଯେମିତି ଭୁଲିଯାଇଛନ୍ତି ସରକାର। ଫଳରେ ବିଭିନ୍ନ ସ୍ଥାନରେ ବିଇଡି ପାଠ୍ୟକ୍ରମର ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଏହାର ସଦ୍ୟତମ ଉଦାହରଣ ହେଲା ଢେଙ୍କାନାଳ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ।
୨୦୧୬-୧୭ ଶିକ୍ଷାବର୍ଷରେ ଢେଙ୍କାନାଳ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆରମ୍ଭ ହୋଇଥିଲା ବିଇଡି ଶିକ୍ଷା ପାଠ୍ୟକ୍ରମ। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଏହି ପାଠ୍ୟକ୍ରମ ଖୋଲାଯାଇଛି। ଏଠାରେ ୫୭ଜଣ ଛାତ୍ରୀଛାତ୍ର ପାଠ ପଢ଼ିବା ସୁବିଧା ରହିଛି। ଇତି ମଧ୍ୟରେ ଦୁଇବର୍ଷ ବିତିଯାଇଥିବାବେଳେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ଏଠାରେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀଛାତ୍ର ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
ବିଇଡି ପାଠ୍ୟକ୍ରମ ଖୋଲିବା ପୂର୍ବର ପ୍ରତିଷ୍ଠାନର ଭିତ୍ତିଭୂମି ସୁଦୃଢ଼ କରାଯାଇଥିଲା। ଏହାର ପରିସରକୁ ଉନ୍ନତିକରଣ କରିବା ପରେ ଆରମ୍ଭ ହୋଇଥିଲା ଦୁଇବର୍ଷିଆ ବିଇଡି ଶିକ୍ଷା ପାଠ୍ୟକ୍ରମ। ପ୍ରାରମ୍ଭରେ ୭ଜଣ ଠିକା ଶିକ୍ଷକଙ୍କୁ ଶିକ୍ଷାଦାନ ଲାଗି ନିଯୁକ୍ତି ଦିଆଯାଇଥିଲା। ହେଲେ ୨ଜଣ ନ ଆସିବାରୁ ୫ଜଣରେ ଆରମ୍ଭ ହୋଇଥିଲା ପାଠପଢ଼ା। ୨୦୧୯ ଅଗଷ୍ଟ ୩୧ରେ ସମ୍ପୃକ୍ତ ଶିକ୍ଷକଙ୍କ ଚୁକ୍ତି ଅବଧି ପୂରଣ ହୋଇଛି। ଫଳରେ ପାଠ ପଢ଼ାଇବା ଲାଗି ଶିକ୍ଷକ ଅଭାବ ଦେଖାଦେଇଛି। ଏପରି ସ୍ଥିତିରେ ଡିପ୍ଲୋମ ଇନ୍‌ ଏଲିମେଣ୍ଟାରି ଏଜୁକେଶନ ପାଠ୍ୟକ୍ରମର ଅଧ୍ୟକ୍ଷଙ୍କ ସମେତ କେତେଜଣ ବରିଷ୍ଠ ଶିକ୍ଷକ କାମଚଳା ଭାବେ ନବାଗତ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଛନ୍ତି। ସମସ୍ୟାକୁ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ସରକାରଙ୍କ ନୀରବତା ପାଠ୍ୟକ୍ରମର ଭବିଷ୍ୟତକୁ ସନ୍ଦିହାନ କରିଦେଇଛି। ପାଠ୍ୟକ୍ରମ ଖୋଲିବାର ୨ବର୍ଷ ଭିତରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବାରୁ ଯେ କୌଣସି ସମୟରେ ଏହାକୁ ଉଠାଇ ନିଆଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଲାଣି।
ଏ ନେଇ ପ୍ରତିଷ୍ଠାନର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର କୁହନ୍ତି, ସ୍ଥାୟୀ ଶିକ୍ଷକ ନିଯୁକ୍ତି ହୋଇ ନ ଥିବା ସତ୍ତ୍ୱେ ଠିକା ଶିକ୍ଷକଙ୍କ ଦ୍ୱାରା ଭଲରେ ପାଠପଢ଼ା ଚାଲିଥିଲା। ହେଲେ ପାଖାପାଖି ମାସେ ହେଲା ସେମାନଙ୍କ ଚୁକ୍ତି ଅବଧି ପୂରଣ ହୋଇସାରିଛି। ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଠିକା ଶିକ୍ଷକଙ୍କ ଚୁକ୍ତି ନବୀକରଣ ହେବା ସମ୍ଭାବନା ରହିଛି। ଏହା ହେଲେ ପୁଣି ଥରେ ପାଠପଢ଼ା ସ୍ବାଭାବିକ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri